କେବଳ ଦିଲ୍ଲୀ ନୁହେଁ, ଭାରତର ୪ ରାଜଧାନୀ ପାଇଁ ଦାବି କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପର୍ଯ୍ୟାୟକ୍ରମେ ବା ରୋଟେସନ ଭିତ୍ତିରେ ଭାରତର ୪ ସହରକୁ ରାଜଧାନୀର ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଆଜି କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମମତା କେନ୍ଦ୍ର ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ଦେଶରେ ରୋଟେସନ ଭିତ୍ତିରେ ୪ ସହରକୁ ରାଜଧାନୀର ମାନ୍ୟତା ମିଳିବା ଦରକାର। କେବଳ ଦିଲ୍ଲୀ କାହିଁକି ଦେଶର ରାଜଧାନୀ ହୋଇ ରହିବ? […]

cy

Hemant Lenka
  • Published: Saturday, 23 January 2021
  • , Updated: 23 January 2021, 07:07 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପର୍ଯ୍ୟାୟକ୍ରମେ ବା ରୋଟେସନ ଭିତ୍ତିରେ ଭାରତର ୪ ସହରକୁ ରାଜଧାନୀର ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଆଜି କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମମତା କେନ୍ଦ୍ର ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।

ମମତା କହିଛନ୍ତି, ଦେଶରେ ରୋଟେସନ ଭିତ୍ତିରେ ୪ ସହରକୁ ରାଜଧାନୀର ମାନ୍ୟତା ମିଳିବା ଦରକାର। କେବଳ ଦିଲ୍ଲୀ କାହିଁକି ଦେଶର ରାଜଧାନୀ ହୋଇ ରହିବ? ଇଂରେଜମାନେ କୋଲକାତାରୁ ପୂରା ଦେଶକୁ ଶାସନ କରିଥିଲେ। ତେଣୁ ଆମ ଦେଶରେ କାହିଁକି କେବଳ ଗୋଟିଏ ସହରକୁ ରାଜଧାନୀ ମାନ୍ୟତା ମିଳିବ? ଦେଶର ୪ ଦିଗରେ ୪ଟି ରାଜଧାନୀ ପ୍ରତିଷ୍ଠା ହେଉ।

ଯେତେବେଳେ ନେତାଜୀ ଇଣ୍ତିଆନ ନ୍ୟାଶନାଲ ଆର୍ମି ଗଠନ କରିଥିଲେ ସେତେବେଳେ ଗୁଜରାଟ, ବେଙ୍ଗଲ ଓ ତାମିଲନାଡୁର ଲୋକଙ୍କୁ ସାମିଲ କରିଥିଲେ। ସେ ବ୍ରିଟିଶରମାନଙ୍କ ବିଭାଜନ ଓ ଶାସନ ପଲିସି ବିରୋଧରେ ସ୍ୱର ଉଠାଇଥିଲେ। ଆମେ ଗୋଟିଏ ଆଜାଦ ହିନ୍ଦ ମନୁମେଣ୍ଟ ଗଠନ କରିବୁ। ଏହା କେମିତି ତିଆରି ହୁଏ, ସେକଥା ସମସ୍ତଙ୍କୁ ଦେଖାଇବୁ। ସେମାନେ ହଜାର ହଜାର କୋଟି ପ୍ରତିମୂର୍ତ୍ତି ଓ ସଂସଦର ନୂଆ ବିଲଡିଂ ପାଇଁ ଖର୍ଚ୍ଚ କରୁଛନ୍ତି। ହେଲେ ଆମେ ନେତାଜୀଙ୍କ ପାଇଁ କାମ କରିବୁ।

ଆଜି ଆମେ ନେତାଜୀଙ୍କ ଜୟନ୍ତୀକୁ ଦେଶନାୟକ ଦିବସ ଭାବେ ପାଳନ କରୁଛୁ। ତେଣୁ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ ଜାତୀୟ ଛୁଟି ଭାବେ ଘୋଷଣା କରୁ। କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ଘୋଷଣା କରିବା ବେଳେ ମୋର ମତାମତ ନେଇ ନଥିଲା।

ଆପଣମାନେ ଜାଣିଛି କି ଆମେ ଆଜି କାହିଁକି ଦେଶ ନାୟକ ଦିବସ ପାଳନ କରୁଛୁ? କାରଣ ରବୀନ୍ଦ୍ରନାଥ ଟାଗୋର ନେତାଜୀଙ୍କୁ ଏହି ନାଁରେ ଡାକୁଥିଲେ। ମାତୃଭୂମିକୁ ତାଙ୍କ ଭଳି ଭଲ ପାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ। ଆମେ ତାଙ୍କ ଜନ୍ମ ବିଷୟରେ ଜାଣିଛେ। ତେଣୁ ଆମେ ତାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ମଧ୍ୟ ଦରକାର ବୋଲି ମମତା କହିଛନ୍ତି।

ଏଥିସହ ସେ ମୋଦି ସରକାର ଯୋଜନା କମିଶନକୁ ଉଚ୍ଛେଦ କରି ନୀତି ଆୟୋଗ ପ୍ରଚଳନ କରିଥିବା କହିଛନ୍ତି। ଏବେ ନୀତି ଆୟୋଗ ସହ ଯୋଜନା କମିଶନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମମତା ଦାବି କରିଛନ୍ତି।

Related story