ରାକ୍ଷୀ ବନ୍ଧନରେ ନାବାଳିକାକୁ ରେପ୍‌ ପରେ ମର୍ଡ଼ର

ଫରିଦାବାଦ: ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତି ଅର୍ଥାତ ରକ୍ଷାବନ୍ଧନ ଉତ୍ସବ ଅବସରରେ ହରିୟାଣାର ଫରିଦାବାଦରେ ଏହି ଘଟଣା ଘଟିଛି। ହତ୍ୟା ପରେ ତାଙ୍କ ମୃତଦେହକୁ ରେଲୱେ ଟ୍ରାକ ଉପରକୁ ଫୋଫାଡ଼ି ଦିଆଯାଇଥିଲା। ହତ୍ୟା ପରେ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରାଯାଇଛି। ପୁଲିସ ଏହି ଘଟଣାରେ  ହତ୍ୟା, ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟରେ  ମାମଲା ରୁଜୁ କରିଛି। ସେପଟେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ। ସୂଚନାନୁସାରେ, ଗୁରୁବାର ରାତି ୯ଟାବେଳେ ନାବାଳିକା ଜଣକ କିଛି କାମ ପାଇଁ ତାଙ୍କ ଘର ବାହରକୁ ଯାଇଥିଲା। ହେଲେ ସେ ଦୀର୍ଘ ସମୟ ଧରି ନଫେରିବାରୁ  ପରିବାର ସଦସ୍ୟ ତାଙ୍କୁ ଖୋଜାଖୋଜି କରିଥିଲେ।

ଏହି ସମୟରେ କିଛି ଲୋକ ରେଲୱେ ଟ୍ରାକ ନିକଟରେ ଜଣେ ଯୁବତୀ ଅସ୍ୱାଭାବିକ୍ ଅବସ୍ଥାରେ ପଡ଼ିଥିବା କହିଥିଲେ। ପରେ ସେଠାରୁ ତାଙ୍କ ମୃତ ଦେହ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ବି.କେ ହସ୍ପିଟାଲକୁ ପଠାଇଥିଲା। ପୀଡିତାଙ୍କ ପୋଷ୍ଟମର୍ଟମ ପରେ ପୁଲିସ ଭିସେରା ରିପୋର୍ଟ ରୋହତକକୁ ଯାଞ୍ଚ ପାଇଁ ପଠାଇଛି।

ପୀଡିତାଙ୍କ ପରିବାର ମୂଳ ଘର  ବିହାରର ଆରାହ ଜିଲ୍ଲାର। ତିନି ମାସ ପୂର୍ବରୁ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା।  ପୀଡିତାଙ୍କ ପରିବାର ଫରିଦାବାଦରେ ରହୁଥିବା ବେଳେ ତାଙ୍କ ମା ଏକ ଘରୋଇ କମ୍ପାନୀରେ କାମ କରନ୍ତି।  ଯେଉଁ ଦିନ ଏହି ଘଟଣା ଘଟିଥିଲା ସେଦିନ ଥିଲା ରକ୍ଷାବନ୍ଧନ। ପୀଡ଼ିତାଙ୍କ  ମାତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଦିଲ୍ଲୀ ଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।