କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ ୧୫୦, ଗଲାଣି ୨୧ ଜଣଙ୍କ ଜୀବନ

ଜୟପୁର: ମହାମାରୀ କରୋନା ସଂକ୍ରମଣ ଭିତରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିବା ଗୋଟିଏ ଗାଁକୁ ମହଙ୍ଗା ପଡ଼ିଛି। ନିୟମ ଉଲ୍ଲଙ୍ଘନ କରି ଜଣେ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରରେ ୧୫୦ ଜଣ ଲୋକ ଯୋଗଦେଇଥିଲେ। ଏବେ ସେହି ୧୫୦ ଜଣଙ୍କ ମଧ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜସ୍ଥାନର ସିକାର ଜିଲ୍ଲାର ଗୋଟିଏ ଗାଁରେ ଏଭଳି ଘଟଣେ ସମସ୍ତଙ୍କୁ ସ୍ତବ୍ଧ […]

Corona

Hemant Lenka
  • Published: Saturday, 08 May 2021
  • , Updated: 08 May 2021, 04:50 PM IST

ଜୟପୁର: ମହାମାରୀ କରୋନା ସଂକ୍ରମଣ ଭିତରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିବା ଗୋଟିଏ ଗାଁକୁ ମହଙ୍ଗା ପଡ଼ିଛି। ନିୟମ ଉଲ୍ଲଙ୍ଘନ କରି ଜଣେ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରରେ ୧୫୦ ଜଣ ଲୋକ ଯୋଗଦେଇଥିଲେ। ଏବେ ସେହି ୧୫୦ ଜଣଙ୍କ ମଧ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜସ୍ଥାନର ସିକାର ଜିଲ୍ଲାର ଗୋଟିଏ ଗାଁରେ ଏଭଳି ଘଟଣେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁସାରେ, ଏପ୍ରିଲ ୨୧ରେ ଖୀରଭା ଗାଁକୁ ଜଣେ କରୋନା ଆକ୍ରାନ୍ତ ଶବ ଆସିଥିଲା। ଶବଟି ଗାଁକୁ ଆସିବା ପରେ ଲୋକମାନେ କୌଣସି କଟକଣା ମାନି ନଥିଲେ। ତାଙ୍କ ଅନ୍ତିମ ଯାତ୍ରାରେ ୧୫୦ ଲୋକ ସାମିଲ ହୋଇଥିଲେ ଓ କୋଡିଭ୍ ନିୟମକୁ ଉଲ୍ଲଙ୍ଘନ କରି ଶବ ସତ୍କାର ମଧ୍ୟ କରିଥିଲେ।

ସଂସ୍କାର ବେଳେ ପ୍ଲାଷ୍ଟିକ ବ୍ୟାଗ୍‌ରୁ ଶବକୁ ବାହାର କରାଯାଇଥିଲା ଓ ଅନେକ ଲୋକ ଏହାକୁ ସ୍ପର୍ଶ ମଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ପର୍ଯ୍ୟାୟକ୍ରମେ ୨୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କାହିଁକି ଶବ ସତ୍କାର ବେଳେ ଅଧିକାରୀମାନେ ନିୟମ ଭାଙ୍ଗିବାକୁ ଲୋକଙ୍କୁ ଅନୁମତି ଦେଲେ, ତା’କୁ ନେଇ ପ୍ରଶ୍ନ ଉଠିଛି।

ଏସବୁ ଭିତରେ ସରକାରୀ ଅଧିକାରୀମାନେ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରିଛନ୍ତି। ଲକ୍ଷ୍ମଣଗଡ଼ ସବ ଡିଭିଜନାଲ ଅଫିସର କୁଲରାଜ ମୀନା କହିଛନ୍ତି, ୨୧ ଜଣଙ୍କ ମଧ୍ୟରୁ କେବଳ ୩ରୁ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କର ବିଭିନ୍ନ ରୋଗ କାରଣରୁ ଦେହାନ୍ତ ହୋଇଛି। ଆମେ ପ୍ରାଣ ହରାଇଥିବା ଲୋକଙ୍କ ଆଖପାଖ ଓ ପରିବାର ଲୋକଙ୍କ ଠାରୁ ପ୍ରାୟ ୧୪୭ଟି ନମୁନା ସଂଗ୍ରହ କରିଛୁ। ସ୍ଥାନୀୟ ଅଞ୍ଚଳରେ କୋଡିଡ୍‌ର ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତା’ର ପରୀକ୍ଷା କରାଯାଉଥିବା ସେ କହିଛନ୍ତି।

Related story