ଚୀନ୍‌କୁ ମାତ୍‌ ଦେବାକୁ ଭାରତ ଆରମ୍ଭ କରିବ ଅପରେସନ୍ ଆଲର୍ଟ

ନୂଆଦିଲ୍ଲୀ: ବିଗତ ସାତ ସପ୍ତାହ ଧରି ଡୋକଲାମ ଅଞ୍ଚଳରେ ଭାରତ-ଚୀନ୍ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଚୀନ୍ ବିବାଦୀୟ ଡୋକଲାମ ଅଞ୍ଚଳକୁ ନେଇ ବାରମ୍ୱାର ଭାରତକୁ ଯୁଦ୍ଧ ଧମକ ଦେଉଛି। ଏପରିକି ସୀମାରେ ଅଧିକ ସଂଖ୍ୟାରେ ସୈନ୍ୟ ଠୁଳ କରୁଛି ଚୀନ୍। କିନ୍ତୁ ଏସବୁ ଭିତରେ ଭାରତ ମଧ୍ୟ ନିଜ ଋଣନୀତିରେ ପରିବର୍ତ୍ତନ ଆଣିଛି। ଚୀନ୍‌ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକରମକମ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ସାରିଲାଣି ଭାରତ। ଏଥିପାଇଁ ଅକ୍ଟୋବରରେ ଭାରତୀୟ ସେନା କରୁଥିବା […]

operation alert

operation alert

Rakesh Mallick
  • Published: Friday, 11 August 2017
  • Updated: 11 August 2017, 01:45 PM IST

Sports

Latest News

ନୂଆଦିଲ୍ଲୀ: ବିଗତ ସାତ ସପ୍ତାହ ଧରି ଡୋକଲାମ ଅଞ୍ଚଳରେ ଭାରତ-ଚୀନ୍ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଚୀନ୍ ବିବାଦୀୟ ଡୋକଲାମ ଅଞ୍ଚଳକୁ ନେଇ ବାରମ୍ୱାର ଭାରତକୁ ଯୁଦ୍ଧ ଧମକ ଦେଉଛି। ଏପରିକି ସୀମାରେ ଅଧିକ ସଂଖ୍ୟାରେ ସୈନ୍ୟ ଠୁଳ କରୁଛି ଚୀନ୍। କିନ୍ତୁ ଏସବୁ ଭିତରେ ଭାରତ ମଧ୍ୟ ନିଜ ଋଣନୀତିରେ ପରିବର୍ତ୍ତନ ଆଣିଛି। ଚୀନ୍‌ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକରମକମ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ସାରିଲାଣି ଭାରତ। ଏଥିପାଇଁ ଅକ୍ଟୋବରରେ ଭାରତୀୟ ସେନା କରୁଥିବା ଅପରେସନ୍ ଆଲର୍ଟ ଯୁଦ୍ଧାଭ୍ୟାସ ଦୁଇମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ମାସରେ କରିବାକୁ ସ୍ଥିର କରିଛି।

ଅପରେସନ୍ ଆଲର୍ଟ:

ପ୍ରତିବର୍ଷ ‌ଅକ୍ଟୋବର ମାସରେ ଭାରତୀୟ ସେନା ଏହି ଯୁଦ୍ଧାଭ୍ୟାସ କରିଥାଏ। ଏହି ଅଭ୍ୟାସରେ ସେନା ତଳିଆ ସ୍ଥାନରୁ ପାହାଡ ଉପରକୁ ଯାଇଥାନ୍ତି। ଯାହା ଦ୍ୱାରା ସେମାନେ ପାହାଡ଼ ଉପରେ ହେଉଥିବା ଅସୁବିଧା ଓ ଖରାପ ପାଗରେ କିପରି ନିଜକୁ ରକ୍ଷା କରିହେବ ସେହି କଳା ଶିଖିଥାନ୍ତି। ଏହି ଅଭ୍ୟାସରେ ସେନା ପ୍ରାୟ ୧୫ ହଜାର ଫୁଟ୍ ଉପରକୁ ଯାଇଥାନ୍ତି। ଏବେ ୧୦ ହଜାର ଫୁଟ ଉଚ୍ଚ ଡୋକଲାମ ଅଞ୍ଚଳରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ମାତ୍ର ୧୦୦ରୁ ୧୫୦ ଫୁଟ୍ ଦୂରତା ରହିଛି।

india chinaଗତକାଲି ଚୀନ୍ ଏହି ବିବାଦୀୟ ଅଞ୍ଚଳରୁ ୧୦୦ ମିଟର ପଛକୁ ହଟିବାକୁ ରାଜି ହୋଇଛି। କିନ୍ତୁ ଚୀନ୍ ସେନାକୁ ଡୋକଲାମ ଅଞ୍ଚଳରୁ ୨୫୦ ମିଟର ପଛକୁ ହଟିଯିବାକୁ କହିଛି ଭାରତ। ଯେତେଦିନ ପର୍ଯ୍ୟନ୍ତ ଚୀନ୍ ସେନା ୨୫୦ ମିଟର ପଛକୁ ନ ହଟିଥିବ ଭାରତୀୟ ସେନା ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତ ରୋକଠୋକ ଜଣାଇ ଦେଇଛି। ଡୋକଲାମ ସୀମାରୁ ଚୀନ୍ ସେନା ହଟିବାକୁ ରାଜି ହେବା ଭାରତକୁ ଆଶ୍ୱସ୍ତ କରିଛି। ହେଲେ ଅହଂକାରରେ ବୁଡି ରହିଥିବା ଚୀନ୍‌ର ଏପରି ୟୁଟର୍ଣ୍ଣ ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଲୁଚି ନାହିଁ ତ ? କାରଣ ସିକିମ୍-ଭୁଟାନ-ତିବ୍ବତ ଟ୍ରାଇ ଜଙ୍କସନରେ ଏବେ ସେନା ଠୁଳ କରୁଛି ଚୀନ୍। ଏପରିକି ବିବାଦୀୟ ଡୋକଲାମ ଅଞ୍ଚଳରୁ ଏକ କିଲୋମିଟର ଦୂରରେ ୮୦୦ରୁ ଉର୍ଦ୍ଧ୍ୱ ସୈନ୍ୟଙ୍କ ରହିବା ପାଇଁ ୮୦ଟି ତମ୍ବୁ ଟାଣି ସାରିଲାଣି । ଯାହା ଚୀନ୍‌ର ଦୋମୁହାଁ ନୀତିକୁ ଦର୍ଶାଉଛି।

ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ମଧ୍ୟ ଶୀର୍ଷ ସ୍ତରରେ ପ୍ରସ୍ତୁତି କରାଯାଇଛି। ଭାରତ ପକ୍ଷରୁ ପଦାତିକ ବାହିନୀର ଦୁଇଟି ଡିଭିଜନ ସିକିମ ଅଭିମୁଖେ ଯାତ୍ରା କରିଛି। ମାଉଣ୍ଟେନ କର୍ପସର ଦୁଇଟି ଡିଭିଜନ ସୀମାକୁ ଯାଇଛନ୍ତି। ଏପରିକି ଅଧିକ ସଂଖ୍ୟାରେ ସୈନ୍ୟଙ୍କୁ ଯେ କୌଣସି ପରିସ୍ଥିତିରେ ମୁକାବିଲା ଲାଗି ସଜାଗ ରଖିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story