କ୍ରମାଗତ ହ୍ରାସ ପାଉଛି ଗ୍ରାମୀଣ ଭାରତର ଚାହିଦା

ନୂଆଦିଲ୍ଲୀ: ଭାରତର ଗ୍ରାମାଞ୍ଚଳରେ ଗ୍ରାହକୀୟ ଖର୍ଚ୍ଚ ୪ ଦଶନ୍ଧିରେ ସବୁଠାରୁ କମ୍‌ ସ୍ଥିତିରେ ପହଞ୍ଚିଥିବା ଜଣାପଡ଼ିଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପାଇଁ ଏହି ତଥ୍ୟ ନିଶ୍ଚୟ ଚିନ୍ତାଜନକ ପାଲଟିଛି। ଭାରତର ଗାଁମାନଙ୍କରେ ଗ୍ରାହକୀୟ ଚାହିଦା ଜୁଲାଇ ୨୦୧୭ରୁ ଜୁଲାଇ ୨୦୧୮ ମଧ୍ୟରେ ୮.୮% ହ୍ରାସ ପାଇଛି। ଏହା ୧୯୭୨-୭୩ ପରଠାରୁ ସବୁଠାରୁ କମ୍‌। ଭାରତର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ମିଳିଛି। ଭାରତର ମୋଟ […]

rural

rural

Subrat Kumar Nayak
  • Published: Friday, 15 November 2019
  • Updated: 15 November 2019, 06:22 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଗ୍ରାମାଞ୍ଚଳରେ ଗ୍ରାହକୀୟ ଖର୍ଚ୍ଚ ୪ ଦଶନ୍ଧିରେ ସବୁଠାରୁ କମ୍‌ ସ୍ଥିତିରେ ପହଞ୍ଚିଥିବା ଜଣାପଡ଼ିଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପାଇଁ ଏହି ତଥ୍ୟ ନିଶ୍ଚୟ ଚିନ୍ତାଜନକ ପାଲଟିଛି। ଭାରତର ଗାଁମାନଙ୍କରେ ଗ୍ରାହକୀୟ ଚାହିଦା ଜୁଲାଇ ୨୦୧୭ରୁ ଜୁଲାଇ ୨୦୧୮ ମଧ୍ୟରେ ୮.୮% ହ୍ରାସ ପାଇଛି। ଏହା ୧୯୭୨-୭୩ ପରଠାରୁ ସବୁଠାରୁ କମ୍‌। ଭାରତର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ମିଳିଛି।

ଭାରତର ମୋଟ ଜନସଂଖ୍ୟା ୧.୩ ବିଲିଅନ୍‌ରୁ ଦୁଇ ତୃତୀୟାଂଶ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଏମାନେ ହିଁ ଅର୍ଥନୀତିକ ଅଭିବୃଦ୍ଧି କ୍ଷେତ୍ରରେ ବଡ଼ ଭୂମିକା ନିଭାଇଥାଏ। ଏହି ସମୟରେ ଖାଦ୍ୟ, ଶିକ୍ଷା ଏବଂ ପୋଷାକ ଆଦିରେ କରାଯାଇଥିବା ଖର୍ଚ୍ଚ ହ୍ରାସ ହେବା ସହ ଜରୁରୀକାଳୀନ ସାମଗ୍ରୀ ଯେପରିକି ଡାଲିଜାତୀୟ ସାମଗ୍ରୀର ଚାହିଦା ହ୍ରାସ ହୋଇଛି।

ତେବେ ସରକାରଙ୍କ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, ଏହି ଏନ୍‌ଏସ୍‌ଓ ରିପୋର୍ଟ ଅନ୍ତିମ ରିପୋର୍ଟ ନୁହେଁ। ଏହାର ବୈଧିକରଣ ଚାଲୁ ରହିଛି। ଅନେକ ଅଧିକାରୀ ଏହା ସହ ସହମତ ନୁହନ୍ତି ବୋଲି ସେ କହିଛନ୍ତି। ମନ୍ତ୍ରଣାଳୟ ଏହି ରିପୋର୍ଟ ପ୍ରକାଶନ କଲେ ଯାଇ ବିଶ୍ୱାସ କରାଯାଇପାରିବ ବୋଲି ସେ କହିଛନ୍ତି।

ଗତ ଜାନୁଆରୀରେ ହେଁ ରିପୋର୍ଟ ଆସିଥିଲା, ମୋଦିଙ୍କ ପ୍ରଥମ ପାଳି ସରକାରରେ ନିଯୁକ୍ତି ସ୍ଥିତି ବହୁତ ଖରାପ ରହିଥିଲା। ମେ ମାସରେ ହିଁ ମୋଦି ସରକାରଙ୍କର ଏହି ନିଯୁକ୍ତି ପରିସଂଖ୍ୟାନ ପ୍ରସ୍ତୁତ ହୋଇଥିଲା ।

ଏହି ସର୍ଭେରୁ ଜଣାପଡ଼ିଛି ମୁଣ୍ଡ ପିଛା ଭାବେ ହିସାବ କଲେ ଜଣେ ୨୦୧୧-୧୨ ବେଳକୁ ହାରାହାରି ୧୫୦୧ ଟଙ୍କା ଖର୍ଚ୍ଚ କରିପାରୁଥିଲା। ତାହା ୨୦୧୭-୧୮ ୧,୪୪୬କୁ ଖସିଆସିଛି। ଅର୍ଥାତ ଏଥିରେ ୩.୭% ହ୍ରାସ ଘଟିଛି।

ଏହି ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀ ଜନିତ କିଣାକିଣିରେ ହ୍ରାସ କରିଛନ୍ତି। ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ଏଡ଼ାଇଯିବାର ପ୍ରୟାସ ମଧ୍ୟ କରାଯାଉଥିବା ଏଥିରେ ତଥ୍ୟ ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସହରୀ ଅଞ୍ଚଳ ସମେତ ସମଗ୍ର ଭାରତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ତେଲ, ଲୁଣ, ଚିନି ଏବଂ ମସଲା ଆଦି କିଣାକିଣି ମଧ୍ୟ କମ୍‌ ହୋଇଛି।

ଅଣଖାଦ୍ୟ ଜାତୀୟ ସାମଗ୍ରୀରେ କିଣାବିକା ୭.୬% ହ୍ରାସ ହୋଇଛି। କିନ୍ତୁ ସେହି ସମୟରେ ସହରୀ କ୍ଷେତ୍ରରେ ଏଥିରେ ୩.୮% ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ୨୦୧୭-୧୮ରେ ମାସିକ ଖର୍ଚ୍ଚ ୫୮୦ ଟଙ୍କା ଥିଲା। ୨୦୧୧-୧୨ରେ ଏହାର ୧୦% ଅଧିକ ଅର୍ଥାତ ୬୪୩ ଟଙ୍କା ଥିଲା। ସହରାଞ୍ଚଳରେ ଏହା ବଢ଼ିଥିଲେ ମଧ୍ୟ ନଗଣ୍ୟ ପରିମାଣର ବୃଦ୍ଧି ଘଟିଛି। ୨୦୧୧-୧୨ ତୁଳନାରେ ୨୦୧୭-୧୮ରେ ସହରାଞ୍ଚଳରେ ମାସିକ ଖର୍ଚ୍ଚ ୯୪୩ ଟଙ୍କାରୁ ୯୪୬ ଟଙ୍କାକୁ ବୃଦ୍ଧି ଘଟିଛି।

ଯୋଜନା କମିଶନର ପୂର୍ବତନ ସଦସ୍ୟ ଅଭିଜିତ ସେନ୍‌ କହିବା ଅନୁଯାୟୀ, “ଖାଦ୍ୟରେ ଖର୍ଚ୍ଚ ହ୍ରାସ ଘଟିଲେ ବିଶେଷ କରି ଗ୍ରାମାଞ୍ଚଳରେ ବୁଝିବାକୁ ହେବ ଅପପୁଷ୍ଟି ବୃଦ୍ଧି ପାଇଛି। ଏହା ମଧ୍ୟ ଦର୍ଶାଉଛି ଗରିବୀ ସେହି ତୁଳନାରେ ବଢ଼ିଛି।” କିନ୍ତୁ ଏହି ହ୍ରାସ ପକ୍ରିୟା କେତେବେଳେ ଆରମ୍ଭ ହେଲା ଏହାର ଉତ୍ତର ଜାଣିବା କଷ୍ଟକର ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଏହା ସମ୍ଭବତଃ ୨୦୧୨-୧୩ରେ ଆରମ୍ଭ ହୋଇଥିଲା। କାରଣ ସେତେବେଳକୁ ଗ୍ରାମୀଣ ଆୟ ବଢ଼ିବାରେ ଲାଗିଥିଲା। ଖର୍ଚ୍ଚ ହ୍ରାସ ହୋଇଛି ମାନେ ବୁଝିବାକୁ ହେବ କୃଷି କ୍ଷେତ୍ରରେ ମାନ୍ଦାବସ୍ଥା ଚାଲିଛି। ଏହି ସମୟରେ ଅଣକୃଷି କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗ ନଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story