ହାତରେ ନୁହେଁ, ଚୀନ୍‌କୁ ଭାତରେ ମାରିବାକୁ ଭାରତର ଯୋଜନା:  ଏଥିପାଇଁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ସୀମାକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଚୀନ୍‌ ସେନା ଭାରତ ସୀମାରେ ପଶି ବଙ୍କର ଭାଙ୍ଗିବା ପରଠାରୁ ଏକରକମ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦେଶ ମଧ୍ୟରେ ହେଉଥିବା ବୟାନବାଜି ଯୁଦ୍ଧ ଆଡ଼କୁ ଇଙ୍ଗିତ କରୁଛି। ତେବେ ଯୁଦ୍ଧ ପୂର୍ବରୁ ଭାରତ ଚୀନ୍‌କୁ ପରାଜିତ କରିବା ପାଇଁ ଏକ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୂରା ଏସିଆରେ ଚୀନ୍‌କୁ ଏକଘରକିଆ କରିବା ପାଇଁ ଯୋଜନା କରୁଛି ଭାରତ। ଯାହାର […]

india vs china

india vs china

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 05:46 PM IST

Sports

Latest News

ନୂଆଦିଲ୍ଲୀ: ସୀମାକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଚୀନ୍‌ ସେନା ଭାରତ ସୀମାରେ ପଶି ବଙ୍କର ଭାଙ୍ଗିବା ପରଠାରୁ ଏକରକମ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦେଶ ମଧ୍ୟରେ ହେଉଥିବା ବୟାନବାଜି ଯୁଦ୍ଧ ଆଡ଼କୁ ଇଙ୍ଗିତ କରୁଛି। ତେବେ ଯୁଦ୍ଧ ପୂର୍ବରୁ ଭାରତ ଚୀନ୍‌କୁ ପରାଜିତ କରିବା ପାଇଁ ଏକ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୂରା ଏସିଆରେ ଚୀନ୍‌କୁ ଏକଘରକିଆ କରିବା ପାଇଁ ଯୋଜନା କରୁଛି ଭାରତ। ଯାହାର ବିଗୁଲ ଆଗାମୀ ବର୍ଷ ପ୍ରାରମ୍ଭରେ ବାଜିବାକୁ ଯାଉଛି।

୨୦୧୮ ଗଣତନ୍ତ୍ର ଦିବସ ଉତ୍ସବ ପରେଡ଼ରେ ପ୍ରଥମ ଥର ପାଇଁ ଏସିଆର ୧୦ଟି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବ ଭାରତ। ଚୀନ୍‌ ଉପରେ କୂଟନୈତିକ ସ୍ତରରେ ଲଗାମ କଷିବାକୁ ଏପରି ଯୋଜନା ପ୍ରସ୍ତୁତ କରିଛି ଭାରତ। ଚୀନ୍‌କୁ ଏସିଆରେ ଶକ୍ତିହୀନ କରିବାକୁ ଭାରତ ତାର ଆକ୍ଟ ଇଷ୍ଟ ନୀତିକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି। ଆଗାମୀ ଗଣତନ୍ତ୍ର ଦିବସରେ ବ୍ରୁନେଇ, କମ୍ବୋଡିଆ, ଲାଓସ, ମାଲେସିଆ, ମିଆମାଁର, ଫିଲିପିନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ୍‌ର ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି କରିବ ଭାରତ। ପୂର୍ବରୁ କେବେ ଏକାଥରକେ ଏତେସଂଖ୍ୟକ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗଣତନ୍ତ୍ର ଦିବସରେ ଅତିଥି ଭାବେ ନିୟନ୍ତ୍ରଣ କରିବାର ନଜିର ନାହିଁ। ଏହି ୧୦ଟି ଦେଶ ଦକ୍ଷିଣ ପୂର୍ବ ଏସିଆ ଦେଶ ସମୂହ ବା ଏସିଆନ ସଂଗଠନର ସଦସ୍ୟ ଅଛନ୍ତି। ଭାରତ ଓ ଏସିଆନ ସମୂହ ସର୍ମ୍ପକର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ଅଭିନବ ଉପାୟ ଆପଣାଇଛି ଭାରତ।

ଦକ୍ଷିଣ ଚୀନ୍‌ ସାଗରକୁ ନେଇ ପୂର୍ବରୁ ଚୀନ୍‌ ସହ ଭିଏତନାମ, ସିଙ୍ଗାପୁର, ମାଲେସିଆ ଓ ଲାଓସର ତିକ୍ତତା ଲାଗି ରହିଛି। ତେଣୁ ଏହି ୧୦ଟି ଦେଶ ସହ ମିଶି ଏସିଆରେ ଚୀନ୍‌ର ଆଧିପତ୍ୟକୁ ହ୍ରାସ କରିବାକୁ ଯୋଜନା କରିଛି ଭାରତ। ମୋଦି ସରକାରଙ୍କ ଏଭଳି ପଦକ୍ଷେପ ଏସିଆରେ ଭାରତକୁ ଏକ ନୂଆ ମହାଶକ୍ତି ଭାବେ ପରିଚୟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos