ଓଡ଼ିଶାରେ ଲୁଚିଛନ୍ତି ଜେଏମବି ଆତଙ୍କବାଦୀ, ଆଲର୍ଟ ହେଲା ଏସଟିଏଫ୍

କୋଲକାତା: ପଡ଼ୋଶୀ ବାଂଲାଦେଶରୁ ଜମାତ-ଉଲ-ମୁଜାହିଦ୍ଦିନର ୧୫ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ରାସ୍ତାରେ ଏହି ଆତଙ୍କବାଦୀ ପ୍ରବେଶ କରିଛନ୍ତି। ନିକଟରେ କୋଲକାତା ପୁଲିସ ଗିରଫ କରିଥିବା ତିନି ଆତଙ୍କବାଦୀଙ୍କୁ ଜେରା କରିବା ପରେ ଏହି ସୂଚନା ମିଳିଛି। ପାଖାପାଖି ୧୦ ଜଣ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ସୂଚନା ରହିଛି। ଏହି ଗ୍ରୁପ୍‌ର ୩ ଆତଙ୍କବାଦୀଙ୍କୁ ରବିବାର ଗିରଫ କରାଯାଇଥିବା ନେଇ କୋଲକାତାର ଏସଟିଏଫ୍ ସୋମବାର ସୂଚନା ଦେଇଛି। ଜମାତ-ଉଲ-ମୁଜାହିଦ୍ଦିନର […]

jmb

Subhransu Sekhar
  • Published: Wednesday, 14 July 2021
  • , Updated: 14 July 2021, 02:21 PM IST

କୋଲକାତା: ପଡ଼ୋଶୀ ବାଂଲାଦେଶରୁ ଜମାତ-ଉଲ-ମୁଜାହିଦ୍ଦିନର ୧୫ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ପଶ୍ଚିମବଙ୍ଗ ରାସ୍ତାରେ ଏହି ଆତଙ୍କବାଦୀ ପ୍ରବେଶ କରିଛନ୍ତି। ନିକଟରେ କୋଲକାତା ପୁଲିସ ଗିରଫ କରିଥିବା ତିନି ଆତଙ୍କବାଦୀଙ୍କୁ ଜେରା କରିବା ପରେ ଏହି ସୂଚନା ମିଳିଛି। ପାଖାପାଖି ୧୦ ଜଣ ଆତଙ୍କବାଦୀ ଓଡ଼ିଶା, ବିହାର ଏବଂ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ସୂଚନା ରହିଛି। ଏହି ଗ୍ରୁପ୍‌ର ୩ ଆତଙ୍କବାଦୀଙ୍କୁ ରବିବାର ଗିରଫ କରାଯାଇଥିବା ନେଇ କୋଲକାତାର ଏସଟିଏଫ୍ ସୋମବାର ସୂଚନା ଦେଇଛି।

ଜମାତ-ଉଲ-ମୁଜାହିଦ୍ଦିନର ମୋଟ୍ ୧୫ ଆତଙ୍କବାଦୀଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ଥିଲେ। ଗିରଫ ଆତଙ୍କବାଦୀ ବାଂଲାଦେଶୀ। ସେମାନେ ରବିବାର କୋଲକାତାର ହରିଦେବପୁର ଏରିଆରୁ ଏସଟିଏଫ ଦ୍ୱାରା ଗିରଫ ହୋଇଥିଲେ। ତିନି ଆତଙ୍କବାଦୀଙ୍କୁ ଜେରା କରିବା ବେଳେ ଏସଟିଏଫ ଜାଣିବାକୁ ପାଇଛି ଯେ ଅବଶିଷ୍ଟ ଆତଙ୍କବାଦୀ ଓଡ଼ିଶା, ବିହାର ଓ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି।

ପଶ୍ଚିମବଙ୍ଗରୁ ତିନି ଗିରଫ ହୋଇଥିବା ବେଳେ ସେମାନଙ୍କ ଆଉ ଦୁଇ ସହଯୋଗୀ ଶେଖ ସକିଲ ଏବଂ ସଲିମ ମୁନସି ଲୁଚି ରହିଥିବା ସୂଚନା ରହିଛି। ଏସଟିଏଫ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଜଣାଯାଇଛି। ଓଡ଼ିଶାର ଏସଟିଏଫ୍ ଟିମ୍ ମଧ୍ୟ କୋଲକାତା ଏସଟିଏଫ୍ ସହିତ ଏ ସଂକ୍ରାନ୍ତରେ ଯୋଗାଯୋଗରେ ଅଛି।

୨୦୧୬ରେ ଢ଼ାକାର ଏକ କାଫେରେ ଜେଏମବି ଆତଙ୍କୀ ଆକ୍ରମଣ କରିଥିଲେ। ଏଥିରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୯ରେ ଏନଆଇଏ କହିଥିଲା ଜେଏମବି ଭାରତରେ ଏହାର ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଛି।

ଆହୁରି ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ                              ସକାଳୁ ସକାଳୁ ଆତଙ୍କବାଦୀଙ୍କ ଉପରେ ବଡ଼ ପ୍ରହାର                         

ଗିରଫ ହୋଇଥିବା ତିନି ଆତଙ୍କବାଦୀକୁ ସକିଲ ଜାଲ୍ ଆଧାର କାର୍ଡ ତିଆରି କରିବାରେ ସହଯୋଗ କରିଛି। ସକିଲ ମଧ୍ୟ ଜେଏମବିର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ଆଧାର କାର୍ଡକୁ ପରିଚୟ ପତ୍ର ଭାବରେ ଦେଖାଇ ହରିଦେବପୁର ଅଞ୍ଚଳରେ ସେମାନେ ଘର ଭଡ଼ା ନେବାକୁ ଯୋଜନା କରିଥିବା ସୂଚନା ରହିଛି। ଆତଙ୍କବାଦୀ ସଂଗଠନ ଜେଏମବିର ଶୀର୍ଷ ନେତା ଅଲ ଅମୀନଙ୍କ ନିର୍ଦ୍ଦେଶରେ ଏହି ଆତଙ୍କବାଦୀ କାମ କରୁଥିବା ଜେରା ବେଳେ କୋଲକାତା ଏସଟିଏଫ୍ ଜାଣିବାକୁ ପାଇଛି।

ଗିରଫ ତିନି ଆତଙ୍କବାଦୀ ହେଲେ ନଜିଉର ରେହମାନ, ରବିଉଲ ଇସଲାମ ଏବଂ ସବିର। ନିଜ ଗୁଜରାଣ ମେଣ୍ଟାଇବା ପାଇଁ ସେମାନେ ଫଳ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିଲେ ବୋଲି ଏସଟିଏଫ ଆଗରେ କହିଛନ୍ତି। ଗିରଫ ହୋଇଥିବା ତିନି ଆତଙ୍କବାଦୀଙ୍କ ବାବଦରେ ଅଧିକ ସୂଚନା ପାଇବା ପାଇଁ କୋଲକାତା ଏସଟିଏଫ ବାଂଲାଦେଶ ପୁଲିସ ସହ ଯୋଗାଯୋଗରେ ଥିବା ସୂଚନା ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁ ଘରେ ଏହି ତିନି ଆତଙ୍କବାଦୀ ଭଡ଼ା ନେଇଥିଲେ ସେହି ଘର ମାଲିକଙ୍କୁ ମଧ୍ୟ ଜେରା କରାଯାଉଛି।

ସେହିପରି ଏନଆଇଏ ମଧ୍ୟ ଗିରଫ ତିନି ଆତଙ୍କବାଦୀଙ୍କ ବାବଦରେ ଖବର ନେବା ଆରମ୍ଭ କରିଛି। ଜଣେ ଏନଆଇଏ ଅଧିକାରୀ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ସହିତ ସେମାନଙ୍କ ସହ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ତଦନ୍ତ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ରହିଥିବା ସେ କହିଛନ୍ତି। ଏହି ତିନି ସନ୍ଦିଗ୍ଧ ଆତଙ୍କବାଦୀ ୧୪ ଦିନିଆ ପୁଲିସ ହେପାଜତରେ ରହିଛନ୍ତି।

ଏହି ଆତଙ୍କବାଦୀଙ୍କ ପାଖରୁ ବିସ୍ଫୋରକ ସାମଗ୍ରୀ ସହିତ ଜେଏମବିର ଟପ୍ ଆତଙ୍କୀଙ୍କ ନାଁ ଜବତ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରୁ ଅନେକ ଜେଏମବି ଅପରେଟରଙ୍କୁ ଗିରଫ କରାଯାଇଛି।

Related story