ଏଲଟିଟିଇ ବ୍ୟାନ୍‌ ମିଆଦ ଆଉ ୫ ବର୍ଷ ବଢ଼ିଲା

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ବଳରେ କେନ୍ଦ୍ର ସରକାର ଲିବରେସନ ଟାଇଗର୍ସ ଅଫ୍‌ ତାମିଲ୍‌ ଇଲମ (ଏଲଟିଟିଇ) ଉପରେ ନିଷେଦ୍ଧାଦେଶକୁ ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଏଲଟିଟିଇ ଦ୍ୱାରା ଚାଲୁ ରହିଥିବା ହିଂସାତ୍ମକ ଏବଂ ହାନିକାରକ କାର୍ଯ୍ୟ ଭାରତର ଏକତା ଓ ସାର୍ବଭୌମ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି। ଏହା ଭାରତ ବିରୋଧୀ ମନୋଭାବ ପୋଷଣ କରିବା ସହ […]

r

Hemant Lenka
  • Published: Tuesday, 14 May 2019
  • , Updated: 14 May 2019, 03:38 PM IST

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ବଳରେ କେନ୍ଦ୍ର ସରକାର ଲିବରେସନ ଟାଇଗର୍ସ ଅଫ୍‌ ତାମିଲ୍‌ ଇଲମ (ଏଲଟିଟିଇ) ଉପରେ ନିଷେଦ୍ଧାଦେଶକୁ ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ଏଲଟିଟିଇ ଦ୍ୱାରା ଚାଲୁ ରହିଥିବା ହିଂସାତ୍ମକ ଏବଂ ହାନିକାରକ କାର୍ଯ୍ୟ ଭାରତର ଏକତା ଓ ସାର୍ବଭୌମ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି। ଏହା ଭାରତ ବିରୋଧୀ ମନୋଭାବ ପୋଷଣ କରିବା ସହ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ପ୍ରତି ଗଭୀର ବିପଦ ସୃଷ୍ଟି କରୁଛି। ତେଣୁ ଏଲଟିଟିଇ ଉପରେ ଲାଗୁ ହୋଇଥିବା ବାସନ୍ଦାଦେଶକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଉଛି।

Related story