ପିଓକେ ମଧ୍ୟ ଦେଇ ଅର୍ଥନୀତିକ କରିଡର ବେଆଇନ: ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଇନା-ପାକିସ୍ତାନ ଇକ୍‌ନୋମିକ୍‌ କରିଡର୍‌କୁ ବେଆଇନ କହିବା ସହ ଚାଇନା ଜାତିସଂଘରେ କଶ୍ମୀର ବାବଦରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛି ଭାରତ। ଆଜି ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ, ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ଜମ୍ମୁ-କଶ୍ମୀର ଏବଂ ଲଦାଖ ବାବଦରେ ଭାରତର ମତ କ’ଣ ରହିଛି ତାହା ଭଲ ଭାବେ ଜାଣିଛି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଆମେ ଗତ କିଛି […]

china

Subrat Kumar Nayak
  • Published: Saturday, 28 September 2019
  • , Updated: 28 September 2019, 05:35 PM IST

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଇନା-ପାକିସ୍ତାନ ଇକ୍‌ନୋମିକ୍‌ କରିଡର୍‌କୁ ବେଆଇନ କହିବା ସହ ଚାଇନା ଜାତିସଂଘରେ କଶ୍ମୀର ବାବଦରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛି ଭାରତ। ଆଜି ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ, ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ଜମ୍ମୁ-କଶ୍ମୀର ଏବଂ ଲଦାଖ ବାବଦରେ ଭାରତର ମତ କ’ଣ ରହିଛି ତାହା ଭଲ ଭାବେ ଜାଣିଛି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଆମେ ଗତ କିଛି ଦିନରେ ଯାହା ମଧ୍ୟ ପଦକ୍ଷେପ ନେଇଛୁ ତାହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ।

ସେ ଆହୁରି ମଧ୍ୟ କହିଥିଲେ, “ଆମେ ଆଶା କରିବୁ ଅନ୍ୟ ରାଷ୍ଟ୍ରମାନେ ଭାରତର ସାର୍ବଭୌମତା ଏବଂ ଅଖଣ୍ଡତାକୁ ସମ୍ମାନ ଜଣାଇବେ। ପିଓକେ ଦେଇ ବେଆଇନ ଏବଂ ତଥାକଥିତ ଚାଇନା-ପାକିସ୍ତାନ ଇକ୍‌ନୋମିକ୍‌ କରିଡର୍‌ ଏହି ଅଖଣ୍ଡତାକୁ ପ୍ରଭାବିତ କରିବା ଉଦ୍ଦିଷ୍ଟ।”

ସୂଚନାଯୋଗ୍ୟ ଯେ, ୬ ହଜାର କୋଟିର ଏହି ପ୍ରକଳ୍ପ ବଲୋଚିସ୍ତାନର ଗ୍ୱାଦର ବନ୍ଦର ଏବଂ ସିନ୍‌ଜିଆଙ୍ଗ ପ୍ରଦେଶକୁ ଯୋଡ଼ିବ। ଏହା ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆରଆଇ) ଅଧୀନରେ ଆରମ୍ଭ ହୋଇଛି ଏବଂ ଚାଇନା ଓ ପାକିସ୍ତାନ ମଦ୍ୟରେ ସହଭାଗୀତାର ସବୁଠାରୁ ବଡ଼ କାରଣ।

ଗତକାଲି ଜାତିସଂଘର ୭୪ତମ ସାଧାରଣ ଅଧିବେଶନରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଜମ୍ମୁ-କଶ୍ମୀର ଏବଂ ଲଦାଖ ବାବଦରେ ମତ ରଖିବା ପରେ ରବୀଶ କୁମାର ଏହି ମତ ରଖିଥିଲେ। ୱାଙ୍ଗ କହିଥିଲେ, ୟୁଏନ୍‌ ଚାର୍ଟର, ସୁରକ୍ଷା ପରିଷଦ ରିଜୋଲ୍ୟୁସନ୍‌ ଏବଂ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଏହି ‘ବିବାଦ’ର ସମାଧାନ ହେବା ଦରକାର। ସେ କହିଥିଲେ, ଏକ ପାଖିଆ ଭାବେ ସ୍ଥିତିରେ କୌଣସି ପରିବର୍ତ୍ତନ ଅଣାନଯାଉ।

ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ କରବି ଏବଂ ଏହାକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତିତ କରିବାକୁ ନେଇ ସେ ଏହି ମତ ରଖିଥିଲେ। ଭାରତ ଏହାକୁ ଜମ୍ମୁ-କଶ୍ମୀର ଏବଂ ଲଦାଖ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲା। ଏହାପରେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବା ସହ କୂଟନୀତିକ ଓ ବ୍ୟବସାୟିକ ସମ୍ପର୍କ ପ୍ରଭାବିତ ହୋଇଥିଲା।

Related story