ପ୍ରିନସିପାଲ ମାଡ଼ ମାରିବାରୁ ଆତ୍ମହତ୍ୟା କଲେ ଛାତ୍ରୀ !

ଗୁରୁଗ୍ରାମ: ସମସ୍ତଙ୍କ ସାମ୍ନାରେ ସ୍କୁଲ ପ୍ରିନସିପାଲ ମାଡ଼ ମାରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ସ୍କୁଲରେ। ମୃତକଙ୍କ ପରିବାର ଲୋକ ଏବେ ଥାନାରେ ଏ ନେଇ ସ୍କୁଲ ପ୍ରିନସିପାଲଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲାରେ ମୃତକଙ୍କ ଦାଦା କହିଛନ୍ତି, ତାଙ୍କ ଝିଅ ଲମ୍ୱା ନଖ ରଖିଥିବାରୁ ଏବଂ ଲମ୍ୱା କାନଫୁଲ ପିନ୍ଧିଥିବା ସହିତ ମୋବାଇଲ ରଖିଥିଲା। ଏହାକୁ ବିରୋଧ କରି ସ୍କୁଲ […]

sucide

sucide

Subhransu Sekhar
  • Published: Sunday, 18 April 2021
  • Updated: 18 April 2021, 03:34 PM IST

Sports

Latest News

ଗୁରୁଗ୍ରାମ: ସମସ୍ତଙ୍କ ସାମ୍ନାରେ ସ୍କୁଲ ପ୍ରିନସିପାଲ ମାଡ଼ ମାରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ସ୍କୁଲରେ। ମୃତକଙ୍କ ପରିବାର ଲୋକ ଏବେ ଥାନାରେ ଏ ନେଇ ସ୍କୁଲ ପ୍ରିନସିପାଲଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଏତଲାରେ ମୃତକଙ୍କ ଦାଦା କହିଛନ୍ତି, ତାଙ୍କ ଝିଅ ଲମ୍ୱା ନଖ ରଖିଥିବାରୁ ଏବଂ ଲମ୍ୱା କାନଫୁଲ ପିନ୍ଧିଥିବା ସହିତ ମୋବାଇଲ ରଖିଥିଲା। ଏହାକୁ ବିରୋଧ କରି ସ୍କୁଲ ପ୍ରିନସିପାଲ ତାଙ୍କ ଝିଅକୁ ସମସ୍ତଙ୍କ ସାମ୍ନାରେ ମାଡ଼ ମାରିଥିଲେ। ଏହାପରେ ତାଙ୍କ ଝିଅ ଅପମାନ ସହିନପାରି ଆତ୍ମହତ୍ୟା କରିଛି।

ଏହି ଘଟଣା ଏପ୍ରିଲ ୯ରେ ଘଟିଥିଲା। ସ୍କୁଲ ପ୍ରିନସିପାଲଙ୍କ ଅପମାନ ସହିନପାରି ଛାତ୍ରୀ ଜଣଙ୍କ ଘରେ ଫ୍ୟାନରେ ଝୁଲି ପଡ଼ିଥିଲେ। ଏପ୍ରିଲ ୮ରେ ସ୍କୁଲ ପ୍ରିନସିପାଲ ଛାତ୍ରୀ ଜଣଙ୍କୁ ଚାପୁଡା ମାରିଥିଲେ ବୋଲି ଏତଲାରେ କୁହାଯାଇଛି। ପ୍ରିନସିପାଲ ଜଣଙ୍କ ଛାତ୍ରୀ ଜଣଙ୍କୁ ମାଡ଼ ମାରିବା ପରେ ଅଭିଭାବକଙ୍କୁ ସ୍କୁଲ ଡକାଇଥିଲେ। ଏହାପରେ ଛାତ୍ରୀଙ୍କ ବାପା ଓ ମା ସ୍କୁଲ ଯାଇ ପ୍ରିନସିପାଲଙ୍କୁ ଭେଟିଥିଲେ। ସ୍କୁଲ ପ୍ରିନସିପାଲ କହିଥିଲେ ତାଙ୍କ ଝିଅ ଲମ୍ୱା ନଖ ରଖିବା ସହିତ ଲମ୍ୱା କାନଫୁଲ ପିନ୍ଧୁଛି ଏଥିସହ ମୋବାଇଲ ଧରି ସ୍କୁଲ ଆସୁଛି। ଏଭଳି ଆଚରଣ ସ୍କୁଲ କେବେ ବରଦାସ୍ତ କରିବ ନାହିଁ। ଏହା ଶୃଙ୍ଖଳା ବାହାରେ ବୋଲି ପ୍ରିନସିପାଲ ଜଣଙ୍କ ଛାତ୍ରୀଙ୍କ ବାପା, ମାଙ୍କୁ କହିଥିଲେ। ଆବଶ୍ୟକ ପଡ଼ିଲେ ତାଙ୍କ ଝିଅଙ୍କୁ ସ୍କୁଲରୁ ବାହାର କରି ଦିଆଯିବ ବୋଲି ସେ କହିଥିବା ଏତଲାରେ ଉଲ୍ଲେଖ ରହିଛି।

ଏହାପରେ ବାପା, ମାଙ୍କ ସହିତ ସ୍କୁଲ ଛାତ୍ରୀ ଘରକୁ ଫେରିଥିଲା। ଆଉ ଘରକୁ ଫେରିବା ପରେ ଝିଅ ଗୁମସୁମ ହୋଇ ବସିଥିଲା। ଏହାପରେ ଏପ୍ରିଲ ୯ ତାରିଖରେ ପୁଣିଥରେ ଛାତ୍ରୀଙ୍କ ବାପା, ମା ସ୍କୁଲକୁ ଯାଇଥିଲେ। ଆଉ ଝିଅକୁ ସ୍କୁଲରୁ ବାହାର ନକରିବାକୁ ପ୍ରିନସିପାଲଙ୍କୁ ଅନୁରୋଧ କରିଥିଲେ। ଅନ୍ ଲାଇନ୍ କ୍ଲାସ ହେଉଛି ବୋଲି ସେ ତାଙ୍କ ଝିଅକୁ ମୋବାଇଲ ଫୋନ୍ ଦେଇଥିବା କହିଥିଲେ।

ତେବେ ସ୍କୁଲ ପ୍ରିନସିପାଲ ରାଗି ଯାଇ ତାଙ୍କ ଅଫିସରୁ ବାହାରି ଯିବାକୁ କହିଥିଲେ। ଏହାପରେ ଘରକୁ ଫେରି ଝିଅକୁ ସମସ୍ତ କଥା କହିଥିଲେ। ଏହାପରେ ତାଙ୍କ ଝିଅ ତାର ରୁମକୁ ଚାଲିଯାଇଥିଲା। ହେଲେ କିଛି ସମୟ ପରେ ରୁମରୁ କୌଣସି ଶବ୍ଦ ନଶୁଭିବା ଝିଅକୁ ଡାକିବା ପରେ କୌଣସି ଉତ୍ତର ନଆସିବାରୁ ପରିବାର ଲୋକେ କବାଟ ଭାଙ୍ଗି ଦେଖିଥିଲେ ତାଙ୍କ ଝିଅ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି।

ମୃତ ଛାତ୍ରୀଙ୍କ ଦାଦା ପ୍ରତିକ୍ରିୟାରେ କହିଛନ୍ତି, ସ୍କୁଲ ପ୍ରିନସିପାଲ ଏବଂ ମୃତକଙ୍କ ସହପାଠୀ ଘରକୁ ଆସିଥିଲେ ଶୋକ ସଭାରେ ଯୋଗଦେବା ପାଇଁ। ଏହି ସମୟରେ ମୃତକଙ୍କ ସହପାଠୀ ତାଙ୍କୁ କହିଥିଲେ ସ୍କୁଲ ପ୍ରିନସିପାଲଙ୍କ ବ୍ୟବହାର ଖରାପ। ଏହାପରେ ଏପ୍ରିଲ ୧୪ରେ ମୃତ ଛାତ୍ରୀର ମାମୁଁ ଭୋଣ୍ଡସୀ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରିଛି। ହେଲେ କାହାରିକୁ ଏଯାବତ ଗିରଫ କରିନଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos