ପାକ୍‌ ମୁହଁରେ ଜାତିସଂଘ ଚାପୁଡ଼ା, କଶ୍ମୀର ପାଇଁ ମଧ୍ୟସ୍ଥତାକୁ ନା

ଜେନେଭା: କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ସମସ୍ତ ଉଦ୍ୟମ କାଟ ଖାଇବାରେ ଲାଗିଛି। ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ଭାରତ ବାରମ୍ବାର ଦାବି କରିବା ସତ୍ତ୍ୱେ ପାକିସ୍ତାନ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା। ଏହାପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍‌ରେସ୍‌ ସଫା ସଫା କହିଦେଇଛନ୍ତି ଜାତିସଂଘ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବ ନାହିଁ। ଉଭୟ ଦେଶ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଜାତିସଂଘ ପକ୍ଷରୁ କୁହାଯାଇଥିବା ଏହାର ଜଣେ ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ ଯେ, […]

kashmir

Subrat Kumar Nayak
  • Published: Wednesday, 11 September 2019
  • , Updated: 11 September 2019, 04:13 PM IST

ଜେନେଭା: କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ସମସ୍ତ ଉଦ୍ୟମ କାଟ ଖାଇବାରେ ଲାଗିଛି। ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ଭାରତ ବାରମ୍ବାର ଦାବି କରିବା ସତ୍ତ୍ୱେ ପାକିସ୍ତାନ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା। ଏହାପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍‌ରେସ୍‌ ସଫା ସଫା କହିଦେଇଛନ୍ତି ଜାତିସଂଘ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବ ନାହିଁ। ଉଭୟ ଦେଶ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଜାତିସଂଘ ପକ୍ଷରୁ କୁହାଯାଇଥିବା ଏହାର ଜଣେ ମୁଖପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମାସରେ ଜି୭ ସମ୍ମିଳନୀ ଅବସରରେ ଗଟ୍‌ରେସ୍‌ଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭେଟ ହୋଇଥିଲା। ଏହି ଅବସରରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କ ସହ ମଧ୍ୟ ଆଣ୍ଟୋନିଓଙ୍କର ଭେଟ ହୋଇଥିଲା।

ସୋମବାର ମଧ୍ୟ ଗଟ୍‌ରେସ୍‌ ପାକିସ୍ତାନର ଜାତିସଂଘରେ ସ୍ଥାୟୀ ପ୍ରତିନିଧି ମଲିହା ଲୋଦିଙ୍କୁ ଭେଟିଥିଲେ। ମଲିହା କଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଭେଟିଥିଲେ। ଜାତିସଂଘ ମହାସଚିବ ଗଟ୍‌ରେସ୍‌ ସାର୍ବଜନୀନ ଭାବେ ଏବଂ ଗୋପନୀୟ ଭାବେ ସମାନ ମତ ସାବ୍ୟସ୍ତ କରିଆସିଛନ୍ତି। ସେ ସର୍ବଦା କହିଛନ୍ତି, କଶ୍ମୀରକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ନହେଉ। ଆଲୋଚନା ମଧ୍ୟରେ ଦୁଇ ଦେଶ ସମସ୍ୟାର ସମାଧାନ କରିବାକୁ ଜାତିସଂଘ ମୁଖପାତ୍ର କହିଛନ୍ତି।

ଭାରତ ସବୁବେଳେ ନିଜ ପକ୍ଷ କହି କହିଆସିଛି, କଶ୍ମୀର ଭାରତର ଏକ ଅନ୍ତରୀଣ ମାମଲା। ତୃତୀୟ ପକ୍ଷ ମଧ୍ୟସ୍ଥତାର କୌଣସି ଆବଶ୍ୟକତା ନାହିଁ ବୋଲି ଭାରତ କହି ଆସିଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୫ ତାରିଖରେ ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାପରେ ପାକିସ୍ତାନ ଭାରତ ସହ କୂଟନୀତିକ ଏବଂ ବାଣିଜ୍ୟିକ ସମ୍ପର୍କ କାଟିଦେଇଛି।

Related story