କରୋନାର ୩ଟି ଭାରିଏଣ୍ଟରେ ଆକ୍ରାନ୍ତ ୧୧ ବର୍ଷର ଛୁଆ

ଜେରୁଜେଲାମ: କଲବଲ କଲାଣି ମହାମାରୀ କରୋନା। ତୁହାକୁ ତୁହା କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟ ହେଉଛି ଚିହ୍ନଟ। କେତେବେଳେ ଡେଲ୍ଟା ତ ଆଉ କେତେବେଳେ ଆଲ୍ଫା, ବିଟା, ଗାମା ତ ଆଉ କେତେବେଳେ ଓମିକ୍ରନ୍‌। ସାରା ବିଶ୍ୱରେ ରଚିଛି ତାଣ୍ଡବ। ତେବେ କରୋନାକୁ ନେଇ ଏବେ ଏକ ଚମକାଇଲା ଭଳି ଖବର ସାମ୍ନାକୁ ଆସିଛି। ଜଣଙ୍କ ଠାରେ ଏକାଥରକେ କରୋନାର ୩ଟି ଭାରିଏଣ୍ଟ ଏବେ ଚିହ୍ନଟ ହୋଇଛି। ଇସ୍ରାଏଲରେ ଜଣେ ୧୧ ବର୍ଷର ଛୁଆ କରୋନାର ୩ଟି […]

Covid-19

Covid-19

Madhupriya Mistry
  • Published: Monday, 31 January 2022
  • Updated: 31 January 2022, 04:47 PM IST

Sports

Latest News

ଜେରୁଜେଲାମ: କଲବଲ କଲାଣି ମହାମାରୀ କରୋନା। ତୁହାକୁ ତୁହା କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟ ହେଉଛି ଚିହ୍ନଟ। କେତେବେଳେ ଡେଲ୍ଟା ତ ଆଉ କେତେବେଳେ ଆଲ୍ଫା, ବିଟା, ଗାମା ତ ଆଉ କେତେବେଳେ ଓମିକ୍ରନ୍‌। ସାରା ବିଶ୍ୱରେ ରଚିଛି ତାଣ୍ଡବ। ତେବେ କରୋନାକୁ ନେଇ ଏବେ ଏକ ଚମକାଇଲା ଭଳି ଖବର ସାମ୍ନାକୁ ଆସିଛି। ଜଣଙ୍କ ଠାରେ ଏକାଥରକେ କରୋନାର ୩ଟି ଭାରିଏଣ୍ଟ ଏବେ ଚିହ୍ନଟ ହୋଇଛି।

ଇସ୍ରାଏଲରେ ଜଣେ ୧୧ ବର୍ଷର ଛୁଆ କରୋନାର ୩ଟି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛି। ଏଲୋନ୍‌ ହେଲ୍ଫଗଟ୍‌ ନାମକ ଏହି ଶିଶୁ ଠାରେ ଆଲ୍ଫା, ଡେଲ୍ଟା, ଓ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଦ ଟାଇମ୍ସ ଅଫ୍‌ ଇସ୍ରାଏଲର କହିବା ମୁତାବକ, ଚଳିତ ବର୍ଷ ପ୍ରାରମ୍ଭରେ ସେ ୩ରୁ ୪ ଥର କ୍ୱାରେଣ୍ଟାଇନ୍‌ରେ ଥିଲା।

ମଧ୍ୟ ଇସ୍ରାଏଲ ସହରର କେଫର ସବାରେ ରହୁଥିବା ହେଲଫଗାଟ ଗତ ସପ୍ତାହରେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିଲା। ତା' କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏହାପରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି ୧୧ ବର୍ଷୀୟ ବାଳକ ଜଣକ ଏବେ ଆଇସୋଲେସନରେ ଅଛି। ତା' ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକରରେ ଉକ୍ତ ବାଳକ ଜଣକ କହିଛି ଯେ, ଡେଲ୍ଟା ଓ ଆଲ୍ଫା ତୁଳନାରେ ଓମିକ୍ରନ୍‌ର ଲକ୍ଷଣ ବେଶ୍‌ ଭିନ୍ନ। ଗତଥର କରୋନାରେ ଆକ୍ରାନ୍ତ ହେବା ବେଳେ ତାଙ୍କ ଠାରେ ଗୁରୁତର ଲକ୍ଷଣ ଦେଖିବାକୁ ମିଳିଥିଲା। କିନ୍ତୁ ଚଳିତ ଥର ସେଭଳି କିଛି ନାହିଁ। ଆଲ୍ଫା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ବେଳେ ଭୀଷଣ ଜ୍ୱର ହୋଇଥିଲା। କିନ୍ତୁ ଓମିକ୍ରନ୍‌ ଭାରିଏଣ୍ଟରେ ସେ ଭଲ ଅନୁଭବ କରୁଥିବା କହିଛି। ତେବେ ଜଣଙ୍କ ଠାରେ ଏଭଳି କରୋନାର ତିନୋଟି ଭାରିଏଣ୍ଟ ଚିହ୍ନଟ ହେବା ଏବେ ସମସ୍ତଙ୍କୁ ଭୟଭିତ କରିଦେଇଛି। ବୈଜ୍ଞାନିକମାନଙ୍କ ମଧ୍ୟ ଏହା ଚିନ୍ତା ବଢ଼ାଇ ଦେଇଛି।

ସୂଚନା ମୁତାବକ, ଗତବର୍ଷ ଜୁଲାଇରେ ଦିଲ୍ଲୀରେ ଜଣେ ଡାକ୍ତରଙ୍କ ପାଖରେ ସମାନ ଘଟଣା ଦେଖିବାକୁ ମିଳିଥିଲା। କରୋନାର ଦୁଇଟି ଟିକା ନେଇସାରିଥିବା ଜଣେ ୬୧ ବର୍ଷୀୟ ଡାକ୍ତର ଉଭୟ ଆଲ୍ଫା ଏବଂ ଡେଲ୍ଟା ଭାରିଏଣ୍ଟ ଆକ୍ରାନ୍ତ ହୋଇଥିଲେ।

୨୦୨୦ ଅଗଷ୍ଟ ୧୬ରେ ବିନା ଲକ୍ଷଣରେ ସେ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ୨୦୨୧ ଏପ୍ରିଲ ୧୨ରେ ତାଙ୍କର କରୋନା ରିପୋର୍ଟ ପୁଣି ପଜିଟିଭ ଆସିଥିଲା। ତାଙ୍କ ଠାରେ ଜ୍ୱର, ହାତଗୋଡ ବିନ୍ଦା, ଥଣ୍ଡା କାଶ ଆଦି ଲକ୍ଷଣ ଥିଲା। ଏହାପରେ ପୁଣି ମେ' ୩ରେ ସେ ତୃତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story