ଫେରିବ ଶାନ୍ତି, ଲଦାଖ ସୀମାରୁ ସେନା ପ୍ରତ୍ୟାହାର କରିବେ ଦୁଇ ଦେଶ!

ବେଜିଂ: ଲଦାଖ ସୀମାରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦ ଭିତରେ ନୂଆ ଆଶାର କିରଣ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଚାଲିଥିବା ବୈଠକ ଫଳପ୍ରଦ ହେବାର ସମ୍ଭାବନା ଦେଖାଯାଇଛି। ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି ଓ ପର୍ଯ୍ୟାୟକ୍ରମେ ଲଦାଖ ସୀମାରୁ ଉଭୟ ଭାରତ ଏବଂ ଚାଇନା ସେନା ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କରିଥିବା ବେଜିଂ ପକ୍ଷରୁ କୁହାଯାଇଛି।

ଚାଇନା ସରକାରଙ୍କ ମୁଖପାତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପର୍ଯ୍ୟାକ୍ରମେ ଭାରତ ଓ ଚାଇନା ଫ୍ରଣ୍ଟ ଲାଇନ ଫୋର୍ସଙ୍କୁ ଡିସଏନଗେଜ୍‌ କରିବାକୁ ରାଜି ହୋଇଛନ୍ତି। ସେହିପରି ଦୁଇ ଦେଶ ସୀମାନ୍ତ ଅଞ୍ଚଳରେ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ଏକମତ ହୋଇଛନ୍ତି। ଗତକାଲି ଦୁଇ ଦେଶ ମଧ୍ୟରେ କର୍ପଣ କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ଏହି ସମୟରେ ଦୁଇ ଦେଶ ଶାନ୍ତି ଫେରାଇ ଆଣିବାକୁ ଆଲୋଚନା କରିଥିବା ଗ୍ଲୋବାଲ ଟାଇମ୍ସ କହିଛି।

ଅନ୍ୟପକ୍ଷରେ ଦୀର୍ଘ ୧୨ ଘଣ୍ଟା ଧରି ଛୁଶୁଲ ଠାରେ ଚାଲିଥିବା ଏହି ବୈଠକରେ ଦୁଇ ଦେଶର ଆର୍ମି ସୀମାରେ ଦୀର୍ଘ ୭ ସପ୍ତାହ ହେଲା ଚାଲିଥିବା ବିବାଦର କେମିତି ସମାଧାନ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଭାରତ ଏପ୍ରିଲ ମାସର ଷ୍ଟାଟସ କୋ କାଏମ ରଖିବା ସପକ୍ଷରେ ଯୁକ୍ତି କରିଥିଲା।

ଚାଇନା ବି ଏଥରେ କିଛି ମାତ୍ରାରେ ରାଜି ହୋଇଥିବା କୁହାଯାଉଛି। ହେଲେ ଚାଇନା ସୀମାରେ ୨୦ ହଜାର ସୈନ୍ୟ ମୁତୟନ କରିବା ଭାରତର ସନ୍ଦେହ ବଢ଼ାଇ ଦେଇଛି। ତେବେ ଭାରତ ମଧ୍ୟ ଆଲୋଚନା ସହ ଚାଇନା ଯବାନଙ୍କ ମୁକାବିଲା କରିବାକୁ ସୀମାରେ ପୂରା ପ୍ରସ୍ତୁତି କରିଛି।

ଆହୁରି ପଢ଼ନ୍ତୁ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲେ

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

୭ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ, ଆଖି ବୁଜି ସାରିଲେଣି ୩ ଜଣ