ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ଭାରତ ସରକାର ଉପରେ ‘ନିର୍ଦ୍ୱନ୍ଦ୍ୱରେ ଆକ୍ରମଣ’ କରିବା ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଦେଇଥିବା ଧମକର ଜବାବ ରଖିଛି ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, "ହଁ ସେହିଁ ଭିଡିଓରେ ବହୁତ କିଛି କୁହାଯାଇଛି। କିନ୍ତୁ ଆମେ ସେସବୁର ଉତ୍ତର ଦେବା ଅର୍ଥ ସେମାନଙ୍କୁ ଗୁରୁତ୍ୱ ଦେବାଭଳି ହେବ। ଆମେ ସେମିତି ଧମକ ଶୁଣିଆସୁଛୁ, କିନ୍ତୁ ଏସବୁକୁ ଗୁରୁତ୍ୱ ଦେବା ଠିକ ହେବନି। ଆମ ସୁରକ୍ଷା କର୍ମୀ ଆମ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ଅକ୍ଷୁର୍ଣ ରଖିବାକୁ ସମର୍ଥ।"
ସୂଚନାଯୋଗ୍ୟ, ପୂର୍ବରୁ ଅଲ କାଏଦା ମୁଖ୍ୟ ଆୟମାନ୍ ଅଲ୍ ଜବାହରି ଭାରତୀୟ ସେନା ଏବଂ ସରକାରଙ୍କ ଉପରେ ଆକ୍ରମଣ କରି ଅର୍ଥନୀତିକୁ ଦୋହଲାଇ ଦେବାକୁ କଶ୍ମୀର ଉପତ୍ୟକାର ଆତଙ୍କବାଦୀମାନଙ୍କୁ ଆହ୍ୱାନ କରିଥିଲା। ଓସାମା ବିନ୍ ଲାଡେନ୍ର ମୃତ୍ୟୁ ପରେ ଅଲ କାଏଦା ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିବା ଜବାହରି ଆହୁରି ମଧ୍ୟ କହିଥିଲା, “ପାକିସ୍ତାନ ସେନା ଓ ସରକାର ଆମେରିକାର କଣ୍ଢେଇ ସାଜିଛନ୍ତି। ପାକିସ୍ତାନୀ ସେନା ଓ ସରକାର ମୁଜାହିଦ୍ଦିନମାନଙ୍କୁ ନିଜର ରାଜନୀତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି।”
ଏହି ଭିଡିଓକୁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିବାପରେ ଜାଣିବାକୁ ପାଇଛନ୍ତି ଯେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଦବ୍ଦବା ହ୍ରାସ ପାଥିବାରୁ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଜବାହରି ଏଭଳି କୁପ୍ରୟାସ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।