ଦୀପାବଳିରେ ଅଘଟଣ, ବାଣ ଫୁଟାଇ ୧୦ ଆହତ

ହାଇଦ୍ରାବାଦ: ଦୀପାବଳି ଅବସରରେ ଅଘଟଣ। ବାଣ ଫୁଟାଇବା ବେଳେ ୧୦ ଗୁରୁତର। ହାଇଦ୍ରାବାଦରେ ବାଣ ଫୁଟାଇ ଜଣେ ନାବାଳକ ସମେତ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଘଟଣରେ ନାବାଳକର ଆଖି ଫୁଟି ଯାଇଥିବା ସୂଚନା ମିଳିଛି। ଏଥିସହ ୩ ଜଣଙ୍କ ସର୍ଜରୀ କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ହାଇଦ୍ରାବାରେ ଏହି ଅଘଟଣ ଘଟିଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି […]

10-people-seriously-injured

Madhupriya Mistry
  • Published: Tuesday, 25 October 2022
  • , Updated: 25 October 2022, 09:48 AM IST

ହାଇଦ୍ରାବାଦ: ଦୀପାବଳି ଅବସରରେ ଅଘଟଣ। ବାଣ ଫୁଟାଇବା ବେଳେ ୧୦ ଗୁରୁତର। ହାଇଦ୍ରାବାଦରେ ବାଣ ଫୁଟାଇ ଜଣେ ନାବାଳକ ସମେତ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଅଘଟଣରେ ନାବାଳକର ଆଖି ଫୁଟି ଯାଇଥିବା ସୂଚନା ମିଳିଛି। ଏଥିସହ ୩ ଜଣଙ୍କ ସର୍ଜରୀ କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ହାଇଦ୍ରାବାରେ ଏହି ଅଘଟଣ ଘଟିଛି।

ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଦୀପାବଳି ପୂର୍ବରୁ ହିଁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ତେବେ ଗତକାଲି ଏହି ନିୟମକୁ ଉଲ୍ଲଙ୍ଘନ କରି ପ୍ରବଳ ବାଣ ଫୁଟାଇ ଲୋକେ ଦୀପାବଳି ପାଳନ କରିଛନ୍ତି।

https://twitter.com/AHindinews/status/1584652894040883200?s=20&t=gnpfM1N_OT7rxgTgmWanxQ

Related story