କୋଭିଶିଲ୍ଡ ଟିକାକୁ ୧୭ଟି ଦେଶର ଗ୍ରୀନ୍ ପାସ୍

ନୂଆଦିଲ୍ଲୀ: ଦେଶରେ ଟିକାକୁ ନେଇ ସଙ୍କଟ ଜାରି ରହିଥିବା ବେଳେ କୋଭିଶିଲ୍ଡ ଟିକାକୁ ନେଇ ଏକ ଭଲ ଖବର ଆସିଛି। କୋଭିଶିଲ୍ଡକୁ ଏବେ ୧୭ଟି ଦେଶ ଅନୁମତି ପ୍ରଦାନ କରିଥିବା ସୂଚନା ରହିଛି। ଏହାଦ୍ୱାରା ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇଜଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ୍ ସମେତ ୧୭ଟି ଦେଶକୁ କୋଭିଶିଲ୍ଡ ଟିକା ନେଇଥିବା ବ୍ୟକ୍ତି ଗସ୍ତ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏବେ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଛନ୍ତି ସେମାନେ କୋଓ୍ୱିନ ଆପ ମାଧ୍ୟମରେ […]

Covishield

Subhransu Sekhar
  • Published: Sunday, 18 July 2021
  • , Updated: 18 July 2021, 06:39 PM IST

ନୂଆଦିଲ୍ଲୀ: ଦେଶରେ ଟିକାକୁ ନେଇ ସଙ୍କଟ ଜାରି ରହିଥିବା ବେଳେ କୋଭିଶିଲ୍ଡ ଟିକାକୁ ନେଇ ଏକ ଭଲ ଖବର ଆସିଛି। କୋଭିଶିଲ୍ଡକୁ ଏବେ ୧୭ଟି ଦେଶ ଅନୁମତି ପ୍ରଦାନ କରିଥିବା ସୂଚନା ରହିଛି। ଏହାଦ୍ୱାରା ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇଜଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ୍ ସମେତ ୧୭ଟି ଦେଶକୁ କୋଭିଶିଲ୍ଡ ଟିକା ନେଇଥିବା ବ୍ୟକ୍ତି ଗସ୍ତ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏବେ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଛନ୍ତି ସେମାନେ କୋଓ୍ୱିନ ଆପ ମାଧ୍ୟମରେ ତାଙ୍କ ଟିକାକରଣର ସାର୍ଟିଫିକେଟ ବା ପ୍ରମାଣପତ୍ର ଦେଖାଇଲେ ଏହାକୁ ଏହି ଦେଶ ଗ୍ରହଣ କରିବା ସହ ଭିସା ପ୍ରଦାନ କରିବେ। କରୋନା ମହାମାରୀ ପରେ କିଛି ଦେଶ ଏବେ ଅନ୍ୟ ଦେଶର ଲୋକଙ୍କୁ ପ୍ରବେଶ କରାଇବା ବେଳେ କେଉଁ ଟିକା ନେଇଛନ୍ତି ସେହି ଯାତ୍ରୀ ତାହା ଦେଖୁଛନ୍ତି।

ଇଂଲଣ୍ଡର ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ-ଆଷ୍ଟ୍ରାଜେନେରା ଦ୍ୱାରା ତିଆରି ହୋଇଥିବା କରୋନା ଟିକା ଭାରତରେ କୋଭିଶିଲ୍ଡ ନାମରେ ତିଆରି ହେଉଛି। ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ଟିକା ତିଆରି କରୁଛି। ଏହି ଟିକା କମ୍ପାନୀ ଏବେ ବିଭିନ୍ନ ଦେଶକୁ ଟିକା ମଧ୍ୟ ବିକ୍ରି କରୁଛି। ଏହି ଟିକାକୁ ୟୁରୋପିଆନ୍ ସଂଘରେ ଥିବା ୧୬ଟି ଦେଶ ଅନୁମତି ପ୍ରଦାନ କରିଛନ୍ତି। ଆଉ ଏକ ଦେଶ ସ୍ୱିଜରଲ୍ୟାଣ୍ଡ ଯିଏକି ଏହି ସଂଘରେ ନାହିଁ ସେ ମଧ୍ୟ କୋଭିଶିଲ୍ଡକୁ ଅନୁମତି ପ୍ରଦାନ କରିଛି।

ଏହା ପୂର୍ବରୁ ଆମେରିକାର ଫାଇଜର, ମୋଡର୍ଣ୍ଣା, ଭାକ୍ସଜେଭରିଆ (ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା) ଏବଂ ଜନଶନ ଆଣ୍ଡ ଜନଶନ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ପାସ ଦେବାକୁ ୟୁରୋପିଆନ୍ ୟୁନିଅନ ଅନୁମତି ଦେଇଥିଲା।

ଯେଉଁ ଦେଶମାନେ ଟିକାକୁ ଅନୁମତି ଦେଉଛନ୍ତି ସେମାନେ ମୁଖ୍ୟତଃ ଦେଖୁଛନ୍ତି ସେହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ପ୍ରଦାନ କରିଛି କି ନାହିଁ। କୋଭିଶିଲ୍ଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପାଇଥିବା ବେଳେ କୋଭାକ୍ସିନ କିନ୍ତୁ ଅନୁମତି ପାଇ ନାହିଁ। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ତିଆରି ହୋଇଥିବା ଏହି କୋଭାକ୍ସିନ ଟିକା ଆଗାମୀ ମାସେ ଦୁଇ ମାସ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମତି ପାଇବ ବୋଲି ଜଣାପଡ଼ିଛି। ଏଥିପାଇଁ ଆବଶ୍ୟକ ଥିବା ସମସ୍ତ କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଏବଂ ଅନ୍ୟାନ୍ୟ ଦସ୍ତାବିଜକୁ ଭାରତ ବାୟୋଟେକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଦାଖଲ କରୁଥିବା ସୂଚନା ରହିଛି। କୋଭାକ୍ସିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମତି ପାଇନଥିବାରୁ ଏହି ଟିକାକୁ ଅନ୍ୟାନ୍ୟ ଦେଶ ମାନେ କିଣିବାକୁ ସେତେଟା ଆଗ୍ରହ ଦେଖାଇ ନାହାନ୍ତି।ତେଣୁ ଗ୍ରୀନ୍ ପାସ ମଧ୍ୟ ଏହି ଟିକାକୁ ମିଳି ନାହିଁ।

Related story