ବିଷାକ୍ତ ମଦ ପିଇ ୧୬ ଜଣଙ୍କ ମୃତ୍ୟୁ!

ପାଟନା: ମଦ ସେବନ ଓ ବିକ୍ରି ବନ୍ଦ ଥିଲେ ହେଁ ବିହାର ପଶ୍ଚିମ ଚମ୍ପାରନରେ ୧୬ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସରକାରୀ ଭାବେ ବିଷାକ୍ତ ମଦ ମୃତ୍ୟୁ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ୪୮ ଘଣ୍ଟା ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଷାକ୍ତ ମଦ ଏହାର ଗୋଟିଏ କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି। ପୁଲିସ୍‌ ମଧ୍ୟ ଏଫଆଇଆର ରୁଜୁ କରି ବିଷାକ୍ତ […]

alcohol

Hemant Lenka
  • Published: Saturday, 17 July 2021
  • , Updated: 17 July 2021, 08:36 PM IST

ପାଟନା: ମଦ ସେବନ ଓ ବିକ୍ରି ବନ୍ଦ ଥିଲେ ହେଁ ବିହାର ପଶ୍ଚିମ ଚମ୍ପାରନରେ ୧୬ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସରକାରୀ ଭାବେ ବିଷାକ୍ତ ମଦ ମୃତ୍ୟୁ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ୪୮ ଘଣ୍ଟା ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଷାକ୍ତ ମଦ ଏହାର ଗୋଟିଏ କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି।

ପୁଲିସ୍‌ ମଧ୍ୟ ଏଫଆଇଆର ରୁଜୁ କରି ବିଷାକ୍ତ ମଦ ଦିଗରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୫ ଜଣଙ୍କୁ ପୁଲିସ୍‌ ଅଟକ ରଖିଥିବା ବେଳେ ଗାଁର ଦୁଇ ଜଣ ଚୌକିଦାରଙ୍କୁ ନିଲମ୍ବିତ କରିଛି।

ଅନ୍ୟପକ୍ଷରେ ମୃତ ଦେହଗୁଡ଼ିକୁ ପରିବାର ଲୋକ କାହାକୁ କିଛି ନ ଜଣାଇ ଅନ୍ତିମ ସଂସ୍କାର କରି ଦେଇଛନ୍ତି। ବିହାରରେ ୨୦୧୬ ଏପ୍ରିଲ ମାସରୁ ମଦର ବିକ୍ରି, ଉତ୍ପାଦନ ଓ ସେବନ ଉପରେ ରୋକ ଲାଗିଛି। ତେଣୁ ମୃତକଙ୍କ ପରିବାର ଲୋକ ପୁଲିସ୍‌ ଭୟରେ ସମସ୍ତଙ୍କର ଅନ୍ତିମ ସଂସ୍କାର କରି ଦେଇଥିବା ଜଣାପଡ଼ିଛି।

ଜିଲ୍ଲା ମାଜିଷ୍ଟ୍ରେଟ କୁନ୍ଦନ କୁମାର କହିଛନ୍ତି, ଗତ ୨ରୁ ୩ ଦିନ ମଧ୍ୟରେ କିଛି ଲୋକ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଆମ ପାଖରେ ଖବର ପହଞ୍ଚିଛି। ସେମାନଙ୍କ ପରିବାର କିମ୍ବା ଗାଁ ଲୋକ ମଦ ପିଇବା ଯୋଗୁ ଏପରି ହୋଇଛି ବୋଲି ଆମକୁ କହିନାହାନ୍ତି। ପୁଲିସ୍‌ ମଧ୍ୟ ପ୍ରାୟ ୪୦ ଜଣ ଲୋକଙ୍କୁ ପୂରା ଘଟଣାରେ ପଚରାଉଚରା କରିଛି। ହେଲେ କେହି ବି ମଦ କଥା ଉଠାଇ ନାହାନ୍ତି।

ଦୁଇ ମୃତକଙ୍କ ପରିବାର ଲୋକ ପ୍ରେସକ୍ରିପସନ ଦେଖାଇଛନ୍ତି। ଜଣଙ୍କର ଡାଏଲସିସି ହେଉଥିବା ବେଳେ ଆଉ ଜଣେ ହୃଦରୋଗରେ ପୀଡ଼ିତ ଥିଲେ। ତେଣୁ ଏହି କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥାଇ ପାରେ।

ବାକି ୧୪ ଜଣଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁ ହୋଇଥିବା ଶୁଣିବାକୁ ମିଳିଛି। ପୁଲିସ୍‌ ଏ ସଂକ୍ରାନ୍ତରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଷାକ୍ତ ମଦ ଦିଗକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Related story