ଡରାଉଛି କରୋନା, ବୋର୍ଡିଂ ସ୍କୁଲର ୧୫୮ ସଦସ୍ୟ କରୋନାରେ ଆକ୍ରାନ୍ତ

ଶିମଲା: କରୋନା ମହାମାରୀର ଦ୍ୱିତୀୟ ଲହର ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଏପରିକି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ କରୋନା ପ୍ରବେଶ କରିସାରିଲାଣି। ଏହି କ୍ରମରେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଡେଲହାଉସୀ ପବ୍ଲିକ୍ ସ୍କୁଲରେ ୧୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଚମ୍ବା ସିଏମଓ ରାଜେଶ ଗୁଲେରୀ। ସ୍କୁଲରୁ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସିଏମଓ କହିଛନ୍ତି, ‘ମାର୍ଚ୍ଚ ୨୯ ତାରିଖରେ […]

Boarding-school

Boarding-school

Ranjit Kumar Jena
  • Published: Monday, 05 April 2021
  • Updated: 05 April 2021, 08:13 PM IST

ଶିମଲା: କରୋନା ମହାମାରୀର ଦ୍ୱିତୀୟ ଲହର ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଏପରିକି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ କରୋନା ପ୍ରବେଶ କରିସାରିଲାଣି। ଏହି କ୍ରମରେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଡେଲହାଉସୀ ପବ୍ଲିକ୍ ସ୍କୁଲରେ ୧୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଚମ୍ବା ସିଏମଓ ରାଜେଶ ଗୁଲେରୀ। ସ୍କୁଲରୁ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି।

ସିଏମଓ କହିଛନ୍ତି, 'ମାର୍ଚ୍ଚ ୨୯ ତାରିଖରେ ଉକ୍ତ ବୋର୍ଡିଂ ସ୍କୁଲର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯାହା ପରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କର ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ୧୫୮ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହି ୧୫୮ଜଣଙ୍କ ମଧ୍ୟରେ ୯୯ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୨୩ଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି। ଏହାବ୍ୟତୀତ ଆଉ କିଛି ଶିକ୍ଷକ ଓ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।'

ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ କରିଦିଆଯାଇଛି। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେଥିମଧ୍ୟରୁ କିଛି ନିଜ ଇଚ୍ଛାରେ ଘରକୁ ଚାଲିଯାଇଥିବା ବେଳେ ଆଉ କିଛି ଲୋକଙ୍କୁ କ୍ୱାରେଣ୍ଟାଇନ୍ ସୁବିଧା ଦିଆଯାଇଛି।

ଏହା ପୂର୍ବରୁ ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେଉଥିବା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସତର୍କତାପୂର୍ବକ ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ପିଏମ ମୋଦି ଆସନ୍ତା ୮ ତାରିଖରେ କରୋନା ଭାଇରସ୍ ଓ ଟିକାକରଣକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos