୭୫ଟି ନୂଆ ମେଡିକାଲ କଲେଜ୍‌କୁ ମିଳିଲା ମଞ୍ଜୁରୀ, ବଢ଼ିବ ୧୫,୭୦୦ ଏମ୍‌ବିବିଏସ୍‌ ସିଟ୍‌

ନୂଆଦିଲ୍ଲୀ: ଦେଶରେ ଆଗାମୀ ୩ ବର୍ଷରେ ୭୫ଟି ନୂଆ ମେଡିକାଲ କଲେଜ୍‌ ଖୋଲିବ। ଯେଉଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି ସରକାର ସେସବୁ ସ୍ଥାନରେ ୨୪,୩୭୫ କୋଟି ଟଙ୍କାର ନିବେଶ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା […]

medical-college

Subrat Kumar Nayak
  • Published: Wednesday, 28 August 2019
  • , Updated: 28 August 2019, 08:24 PM IST

ନୂଆଦିଲ୍ଲୀ: ଦେଶରେ ଆଗାମୀ ୩ ବର୍ଷରେ ୭୫ଟି ନୂଆ ମେଡିକାଲ କଲେଜ୍‌ ଖୋଲିବ। ଯେଉଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି ସରକାର ସେସବୁ ସ୍ଥାନରେ ୨୪,୩୭୫ କୋଟି ଟଙ୍କାର ନିବେଶ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି।

ଯେଉଁସବୁ ସ୍ଥାନରେ ମେଡିକାଲ କଲେଜ୍‌ ନାହିଁ ସେଠାରେ ମେଡିକାଲ କଲେଜ୍‌ ଖୋଲାଯିବ। ଏଥିସହ ଅତି କମ୍‌ରେ ୨୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ ଖୋଲାଯିବ। ନୂଆ କଲେଜ୍‌ ପାଇଁ ଉଚ୍ଚାଭିଳାଷୀ ଜିଲ୍ଲା ଓ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଗ୍ରାଧିକାର ଦିଆଯିବ।

କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ ଫେଜ୍‌-୧ରେ ୫୮ଟି ଏବଂ ଫେଜ୍‌-୨ରେ ୨୪ଟି ନୂଆ ମେଡିକାଲ କଲେଜ୍‌ ପାଇଁ ମଞ୍ଜୁରୀ ଦେଇଥିଲେ। ଏଥିରୁ ପ୍ରଥମ ଫେଜ୍‌ର ୩୯ଟି ମେଡିକାଲରେ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇସାରିଲାଣି। ୨୦୨୦-୨୧ ସୁଦ୍ଧା ବାକକି ମେଡିକାଲ ମଧ୍ୟ ଖୋଲିଯିବ ବୋଲି କୁହାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆ ମେଡିକାଲ କଲେଜ୍‌ (୫୮+୨୪+୭୫)ଗୁଡ଼ିକ ପ୍ରାୟ ୧୫,୭୦୦ ଟି ନୂଆ ଏମ୍‌ବିବିଏସ୍‌ ସିଟ୍‌ ଯୋଡ଼ିବ। ଗତ ୫ ବର୍ଷରେ ୪୫ ହଜାର ନୂଆ ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଫେଜ୍‌-୩ ଅଧୀନରେ ଏହି ୭୫ଟି ମେଡିକାଲ କଲେଜ୍‌ ୨୦୨୧-୨୨ ସୁଦ୍ଧା ପ୍ରତିଷ୍ଠିତ ହେବ। ଏହା କୁଶଳୀ ଡାକ୍ତରଙ୍କ ସଂଖ୍ୟା ବଢ଼ାଇବା ସହ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ ଶସ୍ତାରେ ମେଡିକାଲ ଶିକ୍ଷା ଯୋଗାଇବା ପାଇଁ ସୁଯୋଗ ଦେବ।

Related story