ତୃତୀୟ ଥର ପାଇଁ WHO ପାଖରେ ଆପତ୍ତି କଲା ଭାରତ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଚିତ୍ରକୁ ନେଇ ଅସନ୍ତୋଷ ଜାହିର କରିଛି ଭାରତ। ଯେଉଁଥିରେ ଭାରତର ସୀମାକୁ ଭୁଲ ଭାବରେ ଚିତ୍ରିତ ହୋଇଛି। ଏହି ମାନଚିତ୍ରଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୱେବ୍ ପୋର୍ଟାଲରେ ବ୍ୟବହୃତ ହେଉଛି। ଏ ନେଇ ଭାରତ WHOର ମୁଖ୍ୟ ଟେଡ୍ରୋସଙ୍କୁ ସଂଶୋଧନ କରି ନୂଆ ମାନଚିତ୍ର ଜାରି କରିବାକୁ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ନିଜ ମାନଚିତ୍ରରେ ଭାରତଠାରୁ ପୃଥକ ଭାବରେ ଦର୍ଶାଇଛି। ଯାହାକୁ ନେଇ […]

who

Subhransu Sekhar
  • Published: Thursday, 14 January 2021
  • , Updated: 14 January 2021, 08:09 PM IST

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଚିତ୍ରକୁ ନେଇ ଅସନ୍ତୋଷ ଜାହିର କରିଛି ଭାରତ। ଯେଉଁଥିରେ ଭାରତର ସୀମାକୁ ଭୁଲ ଭାବରେ ଚିତ୍ରିତ ହୋଇଛି। ଏହି ମାନଚିତ୍ରଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୱେବ୍ ପୋର୍ଟାଲରେ ବ୍ୟବହୃତ ହେଉଛି। ଏ ନେଇ ଭାରତ WHOର ମୁଖ୍ୟ ଟେଡ୍ରୋସଙ୍କୁ ସଂଶୋଧନ କରି ନୂଆ ମାନଚିତ୍ର ଜାରି କରିବାକୁ କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ନିଜ ମାନଚିତ୍ରରେ ଭାରତଠାରୁ ପୃଥକ ଭାବରେ ଦର୍ଶାଇଛି। ଯାହାକୁ ନେଇ ଭାରତ ଆପତ୍ତି କରିଛି। ଭାରତର ଏହି ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଧୂସର ରଙ୍ଗରେ ରହିଥିବା ବେଳେ ଭାରତ ଏକ ପୃଥକ ନୀଳ ରଙ୍ଗରେ ପ୍ରଦର୍ଶିତ ହୋଇଛି।

ଏହାପୂର୍ବରୁ, ଡିସେମ୍ବର ୩ ଏବଂ ୩୦ ରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ପାଖରେ ଆପତ୍ତି କରିଥିଲା।

Related story