ମମତାଙ୍କୁ ଭେଟିଲେ ବିଜେପିରେ ଥିବା ଦୁଇ ପୂର୍ବତନ ଟିଏମସି ବିଧାୟକ

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗ ରାଜନୀତିରେ ଟ୍ୱିଷ୍ଟ ଆସିଛି। କ୍ଷମତାସୀନ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ପୂର୍ବତନ ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ କରିଥିବା ଜଣାପଡ଼ିଛି। ବୋନଗାଓଁ ଉତ୍ତର ବିଧାୟକ ବିଶ୍ୱଜିତ ଦାସ ଓ ନୋଆପଡ଼ାର ସୁନୀଲ ସିଂହ ୨୦୧୯ ଜୁନ୍‌ ମାସରେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ଆଜି ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ବିଧାନସଭାର ଚ୍ୟାମ୍ବରରେ ଭେଟିଛନ୍ତି। ବୈଠକର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ […]

Mamata

Hemant Lenka
  • Published: Monday, 08 February 2021
  • , Updated: 08 February 2021, 07:02 PM IST

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗ ରାଜନୀତିରେ ଟ୍ୱିଷ୍ଟ ଆସିଛି। କ୍ଷମତାସୀନ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ପୂର୍ବତନ ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ କରିଥିବା ଜଣାପଡ଼ିଛି। ବୋନଗାଓଁ ଉତ୍ତର ବିଧାୟକ ବିଶ୍ୱଜିତ ଦାସ ଓ ନୋଆପଡ଼ାର ସୁନୀଲ ସିଂହ ୨୦୧୯ ଜୁନ୍‌ ମାସରେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ।

ଆଜି ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ବିଧାନସଭାର ଚ୍ୟାମ୍ବରରେ ଭେଟିଛନ୍ତି। ବୈଠକର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଆଗକୁ ବଡ଼ଧରଣର ଅଦଳ ବଦଳ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ଦୁଇ ବିଧାୟକ କହିଛନ୍ତି, ଏହି ବୈଠକ ସୌଜନ୍ୟମୂଳକ ଥିଲା। ନିଜ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିଥିଲେ।

ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ସୁନୀଲ ଓ ବିଶ୍ୱଜିତ୍‌ ବିଜେପିରେ ଥିଲେ ହେଁ ସେମାନଙ୍କୁ ସେତେଟା ଗୁରୁତ୍ୱ ମିଳୁନି। ଏହି କାରଣରୁ ସେମାନେ ପୁଣିଥରେ ଟିଏମସିକୁ ଫେରିବାକୁ ଚାହୁଁଛନ୍ତି। ଏଥିସହ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କୁ ଟିଏମସି ଟିକେଟ ଦେଉ ବୋଲି ସେମାନେ ମମତାଙ୍କୁ କହିଛନ୍ତି। ଖୁବଶୀଘ୍ର ଟିଏମସି ଏହା ଉପରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

୨୦୧୯ ମସିହା ଜୁନ୍‌ ୧୭ରେ ସୁନୀଲ ସିଂହ ତାଙ୍କ ସାଙ୍ଗରେ ୧୫ ଜଣ ଟିଏମସି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲରଙ୍କୁ ଧରି ବିଜେପିରେ ମିଶିଥିଲେ। ଏହି ମିଶ୍ରଣ ପର୍ବରେ ବିଜେପିର ଦୁଇ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକଳ ରୟ ଉପସ୍ଥିତ ରହିଥିଲେ।

ସୁନୀଲ ହେଉଛନ୍ତି ସାଂସଦ ଅର୍ଜୁନ ସିଂହଙ୍କ ସମ୍ପର୍କୀୟ। ଅର୍ଜୁନ ସିଂହ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ସୁନୀଲଙ୍କ ଯୋଗାଦାନର ଗୋଟିଏ ଦିନ ପରେ ବିଶ୍ୱଜିତ ଦାସ କୋଲକାତାରୁ ଦିଲ୍ଲୀ ଆସି ପଦ୍ମ ଧରିଥିଲେ। ବିଶ୍ୱଜିତଙ୍କ ସହ ସେଦିନ ୧୨ ଟିଏମସି କାଉନସିଲର ଓ କଂଗ୍ରେସ ମୁଖପାତ୍ର ପ୍ରସନଜିତ ଘୋଷ ମଧ୍ୟ ବିଜେପିରେ ଯୋଗଦେଇଥିଲେ।

Related story