ଫ୍ଲୋର ଟେଷ୍ଟ ପୂର୍ବରୁ କଂଗ୍ରେସ ସରକାରକୁ ଆଉ ଏକ ଶକ୍ତ ଝଟକା

ପୁଡୁଚେରୀ: ସୋମବାର ପୁଡୁଚେରୀର ନାରାୟଣ ସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ରାଜଭବନ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଲକ୍ଷ୍ମୀ ନାରାୟଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ରାଜ୍ୟର ଶାସକ ଦଳ କଂଗ୍ରେସର ବିଧାୟକ ସଂଖ୍ୟା ଆସି ୧୩ରେ ପହଞ୍ଚଛି। ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ରବିବାର କଂଗ୍ରେସର ବୈଠକ ବସିବାର ଅଛି। ହେଲେ ଏହା ପୂର୍ବରୁ […]

Chief-Minister-V-Narayanasa

Subhransu Sekhar
  • Published: Sunday, 21 February 2021
  • , Updated: 21 February 2021, 06:10 PM IST

ପୁଡୁଚେରୀ: ସୋମବାର ପୁଡୁଚେରୀର ନାରାୟଣ ସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ରାଜଭବନ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଲକ୍ଷ୍ମୀ ନାରାୟଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ରାଜ୍ୟର ଶାସକ ଦଳ କଂଗ୍ରେସର ବିଧାୟକ ସଂଖ୍ୟା ଆସି ୧୩ରେ ପହଞ୍ଚଛି। ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ରବିବାର କଂଗ୍ରେସର ବୈଠକ ବସିବାର ଅଛି। ହେଲେ ଏହା ପୂର୍ବରୁ ଆଉ ଜଣେ ବିଧାୟକ ଇସ୍ତଫା ଦେବା ନାରାୟଣସ୍ୱାମୀ ସରକାର ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଯଦି ନାରାୟଣସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରିପାରିବେ ତାହେଲେ ସରକାର ଭାଙ୍ଗିଯିବ।

ଗତ ସପ୍ତାହରେ ଶାସକ ଦଳ କଂଗ୍ରେସର ପାଞ୍ଚ ବିଧାୟକ ଇସ୍ତଫା ଦେଇଥିଲେ। ଏହାପରେ ଫେବୃଆରୀ ୨୧ରେ ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ମୋଟ୍ ୬ ଜଣ ବିଧାୟକ ଇସ୍ତଫା ଦେବା ପରେ ପୁଡୁଚେରୀର ନାରାୟଣସ୍ୱାମୀ ସରକାରକୁ ବଡ଼ ଝଟକା ଲାଗିଛି।

ପାଞ୍ଚ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ବିଧାନସଭାରେ ସାବ୍ୟସ୍ତ କରିବା ପାଇଁ ନବ ନିଯୁକ୍ତ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଏ ନେଇ ପୂର୍ବରୁ କହିଥିଲେ ତାଙ୍କ ଦଳ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ରହିଛନ୍ତି। ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବା ସେ କହିଥିଲେ।

ଅନ୍ୟପଟେ ତିନି ଜଣ ବିଧାୟକ ମନୋନୀତ ହୋଇଛନ୍ତି। ସେମାନେ ବିଧାନସଭାର ଫ୍ଲୋର ଟେଷ୍ଟ ଦେଇ ପାରିବେ ନାହିଁ ବୋଲି ନାରାୟଣସ୍ୱାମୀ କହିଛନ୍ତି। ଏ ନେଇ ଆଇନବିଶାରଦଙ୍କ ସହିତ ଆଲୋଚନା ଚାଲିଥିବା ସେ କହିଥିଲେ।

କ'ଣ ରହିଛି ପୁଡୁଚେରୀର ବିଧାନସଭା ଗଣିତ?

କଂଗ୍ରେସ ୩୦ ଆସନ ବିଶିଷ୍ଟ ବିଧାନସଭାରେ ୧୫ଟିରେ ବାଜିମାତ କରିଥିଲା। ସେହିପରି ଡିଏମକେର ୩ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ନାରାୟଣସାମୀ ସରକାରଙ୍କୁ ସମର୍ଥନ କରିଥିଲେ। ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଦରକାର ଥିବା ବେଳେ କଂଗ୍ରେସ ଏହାକୁ ହାସଲ କରିନେଇଥିଲା।

କଂଗ୍ରେସ ପାଖରେ କେତେ ବିଧାୟକ?

ଇତି ମଧ୍ୟରେ କଂଗ୍ରେସର ୫ ବିଧାୟକ ଇସ୍ତଫା ଦେବା ଓ ଜଣଙ୍କୁ ଦଳ ବିରୋଧୀ କାମ ପାଇଁ ବିଦା କରିବା ପରେ ଦଳୀୟ ବିଧାୟକଙ୍କ ସଂଖ୍ୟା ୯କୁ ଖସି ଆସିଛି। ଏବେ ବି ୩ ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟକ ଦଳ ସହ ରହିଛନ୍ତି। ତେଣୁ କଂଗ୍ରେସ ପାଖରେ ୧୩ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Related story