ନୂଆଦିଲ୍ଲୀ: ଦିଲ୍ଲୀ-ଫରିଦାବାଦ ମେଟ୍ରୋ ଲାଇନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ମେଟ୍ରୋ ଲାଇନ୍ ହେବା ଫଳରେ ରାଜଧାନୀ ଓ ହରିଆନାର ଶିଳ୍ପକେନ୍ଦ୍ର ଫରିଦାବାଦ ମଧ୍ୟରେ ଦୈନିକ ପ୍ରାୟ ୨ଲକ୍ଷ ଲୋକ ସ୍ୱଚ୍ଛନ୍ଦରେ ଯାତାୟତ କରିପାରିବେ। ଦିଲ୍ଲୀ ମେଟ୍ରୋର ଏହି ଏକ୍ସଟେନ୍ସନ୍ ବଦର୍ପୁର ଓ ମୁଜେସର୍କୁ ସଂଯୋଗ କରୁଛି। ମେଟ୍ରୋଲାଇନ୍ ଶୁଭାରମ୍ଭ ପରେ ମୋଦି ନିଜେ ମେଟ୍ରୋରେ ଯାତ୍ରା କରିବା ସହ ଲୋକଙ୍କ ସହ ସେଲ୍ଫି ନେଇଥିଲେ। ତାଙ୍କର ସେଲ୍ପିଗୁଡ଼ିକ ଟ୍ବିଟର ପେଜରେ ପ୍ରକାଶ ପାଇଛି। ପ୍ରାୟ ୧୪ କିଲୋମିଟର ଲମ୍ୱ ଏହି ମେଟ୍ରୋ ଲାଇନ୍ ପାଇଁ ୨୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ୧ହଜାର ୫ଶହ ୫୭କୋଟି ଟଙ୍କ। ହରିଆନା ସରକାର ଦେଇଥିବା ବେଳେ କେନ୍ଦ୍ର ସରକାର ୫ଶହ ୩୭କୋଟି ଓ ଦିଲ୍ଲୀ ମେଟ୍ରୋ ୪ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ଦପୁରରୁ ଫରିଦାବାଦ ମଧ୍ୟରେ ଆସୁଥିବା ୯ଟି ଯାକ ଷ୍ଟେସନରେ ସୋଲାର୍ ପାୱାର୍ ପାଇଁ ବ୍ୟବସ୍ଥା ହୋଇଛି, ଯାହାକି ଭାରତରେ ପ୍ରଥମ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।