ପ୍ରତିଶୋଧ ନେଲା ୧୩ ବର୍ଷର ବାଳକ, ବର୍ଷକର ଛୁଆକୁ କଲା ହତ୍ୟା

ଲକ୍ଷ୍ନୌ: ଚାପୁଡାର ପ୍ରତିଶୋଧ ମର୍ଡର। ବର୍ଷକର ଛୋଟ ଛୁଆକୁ ଅତି ନିର୍ମମ ଭାବେ ହତ୍ୟା କଲା ୧୩ ବର୍ଷର ବାଳକ। ପୁଲିସ ଆଗରେ ନିଜ ଅପରାଧାକୁ ସ୍ୱୀକାର ମଧ୍ୟ କଲା। ହତ୍ୟା ଅଭିଯୋଗରେ ପୁଲିସ ଉକ୍ତ ନାବାଳକକୁ ଗିରଫ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ପୁଲିସ ସୂଚନା ମୁତାବକ, ଗତ ୪ ଦିନ ତଳେ ବର୍ଷକର ଛୋଟ ଝିଅର ବାପା ଉକ୍ତ ୧୩ ବର୍ଷୀୟ ନାବାଳକକୁ ଚାପୁଡା ମାରିଥିଲେ। କେବଳ ଚାପୁଡା ନୁହେଁ […]

Child death

Child death

Madhupriya Mistry
  • Published: Monday, 16 May 2022
  • Updated: 16 May 2022, 12:36 PM IST

Sports

Latest News

ଲକ୍ଷ୍ନୌ: ଚାପୁଡାର ପ୍ରତିଶୋଧ ମର୍ଡର। ବର୍ଷକର ଛୋଟ ଛୁଆକୁ ଅତି ନିର୍ମମ ଭାବେ ହତ୍ୟା କଲା ୧୩ ବର୍ଷର ବାଳକ। ପୁଲିସ ଆଗରେ ନିଜ ଅପରାଧାକୁ ସ୍ୱୀକାର ମଧ୍ୟ କଲା। ହତ୍ୟା ଅଭିଯୋଗରେ ପୁଲିସ ଉକ୍ତ ନାବାଳକକୁ ଗିରଫ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ।

ପୁଲିସ ସୂଚନା ମୁତାବକ, ଗତ ୪ ଦିନ ତଳେ ବର୍ଷକର ଛୋଟ ଝିଅର ବାପା ଉକ୍ତ ୧୩ ବର୍ଷୀୟ ନାବାଳକକୁ ଚାପୁଡା ମାରିଥିଲେ। କେବଳ ଚାପୁଡା ନୁହେଁ ସର୍ବ ସମ୍ମୁଖରେ ତାଙ୍କ ପରିବାରର ସଦସ୍ୟଙ୍କୁ ଗାଳିଗୁଲଜ ମଧ୍ୟ କରି ଅପମାନିତ କରିଥିଲେ। ଏଥିରେ ନାବାଳକ ଜଣକ ଉତ୍ତ୍ୟକ୍ତ ହୋଇ ଉଠିଥିଲା। ଏହି ଅପମାନର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା ନାବଳକ। ଏହାପରେ ଶନିବାର ଫିଲ୍ମ ଷ୍ଟାଇଲ୍‌ରେ ବର୍ଷକର ଛୋଟ ଝିଅକୁ ହତ୍ୟା କରି ସ୍କୁଲର ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲା। କେବଳ ସେତିକି ନୁହେଁ ଛୁଆର ଶବ ଯେପରି ଉପରକୁ ନ ଆସିବ ସେଥିପାଇଁ ତା' ଗୋଡରେ ଇଟା ମଧ୍ୟ ବାନ୍ଧି ଦେଇଥିଲା।

ସୈରପୁରା ଥାନା ଅଞ୍ଚଳ ଜୁଗୌର ଗାଁର ସୁଶିଲ ପାଣ୍ଡେଙ୍କ ବର୍ଷକର ଛୋଟ ଝିଅ ଦୁଇ ଦିନ ତଳେ ନିଖୋଜ ହୋଇଥିଲା। ଏନେଇ ସୁଶିଲ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଛୁଆଟିକୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ତଦନ୍ତ ପରେ ଜଣାପଡିଥିଲା ଯେ, ଦୁଇ ଜଣ ନାବାଳକ ପୁଅ ଝିଅଟିକୁ ନିଜ ସହ ସ୍କୁଲକୁ ନେଇ ଯାଇଥିଲେ। ସ୍କୁଲର ସର୍ଚ୍ଚ କରିବା ପରେ ପୁଲିସକୁ ଟାଏଲେଟ୍‌ ପାଣି ଟାଙ୍କି ଭିତରୁ ଛୁଆଟିର ମୃତଦେହ ମିଳିଥିଲା। ୧୩ ବର୍ଷର ଉକ୍ତ ନାବାଳକ ପୁଅ ହିଁ ନିଜ ପରିବାରର ଅପମାନ ଓ ଚାପୁଡାର ପ୍ରତିଶୋଧ ନେବାକୁ ଯାଇ ଛୁଆଟିକୁ ହତ୍ୟା କରିଥିବା ପୁଲିସ କହିଛି।

ଡିସିପି ନର୍ଥ ଜୋନ୍ ଏସ୍ ଚିନାପ୍ପା ଅନୁଯାୟୀ, ଛୋଟ ଛୁଆର ହତ୍ୟା, ଅପହରଣ ଓ ପ୍ରମାଣ ନଷ୍ଟ କରିବାକୁ ନେଇ ମାମଲା ରୁଜୁ ହୋଇଛି। ବାପାଙ୍କ ଅପମାନର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ନାବାଳକଜଣକ ଛୁଆଟିକୁ ହତ୍ୟା କରିଥିଲା। ପଚରାଉଚରା ପରେ ଉକ୍ତ ନାବାଳକକୁ ସୋମବାର ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story