ପାଣାଜି: ଗୋଆରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରାଯାଇଛି। ଯୁବତୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ଯୁବତୀ ଜଣକରପରିଚୟ ମିଳିଛି। ତାଙ୍କ ନାମ କବିତା ଦଲଭୀ ବୋଲି ପୁଲିସ କହିଛି। କ୍ୱେପେ ସରକରୀ କଲେଜରେ କବିତା ପ୍ରଥମ ବର୍ଷର ଜଣେ କମର୍ସ ଛାତ୍ରୀ ଥିଲେ। ପୁଲିସର କହିବା ଅନୁଯାୟୀ କବିତାଙ୍କ ଘର ଖାନପୁରରେ।
ଦକ୍ଷିଣ ଗୋଆର ଚୋଚୋରେମରେ କବିତା ଭଡ଼ା ଘରେ ରହି ପାଠ ପଢ଼ୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଯୁବତୀଙ୍କ ମୃତ ଦେହକୁ ଏକ ସିଲିଂ ଫ୍ୟାନ୍ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପୁଲିସକୁ ପରିବାର ଲୋକେ ସୂଚନା ଦେଇଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।