ଚାଇନାକୁ ମାତ୍‌ ଦେବ ମିସାଇଲ ’ନିର୍ଭୟ’: ଏଲଏସିରେ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଚାଇନା ଆଡ଼ୁ ବିପଦ ସୃଷ୍ଟି ହେଉଥିବାରୁ ଏହାକୁ ମାତ୍‌ ଦେବା ପାଇଁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପୂର୍ବରୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରାଯାଇଥିବା ବେଳେ ଆଜି ଏଲଲସିରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜଭୁତ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷେପଣାସ୍ତ୍ର ନିର୍ଭୟକୁ ସୀମାରେ ମୁତୟନ କରାଯାଇଛି। ଚାଇନା ତା’ ସୀମାରେ କ୍ଷେପଣାସ୍ତ୍ର ଖଞ୍ଜୁ ଥିବାରୁ ଭାରତ ମଧ୍ୟ ଏହାର […]

n

Hemant Lenka
  • Published: Monday, 28 September 2020
  • , Updated: 28 September 2020, 05:42 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଚାଇନା ଆଡ଼ୁ ବିପଦ ସୃଷ୍ଟି ହେଉଥିବାରୁ ଏହାକୁ ମାତ୍‌ ଦେବା ପାଇଁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପୂର୍ବରୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରାଯାଇଥିବା ବେଳେ ଆଜି ଏଲଲସିରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜଭୁତ କରାଯାଇଛି।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷେପଣାସ୍ତ୍ର ନିର୍ଭୟକୁ ସୀମାରେ ମୁତୟନ କରାଯାଇଛି। ଚାଇନା ତା’ ସୀମାରେ କ୍ଷେପଣାସ୍ତ୍ର ଖଞ୍ଜୁ ଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ଲକ୍ଷ୍ୟ ରଖିଛି।

ନିର୍ଭୟ ମିସାଇଲ ୧୦୦୦ କିମି ପର୍ଯ୍ୟନ୍ତ ଦୂରତା ଯାଏ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏହାର ଅର୍ଥ ନିର୍ଭୟ ଦ୍ୱାରା ଭାରତ ବେଶ ସହଜରେ ତିବ୍ବତରେ ଥିବା ଚାଇନାର ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିପାରିବ। ଏହା ଭୂପୃଷ୍ଠରୁ ଭୂଷ୍ଠକୁ ହିଁ ମାଡ଼ କରାଯାଇ ପାରିବ। ନିର୍ଭୟ ମିସାଇଲକୁ ଡିଆରଡିଓ ପ୍ରସ୍ତୁତ କରିଛି। ଏହାକୁ ଦୀର୍ଘ ୭ ବର୍ଷ ଧରି ପରୀକ୍ଷା କରାଯାଉଥିଲା। ହେଲେ କେବେ ହେଲେ ସୀମାରେ ମୁତୟନ କରାଯାଇ ନଥିଲା।

ଏବେ ମାତ୍ର କିଛି ସଂଖ୍ୟାର ମିସାଇଲକୁ ମୁତୟନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ଏହାର ସଂଖ୍ୟାକୁ ବୃଦ୍ଧି କରାଯିବ। ଏହା ସବୁପ୍ରକାରର ପାଣିପାଗରେ ଶତ୍ରୁପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି। ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ସୀମାରେ ତିକ୍ତତା ସୃଷ୍ଟି ହୋଇଛି। ଏଲଏସିର ବିଭିନ୍ନ ସ୍ଥାନରେ ଉଭୟ ଦେଶର ଯବାନ ମୁହାଁମୁହିଁ ହେଉଥିବା ଖବର ମଧ୍ୟ ମିଳୁଛି। ଏଭଳି ପରିସ୍ଥିତିରେ ଭାରତୀୟ ସେନା ଦେଶର ସବୁଠାରୁ ନିର୍ଭରଯୋଗ୍ୟ କ୍ଷେପଣାସ୍ତ୍ରକୁ ସୀମାରେ ନିୟୋଜିତ କରିଛି।

ଏହି ମିସାଇଲର କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମାହାକ୍ ମସାଇଲର କ୍ଷମତା ସହ ପ୍ରାୟ ସମାନ। ନିର୍ଭୟ ମିସାଇଲର ପ୍ରଥମ ପରୀକ୍ଷା ୨୦୧୩ ମାର୍ଚ୍ଚ ୧୨ରେ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରର ଲମ୍ବ ୬ ମିଟର ଓ ପ୍ରସ୍ଥ ୦.୫୨ ମିଟର। ଏହାର ଓଜନ ସର୍ବାଧିକ ୧୫ଶହ କେଜି ଓ ଏହା ୧୦୦୦ କିମି ଯାଏ ଲକ୍ଷ୍ୟ ଭେଦ କରିପାରିବ।

Related story