କରୋନା ଯୋଗୁ ଭାରତରେ ଲକ୍ଷେ ଲୋକଙ୍କ ମଧ୍ୟରୁ ଜଣେ ଓ ବିଶ୍ୱରେ ୬ ଜଣ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ: ମହାମାରୀ ବିଶ୍ୱ ତୁଳନାରେ ଭାରତରେ ଆଦୌ ତା’ର ଭୟାବହତା ଦେଖାଇ ପାରୁନାହିଁ। ଭାରତରେ ପ୍ରତି ଲକ୍ଷେ ଲୋକରେ ଜଣେ ବ୍ୟକ୍ତି କରୋନା ଯୋଗୁ ପ୍ରାଣ ହରାଉଛନ୍ତି। ହେଲେ ବିଶ୍ୱରେ ଏହା ୬ରୁ ଅଧିକ ରହିଛି। ବିଶ୍ୱରେ ପ୍ରତି ଲକ୍ଷେ ଲୋକରେ ୬.୦୪ କରୋନା ଯୋଗୁ ପ୍ରାଣ ହରାଉଛନ୍ତି। ବିଶ୍ୱରେ ଭାରତ ଏକମାତ୍ର ଦେଶ ଯେଉଁଠାରେ ପ୍ରତି ଲକ୍ଷେରେ ସବୁଠାରୁ କମ ସଂଖ୍ୟକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସମୟ […]

fs

Hemant Lenka
  • Published: Wednesday, 24 June 2020
  • , Updated: 24 June 2020, 01:09 PM IST

ନୂଆଦିଲ୍ଲୀ: ମହାମାରୀ ବିଶ୍ୱ ତୁଳନାରେ ଭାରତରେ ଆଦୌ ତା’ର ଭୟାବହତା ଦେଖାଇ ପାରୁନାହିଁ। ଭାରତରେ ପ୍ରତି ଲକ୍ଷେ ଲୋକରେ ଜଣେ ବ୍ୟକ୍ତି କରୋନା ଯୋଗୁ ପ୍ରାଣ ହରାଉଛନ୍ତି। ହେଲେ ବିଶ୍ୱରେ ଏହା ୬ରୁ ଅଧିକ ରହିଛି। ବିଶ୍ୱରେ ପ୍ରତି ଲକ୍ଷେ ଲୋକରେ ୬.୦୪ କରୋନା ଯୋଗୁ ପ୍ରାଣ ହରାଉଛନ୍ତି।

ବିଶ୍ୱରେ ଭାରତ ଏକମାତ୍ର ଦେଶ ଯେଉଁଠାରେ ପ୍ରତି ଲକ୍ଷେରେ ସବୁଠାରୁ କମ ସଂଖ୍ୟକ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସମୟ ପୂର୍ବରୁ କଣ୍ଟାକ୍ଟ ଟ୍ରେସିଂ ଓ ଦୃଢ଼ କ୍ଲିନିକାଲ ମ୍ୟାନେଜମେଣ୍ଟ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରଣାଳୟ କହିଛି।

ଜୁନ୍‌ ୨ରେ ଭାରତରେ ଲକ୍ଷେ ଲୋକଙ୍କ ମଧ୍ୟରେ ମୃତ୍ୟୁହାର ୦.୪୯ ରହିଥିଲା। ଏହି ସମୟରେ ବିଶ୍ୱରେ ମୃତ୍ୟୁହାର ୪.୯ ରହିଥିଲା। ଏସବୁ ଭିତରେ ଆଇସିଏମଆର ଭାରତରେ କୋଭିଡ-୧୯ ଟେଷ୍ଟ ପାଇଁ ଲ୍ୟାବ ସଂଖ୍ୟାକୁ ଏକ ହଜାରକୁ ବୃଦ୍ଧି କରିଥିଲା। ବର୍ତ୍ତମାନ ୭୩୦ ସରକାରୀ ଓ ୨୭୦ ଘରୋଇ ଲ୍ୟାବରେ ଟେଷ୍ଟିଂ କରାଯାଉଛି।

ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, “କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆରମ୍ଭରୁ ହିଁ ଆମେ ୩-ଟି ଉପରେ ଗୁରୁତ୍ୱ ଦେଇ ଆସିଛୁ। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଦ୍ୱାରା ହିଁ କରୋନା ସହ ଲଢ଼େଇ କରାଯାଉଛି।

କରୋନା ଟେଷ୍ଟକୁ ବ୍ୟାପକ କରି ଆମେ କରୋନାକୁ ଯଥାଶୀଘ୍ର ପରାସ୍ତ କରିବାକୁ ଚେଷ୍ଟା କରୁଛୁ। ଆମର ଲକ୍ଷ୍ୟ ହେଲା, ଦେଶର ପ୍ରତିଟି ଜିଲ୍ଲାରେ କରୋନା ଟେଷ୍ଟ ପାଇଁ ଲ୍ୟାବ ପ୍ରତିଷ୍ଠା କରିବା। ଏବ ଆମେ ସେ ଦିଗରେ ଆଗକୁ ବଢ଼ୁଛୁ।”

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତି ଏକ ଲକ୍ଷ ଲୋକରେ ବ୍ରିଟେନରେ ମୃତ୍ୟୁହାର ୬୩.୧୩, ସ୍ପେନରେ ୬୦.୬୦, ଇଟାଲୀରେ ୫୭.୧୯, ଆମେରିକାରେ ୩୬.୩୦, ଜର୍ମାନୀରେ ୨୭.୩୨, ବ୍ରାଜିଲରେ ୨୩.୬୮ ଓ ରୁଷରେ ଏହା ୫.୬୨ ରହିଛି।

Related story