ଚେନ୍ନାଇ: ପରୀକ୍ଷାରେ ବିଫଳ ହେବାରୁ ଜୀବନ ହାରିଲେ ଛାତ୍ରୀ। ନିଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ଜଣକ ହେଉଛନ୍ତି ଚେନ୍ନାଇର। ବୁଧବାର ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ପରୀକ୍ଷା ଫଳ ପାଇବା ପରେ ୧୯ ବର୍ଷୀୟ ଛାତ୍ରୀ ଜଣକ ଚରମ ନିଷ୍ପତ୍ତି ନେଇଛନ୍ତି। ଛାତ୍ରୀଙ୍କ ଜଣକୁ ପରିବାର ଲୋକେ ଚେନ୍ନାଇ କେଏମସି ହସପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଟ୍ ପରୀକ୍ଷାରେ ତାମିଲନାଡ଼ୁର ୧,୩୨,୧୬୭ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭,୭୮୭ ଜଣ ପାସ୍ କରିଛନ୍ତି। ନିଟ୍ ପରୀକ୍ଷାରେ ବିଫଳ ହୋଇ ଏହି ଆତ୍ମହତ୍ୟା ଘଟଣା ପ୍ରଥମ ନୁହଁ। ଗତ ଜୁଲାଇ ମାସରେ ତାମିଲନାଡ଼ୁରେ ସମାନ ପ୍ରକାର ଅଘଟଣ ଘଟିଥିଲା ।
ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ଆରିୟାଲୁରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ପୁଲିସ ଝିଅଟିର ସୁଇସାଇଡ ନୋଟ ଜବତ କରିଥିଲା। ଯେଉଁଥିରେ ପରୀକ୍ଷାରେ ଫେଲ ହେବା ଆଶଙ୍କା ଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଉଲ୍ଲେଖ ରହିଛି।ସେହିପରି ଅନ୍ୟ ଏକ ଘଟଣାକ୍ରମେ ସେହି ଜୁଲାଇ ମାସରେ ଜଣେ ୧୮ ବର୍ଷର ବାଳକ ଆତ୍ମହତ୍ୟା କରିଥିଲେ। ତାଙ୍କ ଠାରୁ ମଧ୍ୟ ଏକ ସୁସାଇଡ୍ ନୋଟ ଜବତ କରାଯାଇଥିଲା।
ସେଥିରେ ସମାନ କଥା ଉଲ୍ଲେଖ ଥିଲା। ସୂଚନା ଅନୁଯାୟୀ, ଗତକାଲି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ନ୍ୟସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି ନିଟ୍। ପରୀକ୍ଷା ମାଧ୍ୟମରେ ଉନ୍ନୀତ ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ଟପର ହୋଇଛନ୍ତି ରାଜସ୍ଥାନର ଝିଅ ତନିସ୍କା ତନିସ୍କା ମୋଟ ୭୧୫ ମାର୍କ ହାସଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।