'ଭାରତ-ଆମେରିକା ଦୋସ୍ତିର ନୂଆ ଯୁଗ ଆରମ୍ଭ'

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତରେ ଆଜି ପ୍ରଥମ ଦିନ ଥିଲା। ଅହମଦାବାଦରେ ଟ୍ରମ୍ପଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଅହମଦାବାଦ ମୋଟେରା ଷ୍ଟାଡିୟମରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଥର ‘ନମସ୍ତେ ଟ୍ରମ୍ପ’ କହି ଉଦବୋଧନ ଆରମ୍ଭ କରିଥିଲେ। ଏହାପରେ ମୋଦୀ ଇଣ୍ଡିଆ-ୟୁଏସଏ ଫ୍ରେଣ୍ଡସିପ୍ କହୁଥିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ଲଙ୍ଗ୍ ଲିଭ୍ ବୋଲି ନାରା ଦେଇଥିଲେ। […]

modi motera

Subhransu Sekhar
  • Published: Monday, 24 February 2020
  • , Updated: 24 February 2020, 05:11 PM IST

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତରେ ଆଜି ପ୍ରଥମ ଦିନ ଥିଲା। ଅହମଦାବାଦରେ ଟ୍ରମ୍ପଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଅହମଦାବାଦ ମୋଟେରା ଷ୍ଟାଡିୟମରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଥର ‘ନମସ୍ତେ ଟ୍ରମ୍ପ’ କହି ଉଦବୋଧନ ଆରମ୍ଭ କରିଥିଲେ। ଏହାପରେ ମୋଦୀ ଇଣ୍ଡିଆ-ୟୁଏସଏ ଫ୍ରେଣ୍ଡସିପ୍ କହୁଥିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ଲଙ୍ଗ୍ ଲିଭ୍ ବୋଲି ନାରା ଦେଇଥିଲେ। ଏହାପରେ ଭାରତ ଏବଂ ଆମେରିକା ଦୋସ୍ତିର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ମୋଟେରା ଷ୍ଟାଡିୟମରେ ଉଦବୋଧନ ଦେବା ବେଳେ ମୋଦୀ କହିଛନ୍ତି, ଆଜି ଆମେରିକା ଭାରତର ସବୁଠୁ ବଡ଼ ଟ୍ରେଡ ପାର୍ଟନର ପାଲଟି ଯାଇଛି। ଆଜି ଭାରତର ସେନା ଯେଉଁ ଦେଶର ସେନା ସହିତ ମିଶି ମିଳିତ ସମର ଅଭ୍ୟାସ କରୁଛି ସେହି ଦେଶ ଆମେରିକା ବୋଲି ମୋଦୀ କହିଛନ୍ତି। ପ୍ରତିରକ୍ଷା, ଶକ୍ତି, ସ୍ୱାସ୍ଥ୍ୟ, ଆଇଟି ଭଳି କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବରେ ଆଗକୁ ବଢ଼ୁଛି।

ମୋଦୀ ଏହି ସମୟରେ ଟ୍ରମ୍ପଙ୍କ ସହିତ ନିଜ ପ୍ରଥମ ଭେଟଘାଟ ବେଳର କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଓ୍ୱାଶିଂଟନରେ ପ୍ରଥମ ଥର ଭେଟଘାଟ ହେବା ବେଳେ ଟ୍ରମ୍ପ କହିଥିଲେ, ହ୍ୱାଇଟ ହାଉସରେ ଭାରତ ଏକ ସଚ୍ଚା ବନ୍ଧୁ। ଯେତେବେଳେ ହ୍ୱାଇଟ୍ ହାଉସରେ ଦୀପାବଳୀ ପାଳନ ହୁଏ ସେତେବେଳେ ଆମେରିକାରେ ରହୁଥିବା ୪୦ ଲକ୍ଷ ଭାରତୀୟ ଗର୍ବ ଅନୁଭବ କରନ୍ତି ବୋଲି ମୋଦୀ କହିଛନ୍ତି।

ଆମେରିକା ଭଳି ଭାରତ ମଧ୍ୟ ପରିବର୍ତ୍ତିତ ହେଉଛି। ଭାରତରେ କେବଳ ବିଶ୍ୱର ବଡ଼ ଷ୍ଟାଡିୟମ ନାହିଁ ବରଂ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା ରହିଛି। ତାଙ୍କ ସରକାର ୧୫୦୦ ଅନାବଶ୍ୟକ ଆଇନକୁ ରଦ୍ଦ କରିଛି। କିନ୍ନରଙ୍କୁ ନିଜର ଅଧିକାର ଦେଇଛି। ତିନି ତଲାକ ବିରୋଧରେ ଆଇନ ଆଣି ମୁସଲମାନ ମହିଳାଙ୍କୁ ସମ୍ମାନ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆମେରିକା ଷ୍ଟେଚ୍ୟୁ ଅଫ ଲିବାର୍ଟି ପାଇଁ ଗର୍ବିତ ଥିବା ବେଳେ ଭାରତ ଷ୍ଟେଚ୍ୟୁ ଅଫ୍ ୟୁନିଟି ପାଇଁ ଗର୍ବିତ। ଆମେରିକା ଲ୍ୟାଣ୍ଡ ଅଫ୍ ଦ ଫ୍ରୀ ହୋଇଥିବା ବେଳେ ଭାରତ ସାରା ବିଶ୍ୱକୁ ପରିବାର ବୋଲି ମାନେ ବୋଲି ମୋଦୀ କହିଛନ୍ତି।

Related story