ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି । ବିଶେଷକରି କାର ଅନ୍ୟ ବାଣିଜ୍ୟକ ଯାନ ବାହାନ କ୍ଷେତ୍ରରେ ଏହି ଦର ୮ ଗୁଣା ବଢ଼ିଛି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନୂଆ ଫି ଧାର୍ଯ୍ୟ କରିଥିବା ବେଳେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏବେ ବାଇକ ରେଜିଷ୍ଟ୍ରେସନ ଫି ୩ ଶହ ଟଙ୍କା ଥିବା ବେଳେ […]

car

Tapas Behera
  • Published: Tuesday, 05 October 2021
  • , Updated: 05 October 2021, 09:20 PM IST

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି । ବିଶେଷକରି କାର ଅନ୍ୟ ବାଣିଜ୍ୟକ ଯାନ ବାହାନ କ୍ଷେତ୍ରରେ ଏହି ଦର ୮ ଗୁଣା ବଢ଼ିଛି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନୂଆ ଫି ଧାର୍ଯ୍ୟ କରିଥିବା ବେଳେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏବେ ବାଇକ ରେଜିଷ୍ଟ୍ରେସନ ଫି ୩ ଶହ ଟଙ୍କା ଥିବା ବେଳେ ପୁନଃ ପଞ୍ଜିକରଣ ଫି ୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୩ ଚକିଆ ଯାନ ପାଇଁ ରେଜିଷ୍ଟ୍ରେସନ ଫି ୬ ଶହ ଟଙ୍କା ଥିବା ବେଳେ ପୁନଃ ପଞ୍ଜିକରଣ ପାଇଁ ୨୫ ଶହ ଟଙ୍କା ଦେବାକୁ ପଡିବ।  କାର୍ ଏବଂ ଜିପ୍ ଭଳି ହାଲୁକା ମୋଟର ଯାନ ରେଜିଷ୍ଟ୍ରେସନ ଫି ୬ ଶହ ଟଙ୍କା ଥିବା ବେଳେ ରିନ୍ୟୁଆଲ ଫି  ୫ ହଜାରକୁ ବୃଦ୍ଧି ପାଇଛି । ଆମଦାନୀ ହେଉଥିବା ଦାମୀ କାର ପଞ୍ଜିକରଣ ଫି ୫ ହଜାର ଟଙ୍କା ଥିବା ବେଳେ ଏହା ୪୦ ହଜାରକୁ ବଢ଼ିଛି । ସେହିଭଳି ମୋଟରସାଇକେଲଠୁ ଆରମ୍ଭ କରି ଭାରିଯାନ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ି କ୍ଷେତ୍ରରେ ଫିଟ୍ନେସ ରିନ୍ୟୁଆଲ ଫି ମଧ୍ୟ ୨ ଗୁଣାରୁ ୮ ଗୁଣା ଯାଏଁ ବୃଦ୍ଧି ପାଇଛି।

Related story