ଭାରତର ଜବାବରେ ୪୩ ଚାଇନା ଯବାନ ମୃତାହତ

ନୂଆଦିଲ୍ଲୀ: ଭାରତ ସହ ମୁହାଁମୁହିଁରେ ଚାଇନାକୁ ଦୃଢ଼ ଜବାବ ମିଳିଛି। ମିଳିଥିବା ସୂଚନା ଅନୁସାରେ ଏଥିରେ ଚାଇନାର ମୃତାହତଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ୍ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତ ପକ୍ଷରୁ କୁହାଯାଇଛି ଚାଇନା ପଟୁ ୪୩ ଜଣ ମୃତାହତ ଅଛନ୍ତି। ଏମାନଙ୍କ ମଧ୍ୟରେ ମୃତକ ଏବଂ ଗୁରୁତର ଆହତ […]

China

Subrat Kumar Nayak
  • Published: Tuesday, 16 June 2020
  • , Updated: 17 June 2020, 08:50 AM IST

ନୂଆଦିଲ୍ଲୀ: ଭାରତ ସହ ମୁହାଁମୁହିଁରେ ଚାଇନାକୁ ଦୃଢ଼ ଜବାବ ମିଳିଛି। ମିଳିଥିବା ସୂଚନା ଅନୁସାରେ ଏଥିରେ ଚାଇନାର ମୃତାହତଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ୍ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି।

ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତ ପକ୍ଷରୁ କୁହାଯାଇଛି ଚାଇନା ପଟୁ ୪୩ ଜଣ ମୃତାହତ ଅଛନ୍ତି। ଏମାନଙ୍କ ମଧ୍ୟରେ ମୃତକ ଏବଂ ଗୁରୁତର ଆହତ ଅଛନ୍ତି। ସୀମା ନିକଟରେ ଚାଇନାର ହେଲିକ୍ୟାପ୍ଟର ନିଜ ଆହତ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଚକ୍କର କାଟୁଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଭାରତର ୨୦ ଯବାନ ସହିଦ ହୋଇଥିବା କୁହାଯାଇଥିଲା। ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ତେବେ ଭାରତୀୟ ସହିଦ ଯବାନଙ୍କ ସଂଖ୍ୟା ବାବଦରେ ପ୍ରଥମେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ସୂତ୍ରରୁ ଜଣାପଡ଼ିଥିଲା ଗଲଓ୍ବାନ ଉପତ୍ୟକାରେ ସୋମବାର ରାତିରେ ଦୁଇ ଦେଶର ସେନା ମଧ୍ୟରେ ହାତାହାତି ହୋଇଥିଲା। ପରେ ଏହା ଆହୁରି ତୀବ୍ର ହୋଇଥିବା କୁହାଯାଉଛି। ପ୍ରଥମେ ୩ ଜଣ ସହିଦ ହୋଇଥିଲେ ପରେ ୧୭ ଜଣ ଗୁରୁତର ଆହତ ସହିଦ ହୋଇଛନ୍ତି।

Related story