ଆମେରିକା ପହଞ୍ଚି ଟ୍ରମ୍ପ ଲେଖିଲେ ‘ଭାରତ ମହାନ’

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି। ଆମେରିକାରେ ପହଞ୍ଚିବା ପରେ ସେ ଟୁଇଟ୍ କରି ତାଙ୍କ ପହଞ୍ଚିବା ବାବଦରେ ସୂଚନା ଦେଇଛନ୍ତି। ‘ଭାରତ ମହାନ। ଗସ୍ତ ସଫଳ ହୋଇଛି। ଏବେ ହ୍ୱାଇଟ୍ ହାଉସ ଯାଉଛି। କରୋନା ଭାଇରସ ସମ୍ପର୍କୀତ ବୈଠକରେ ଯୋଗ ଦେବା ପାଇଁ’ ବୋଲି ଟୁଇଟ୍ କରି କହିଛନ୍ତି ଟ୍ରମ୍ପ। Just landed. India was great, trip very successful. Heading to the […]

trump-1

Subhransu Sekhar
  • Published: Wednesday, 26 February 2020
  • , Updated: 26 February 2020, 08:56 PM IST

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି। ଆମେରିକାରେ ପହଞ୍ଚିବା ପରେ ସେ ଟୁଇଟ୍ କରି ତାଙ୍କ ପହଞ୍ଚିବା ବାବଦରେ ସୂଚନା ଦେଇଛନ୍ତି। ‘ଭାରତ ମହାନ। ଗସ୍ତ ସଫଳ ହୋଇଛି। ଏବେ ହ୍ୱାଇଟ୍ ହାଉସ ଯାଉଛି। କରୋନା ଭାଇରସ ସମ୍ପର୍କୀତ ବୈଠକରେ ଯୋଗ ଦେବା ପାଇଁ’ ବୋଲି ଟୁଇଟ୍ କରି କହିଛନ୍ତି ଟ୍ରମ୍ପ।

https://twitter.com/realDonaldTrump/status/1232631333408649216

୨୪ ଓ ୨୫ ଦୁଇ ଦିନ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ। ମୋଟ ୩୬ ଘଣ୍ଟା ସେ ଭାରତରେ ରହିଥିଲେ। ଆମେରିକାରୁ ସିଧା ଅହମଦାବାଦ ଆସିଥିଲେ ଟ୍ରମ୍ପ ଏବଂ ତାଙ୍କ ଟିମ୍। ଅହମଦାବାଦରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ବୁଲିବା ସହିତ ମୋଟେରା ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ୱୋଧନ କରି ଭାରତକୁ ପ୍ରଶଂସା କରିଥିଲେ ଟ୍ରମ୍ପ।

ସେହିପରି ଆମେରିକା ଓ ଭାରତ ସମ୍ପର୍କର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଟ୍ରମ୍ପଙ୍କ ଗସ୍ତ ବେଳେ ତାଙ୍କ ସହ ସ୍ତ୍ରୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା, ଜ୍ୱାଇଁଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆସିଥିଲେ।

Related story