ନୂଆଦିଲ୍ଲୀ: ଭାରତୀୟୁ ବାୟୁସେନାକୁ ପ୍ରଥମ ରାଫେଲ୍ ଫାଇଟର ଜେଟ୍ ଫ୍ରାନ୍ସ ହସ୍ତାନ୍ତର କରିଛି। ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶଲ ବିଆର ଚୌଧୁରୀ ପାଖାପାଖି ୧ ଘଣ୍ଟା ବିମାନ ଉଡ଼ାଇଛନ୍ତି। ଭାରତୀୟ ବାୟୁସେନାର ସୂଚନା ମୁତାବିକ୍ ଗୁରୁବାର ଫ୍ରାନ୍ସ ଏହି ବିମାନ ହସ୍ତାନ୍ତର କରିଛି। ଏହି ରାଫେଲ୍ ବିମାନର ନମ୍ୱର RB-01 ରହିଛି। RBର ଅର୍ଥ ଭାରତୀୟ ବାୟୁସେନାର ଆଗାମୀ ମୁଖ୍ୟ ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ।
କେନ୍ଦ୍ର ସରକାର ରାଫେଲ୍ ବିମାନ କିଣିବା ପାଇଁ ଏକ କମିଟି ଗଠନ କରିଥିଲେ। ସେହି କମିଟିର ଅଧ୍ୟକ୍ଷ ରହିଛନ୍ତି ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ। ସେ ପୂର୍ବରୁ ରାଫେଲ୍ ବିମାନ ଉଡ଼ାଇ ସାରିଛନ୍ତି।
ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ରାକେଶ କୁମାର ସିଂହଙ୍କ ନାମ ରହିଛି। ଏଯାବତ ସେ ୨୬ ପ୍ରକାର ଲଢ଼ୁଆ ଏବଂ ପରିବହନ ବିମାନ ଉଡ଼ାଇଛନ୍ତି। ଯେଉଁଥିରେ ରାଫେଲ୍ ମଧ୍ୟ ସାମିଲ୍ ରହିଛି। ରାଫେଲ୍ ବିମାନ କିଣିବା ଟିମରେ ସେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ଆରକେଏସ ଭଦୌରିଆ ଏନଡିଏ ପୁନେର ଛାତ୍ର । ସେ ୪୨୫୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।