'୨୦୨୦-୨୧ ସୁଦ୍ଧା ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ'

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଆର୍ଥିକ ଅଭିବୃଦ୍ଧି ୮ ପ୍ରତିଶତରୁ ଅଧିକ ରହିବ। ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ଏହା କହିଛନ୍ତି। ନିକଟରେ ହୋଇଥିବା ଜିଏସଟିରେ ସୁଧାର ଦେଶର ଅଭିବୃଦ୍ଧିକୁ ଆଗକୁ ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି।  ଆମେରିକାରେ ଆୟୋଜିତ ଅର୍ଥନୀତିକ ବିକାଶ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି, ମୋଦି ସରକାର ଦେଶର ଅର୍ଥନୀତିକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର […]

NITI AYOG VICE CHAIRMAN

Subhransu Sekhar
  • Published: Monday, 22 July 2019
  • , Updated: 22 July 2019, 05:56 PM IST
ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଆର୍ଥିକ ଅଭିବୃଦ୍ଧି ୮ ପ୍ରତିଶତରୁ ଅଧିକ ରହିବ। ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ଏହା କହିଛନ୍ତି। ନିକଟରେ ହୋଇଥିବା ଜିଏସଟିରେ ସୁଧାର ଦେଶର ଅଭିବୃଦ୍ଧିକୁ ଆଗକୁ ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି।

 ଆମେରିକାରେ ଆୟୋଜିତ ଅର୍ଥନୀତିକ ବିକାଶ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି, ମୋଦି ସରକାର ଦେଶର ଅର୍ଥନୀତିକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଏବେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ ଥିବା ବେଳେ ଆଗାମୀ ୫ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ ବୋଲି ସରକାର ଆଶା ରଖିଛନ୍ତି।

ତେବେ ବ୍ୟକ୍ତିଗତ ମତ ରଖି ରାଜୀବ କୁମାର କହିଛନ୍ତି ଦେଶର ଯେଉଁଭଳି ଭାବରେ ଅଭିବୃଦ୍ଧି ଚାଲିଛି ତାକୁ ଦେଖିଲେ ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ପାର କରିବ ଏକ ପ୍ରକାର ନିଶ୍ଚିତ। ଦେଶ ୧୦ ପ୍ରତିଶତ ଅଭିବୃଦ୍ଧି ହାର ଛୁଇଁବାର କ୍ଷମତା ରଖିଛି। ଏହାକୁ ନଜରରେ ରଖି ଆଗାମୀ ୫ ବର୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

Related story