ତୁଟିବ କି ବିବାଦ, ଭାରତ-ଚାଇନା ମଧ୍ୟରେ ୩ ସୂତ୍ରୀ ବୁଝାମଣା

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ବାଟ ପିଟିଛି। ଦୁଇ ଦେଶ ସୀମାରେ ଡିସଏନଗେଜମେଣ୍ଟ କରିବା ପାଇଁ ୩ ସୂତ୍ରୀ ବୁଝାମଣା କରିଥିବା ଜଣାପଡ଼ିଛି। ଏହି ବୁଝାମଣା ଅନୁଯାୟୀ, ଦୁଇ ଦେଶର ଆର୍ମି ଇଷ୍ଟର୍ଣ୍ଣ ଲଦାଖ ସୀମାରୁ ପଛକୁ ହଟିବେ। ଦୁଇ ଦେଶର ଯବାନ କେବଳ ପଛକୁ ହଟିବେ ନାହିଁ ବରଂ ଏପ୍ରିଲ-ମେ’ ମାସରେ ସୀମାରେ ରହିଥିବା ସ୍ଥିତାବସ୍ଥାକୁ ବଜାୟୀ ରଖିବେ। ନଭେମ୍ବର ୬ରେ ଦୁଇ […]

gy

Hemant Lenka
  • Published: Wednesday, 11 November 2020
  • , Updated: 11 November 2020, 03:13 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ବାଟ ପିଟିଛି। ଦୁଇ ଦେଶ ସୀମାରେ ଡିସଏନଗେଜମେଣ୍ଟ କରିବା ପାଇଁ ୩ ସୂତ୍ରୀ ବୁଝାମଣା କରିଥିବା ଜଣାପଡ଼ିଛି। ଏହି ବୁଝାମଣା ଅନୁଯାୟୀ, ଦୁଇ ଦେଶର ଆର୍ମି ଇଷ୍ଟର୍ଣ୍ଣ ଲଦାଖ ସୀମାରୁ ପଛକୁ ହଟିବେ।

ଦୁଇ ଦେଶର ଯବାନ କେବଳ ପଛକୁ ହଟିବେ ନାହିଁ ବରଂ ଏପ୍ରିଲ-ମେ’ ମାସରେ ସୀମାରେ ରହିଥିବା ସ୍ଥିତାବସ୍ଥାକୁ ବଜାୟୀ ରଖିବେ। ନଭେମ୍ବର ୬ରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଚିଶୁଲରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଉଭୟ ଦେଶ ଡିଏନଗେଜମେଣ୍ଟ କରିବାକୁ ୩ ସୂତ୍ରୀ ବୁଝାମଣା କରିଥିବା ଜଣାପଡ଼ିଛି।

ବୁଝାମଣା ଅନୁଯାୟୀ, ଆସନ୍ତା ୩ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହେବ। ଦୁଇ ଦେଶ ସୀମାରେ ମୁତୟନ କରିଥିବା ଯୁଦ୍ଧ ଗାଡ଼ି, ଟାଙ୍କ ଓ ଅନ୍ୟାନ୍ୟ ଗାଡ଼ି ମୋଟରକୁ ପଛକୁ ଘୁଞ୍ଚାଇବେ। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ଏହା ଯଥେଷ୍ଟ ଦୂରରେ ଯେମିତି ରହିବ, ତା’ର ବ୍ୟବସ୍ଥା କରିବେ।

ଦ୍ୱିତୀୟ ବୁଝାମଣା ଅନୁଯାୟୀ, ଦୁଇ ଦେଶ ପାଙ୍ଗୋଙ୍ଗ ହ୍ରଦ ନିକଟରେ ମୁତୟନ କରିଥିବା ଯବାନଙ୍କୁ ପଛକୁ ଘୁଞ୍ଚାଇବେ। ପ୍ରତିଦିନ ୩୦% ଓ ୩ ଦିନ ମଧ୍ୟରେ ସମସ୍ତ ସୈନ୍ୟ ପଛକୁ ହଟିବେ। ଏହାର ଅର୍ଥ ଭାରତୀୟ ଯବାନମାନେ ଧନ ସିଂହ ଥାପ୍ପା ପୋଷ୍ଟକୁ ଆସିବେ ଓ ଚାଇନିଜ୍ ଯବାନ ପିଙ୍ଗର ୮ର ପୂର୍ବ ଅଞ୍ଚଳକୁ ଫେରିବେ।

ତୃତୀୟ ବୁଝାମଣା ଅନୁଯାୟୀ, ଚୁଶୁଲ ଓ ରେଜାଙ୍ଗ ଲା ଅଞ୍ଚଳର ଯେଉଁ ସବୁ ଉଚ୍ଚସ୍ଥାନକୁ ଦୁଇ ଦେଶ ଦଖଲ କରିଛନ୍ତି, ସେଠାରୁ ପଛକୁ ହଟିବେ। ସେହିପରି ଦୁଇ ଦେଣ ପରସ୍ପର ସହ କରିଥିବା ବୁଝାମଣାକୁ ମାନୁଛନ୍ତି କି ନାହିଁ, ତା’ ଉପରେ ନଜର ରଖାଯିବ।

Related story