ମଝି ଆକାଶରେ ଦେଖାଗଲା ଇଞ୍ଜିନ ସମସ୍ୟା, ଅବତରଣ କଲେ ଦୁଇ ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ଥିବା ବେଳେ ଗୋ ଫାଷ୍ଟର ଦୁଇଟି ବିମାନର ଇଞ୍ଜିନରେ ଦେଖାଯାଇଛି ତ୍ରୁଟି। ଏଥିପାଇଁ ଦୁଇଟି ଯାକ ବିମାନ ଜୁରୀର ଅବତରଣ କରିଛନ୍ତି। ଏଥିସହ ସମସ୍ୟା ସମାଧାନ ନ ହେବା ଯାଏ ଗୋ ଫାଷ୍ଟର ଏହି ଦୁଇ ବିମାନ ସେବା ଯୋଗାଇ ପାରିବେ ନାହିଁ ବୋଲି ଡିଜିସିଏ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୋ ଫାଷ୍ଟର ମୁମ୍ବାଇ-ଲେହ ବିମାନ (ଜି୮-୩୮୬) ଉଡ଼ାଣ ଭରିଥିଲା। ତେବେ ଏହାର ଇଞ୍ଜିନ ନଂ ୨ରେ ସମସ୍ୟା […]

go-first

Hemant Lenka
  • Published: Tuesday, 19 July 2022
  • , Updated: 19 July 2022, 04:32 PM IST

ନୂଆଦିଲ୍ଲୀ: ମଝି ଆକାଶରେ ଥିବା ବେଳେ ଗୋ ଫାଷ୍ଟର ଦୁଇଟି ବିମାନର ଇଞ୍ଜିନରେ ଦେଖାଯାଇଛି ତ୍ରୁଟି। ଏଥିପାଇଁ ଦୁଇଟି ଯାକ ବିମାନ ଜୁରୀର ଅବତରଣ କରିଛନ୍ତି। ଏଥିସହ ସମସ୍ୟା ସମାଧାନ ନ ହେବା ଯାଏ ଗୋ ଫାଷ୍ଟର ଏହି ଦୁଇ ବିମାନ ସେବା ଯୋଗାଇ ପାରିବେ ନାହିଁ ବୋଲି ଡିଜିସିଏ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୋ ଫାଷ୍ଟର ମୁମ୍ବାଇ-ଲେହ ବିମାନ (ଜି୮-୩୮୬) ଉଡ଼ାଣ ଭରିଥିଲା। ତେବେ ଏହାର ଇଞ୍ଜିନ ନଂ ୨ରେ ସମସ୍ୟା ଦେଖାଯାଇଥିଲା। ଏହି କାରଣରୁ ବିମାନଟି ଲେହ ବଦଳରେ ଦିଲ୍ଲୀକୁ ଡାଇଭର୍ଟ କରାଯାଇଥିଲା। ଫାଇଲଟ ଜଣଙ୍କ ମଧ୍ୟ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ବିମାନଟିକୁ ସୁରକ୍ଷିତ ଭାବେ ଏୟାରପୋର୍ଟରେ ଲ୍ୟାଣ୍ଡ କରାଇଥିଲେ।

ଏହାର ଯାଞ୍ଚ ଚାଲିଥିବା ବେଳେ ଗୋ ଫାଷ୍ଟର ଶ୍ରୀନଗର-ଦିଲ୍ଲୀ ବିମାନରେ ସମାନ ସମସ୍ୟା ଦେଖାଯାଇଥିଲା। ଏହି ବିମାନର ଇଞ୍ଜିନ ନଂ୨ରେ ସମସ୍ୟା ଦେଖାଯିବାରୁ ଏହାକୁ ଅଧା ବାଟରୁ ପୁଣି ଶ୍ରୀନଗରକୁ ଫେରାଇ ଅଣାଯାଇଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଗୋ ଫାଷ୍ଟର ଦୁଇଟି ବିମାନରେ ସମସ୍ୟା ଦେଖାଯିବା ଲୋକଙ୍କୁ ଆତଙ୍କିତ କରିଛି।

ଡିଜିସିଏ ଘଟଣାକୁ ଗୁରୁତ୍ୱର ସହ ନେବା ସହ ଯାଞ୍ଚ ଆରମ୍ଭ କରିଛି। ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଗୋ ଫାଷ୍ଟର ଏହି ଦୁଇ ବିମାନ ସେବା ଯୋଗାଇ ପାରିବେ ନାହିଁ। ଡିଜିସିଏ କ୍ଲିୟରାନ୍ସ ଦେବା ପରେ ହିଁ ସେବା ଆରମ୍ଭ ହେବ।

ବିଗତ କିଛି ମାସ ହେଲାଣି ବିଭିନ୍ନ ବିମାନ ସେବା ସଂସ୍ଥାର ବିମାନରେ ସମସ୍ୟା ଦେଖାଯାଉଥିବା ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଥିଲେ। ଏସବୁ ଭିତରେ ଆଜି ପୁଣି ଦୁଇଟି ବିମାନରେ ତ୍ରୁଟି ସାମ୍ନାକୁ ଆସିଛି।

Related story