ଭାରତ-ଚୀନ୍‌ ସୀମାରେ ସ୍ଥିତି ଜଟିଳ: ଆସନ୍ତୁ ଜାଣିବା କାହାର ଶକ୍ତି କେତେ

ନୂଆଦିଲ୍ଲୀ: ସିକିମ ସେକ୍ଟର ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ଛକାପଞ୍ଝ। । ଗତ ଏକ ମାସରୁ ଅଧିକ ସମୟ ଧରି ଉଭୟ ଦେଶ ମଧ୍ୟରେ ଏହି ସେକ୍ଟରକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଗତ ଜୁନ୍ ୬ ତାରିଖରେ ଡୋକଲାମ ଅଞ୍ଚଳରେ ଡ୍ରାଗନ ବାହିନୀ ସୀମା ପାର କରି ଦୁଇଟି ବଙ୍କର ଭାଙ୍ଗି ଦେବା ପରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଚୀନକୁ ମୁକାବିଲା କରିବାକୁ ଭାରତ ମଧ୍ୟ […]

brmhosh

brmhosh

Rakesh Mallick
  • Published: Monday, 03 July 2017
  • Updated: 03 July 2017, 10:36 PM IST

Sports

Latest News

ନୂଆଦିଲ୍ଲୀ: ସିକିମ ସେକ୍ଟର ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ଛକାପଞ୍ଝ। । ଗତ ଏକ ମାସରୁ ଅଧିକ ସମୟ ଧରି ଉଭୟ ଦେଶ ମଧ୍ୟରେ ଏହି ସେକ୍ଟରକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଗତ ଜୁନ୍ ୬ ତାରିଖରେ ଡୋକଲାମ ଅଞ୍ଚଳରେ ଡ୍ରାଗନ ବାହିନୀ ସୀମା ପାର କରି ଦୁଇଟି ବଙ୍କର ଭାଙ୍ଗି ଦେବା ପରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଚୀନକୁ ମୁକାବିଲା କରିବାକୁ ଭାରତ ମଧ୍ୟ ଡୋକଲାମ ଅଞ୍ଚଳକୁ ଅଧିକ ସେନା ପଠାଇଛି। ଏଭଳି ପରିସ୍ଥିତିରେ କେତେବେଳେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ନ ଲାଗିଯିବ ତାହା କହି ହେବ ନାହିଁ। ତେବେ ଭାରତ କ’ଣ ଚୀନ୍‌ର ସାମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରି ପାରିବ। ୧୯୬୨ ଯୁଦ୍ଧରେ ଭାରତ ଚୀନ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ତେବେ ସମୟ ବଦଳିବା ସଙ୍ଗେ ସଙ୍ଗେ ଭାରତୀୟ ସେନାରେ ଆସିଛି ଅନେକ ପରିବର୍ତ୍ତନ। ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାଙ୍ଗକୁ ଏବେ ପରମାଣୁ ଅସ୍ତ୍ରରେ ବଳୀୟାନ ଭାରତୀୟ ସେନା। ତେବେ ଆସନ୍ତୁ ଜାଣିବା ଭାରତ ଓ ଚୀନ ସେନାର ଶକ୍ତି ବିଷୟରେ।

agniଭାରତ: ଭାରତୀୟ ସେନା ବିଶ୍ୱର ତୃତୀୟ ବୃହତ ସେନା। ପ୍ରାୟ ୧୩ ଲକ୍ଷ ଯବାନଙ୍କ ବଳରେ ବଳୀୟାନ ଭାରତୀୟ ସେନା। ସେ ସ୍ଥଳପଥ ହେଉ ବା ଜଳପଥ କିମ୍ୱା ଆକାଶ ମାର୍ଗ ସବୁ କ୍ଷେତ୍ରରେ ବେଶ୍ ଶକ୍ତିଶାଳୀ ଭାରତୀୟ ସେନା। ଶତ୍ରୁକୁ ସ୍ଥଳପଥରେ ମାତ୍ ଦେବାକୁ ଭାରତ ପାଖରେ ରହିଛି ୫୦୦୦ରୁ ଊର୍ଦ୍ଧ୍ୱ ଟ୍ୟାଙ୍କ। ସେହିପରି ଭାରତୀୟ ସେନା ପାଖରେ ରହିଛି ୧୭୦୦ ବାଲାଷ୍ଟିକ ମିଜାଇଲ। ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ ଭାରତକୁ ଅଧିକ ଶକ୍ତିଶାଳୀ କରିଛି। ପ୍ରାୟ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ‘ଅଗ୍ନି-୫’ ମିଜାଇଲ ଚୀନ୍‌କୁ ମାତ୍ ଦେବାକୁ ଯଥେଷ୍ଟ।

ସେହିପରି ଆକାଶ ପଥରେ ମଧ୍ୟ କେହି କାହାରିକୁ କମ୍ ନୁହେଁ। ଆକାଶ ପଥରେ ପ୍ରତିପକ୍ଷକୁ ସାବାଡ କରିବା ପାଇଁ ଭାରତୀୟ ସେନାରେ ୭୦୦ରୁ ୮୦୦ ଫ।ଇଟର୍ ପ୍ଲେନ୍‌ ସାମିଲ କରାଯାଇଛି। ସେଥିମଧ୍ୟରୁ ୩୦୦ଟି ମିଗ୍-୨୧, ୧୦୦ଟି ମିଗ୍-୨୭ ଶ୍ରେଣୀର। ଏହାସହ ଏକାଥରେ ୨୦ଟି ସ୍ଥାନକୁ ଲକ୍ଷ୍ୟଭେଦ କରିପାରୁଥିବା ‘ସୁଖୋଇ ଫ।ଇଟର’କୁ ଭାରତ ତା’ର ଏକ ପ୍ରମୁଖ ଯୁଦ୍ଧାସ୍ତ୍ର ଭାବେ ସେନାରେ ସାମିଲ କରିଛି।

ଜଳପଥରେ ଭାରତ ତାର ପରାକ୍ରମ ଅନେକ ସମୟରେ ଦେଖାଇ ସାରିଛି। ୧୦ରୁ ଅଧିକ ବିଧ୍ୱଂସକାରୀ ଜାହାଜ ଭାରତୀୟ ନୌସେନାରେ ସ୍ଥାନ ପାଇଛି। ୧୪ଟି ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ଓ ୧୫ଟି ସବ୍‌ମାରାଇନ୍ ଜାହାଜକୁ ନେଇ ସମୁଦ୍ରପଥରେ ବେଶ୍ ଶକ୍ତିଶାଳୀ ଭାରତୀୟ ସେନା। ସମୁଦ୍ରପଥରେ ଜାହାଜ ଉପରୁ ଉଡ଼ାଣ ଭରିପାରୁଥିବା ୨ଟି ଏୟାରକ୍ରାଫ୍ଟ ରହିଛି।

df-5bଚୀନ: ଭାରତ ତୁଳନାରେ ଚୀନ୍ ସେନା ଅଧିକ ଶକ୍ତିଶାଳୀ। ପ୍ରାୟ ୨୩ ଲକ୍ଷ ସୈନ୍ୟଙ୍କୁ ଚୀନ୍ ସେନା ବଳୀୟାନ। ପ୍ରାୟ ୭୫୦୦ରୁ ଊର୍ଦ୍ଧ୍ୱ ଟ୍ୟାଙ୍କ ନିଜ ସେନାରେ ସାମିଲ କରିଛି ଚୀନ୍। ସେହିପରି ୧୮୦୦ରୁ ଅଧିକ ବାଲାଷ୍ଟିକ ମିଜାଇଲ୍ ସହ ୧୩,୦୦୦ କିଲୋମିଟର ଦୂରତା ଲକ୍ଷ୍ୟଭେଦ କରି ପାରୁଥିବା ‘ଡିଏଫ୍‌-୫ବି’ ମିଜାଇଲ ପାଇଁ ଶକ୍ତିଶାଳୀ ଡ୍ରାଗନ ବାହିନୀ।

ଚୀନ୍ ମଧ୍ୟ ଆକାଶପଥରେ ବେଶ୍ ଶକ୍ତିଶାଳୀ। ପ୍ରାୟ ୨୦୦୦ରୁ ଅଧିକ ଫ।ଇଟର ବିମାନକୁ ନିଜ ସେନାରେ ସାମିଲ କରିଛି ଚୀନ୍। ଏହା ମଧ୍ୟରେ ରହିଛି ଜିଆନ, ଚେନ୍‌ଗୁଡ, ହଙ୍ଗ-୬, ସୁଖୋଇ ଶ୍ରେଣୀର ବିମାନ।

ଜଳପଥରେ ଚୀନ୍‌ର ଶକ୍ତି ଭାରତ ତୁଳନାରେ ଟିକିଏ ଅଧିକ। ଚୀନ ତା’ ନୌସେନାରେ ୨୬ଟି ବିଧ୍ୱଂସକାରୀ ଜାହାଜ ସାମିଲ କରିଛି। ସେହିପରି ୪୭ଟି ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ଓ ୬୮ଟି ସବମେରାଇନ ସହ ଜଳପଥରେ ନିଜର ପତିଆରା ଜାହିର କରୁଛି ଚୀନ। ଏହି ୬୮ଟି ସବମେରାଇନ ମଧ୍ୟରେ ୧୦ଟି ସବମେରାଇନ୍ ପରମାଣୁ ଅସ୍ତ୍ର ନେବାକୁ ସକ୍ଷମ।

ସମୟ ବଦଳିଛି। ଏବେ ବିଶ୍ୱର ଯେକୌଣସି ଦେଶ ଭାରତ ଉପରେ ଆକ୍ରମଣ କରିବାକୁ ହଜାର ଥର ଭାବିବ। କାରଣ ନିଜ ମାଟି ମା’ର ସୁରକ୍ଷା ପାଇଁ ଆଉ ଚୁପ୍ ରହିବନି ଭାରତ। ଭାରତ ଓ ଚୀନ୍ ଉଭୟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ତେଣୁ ଯୁଦ୍ଧର ପରିଣାମ କ’ଣ ହେବ ତାହା ସମସ୍ତେ ଜାଣନ୍ତି। ତେଣୁ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story