ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

କୁଲଗାମ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ଚଳାଇଥିବା ଅପରେସନକୁ ଆଜି ପୁଣି ସଫଳତା ମିଳିଛି। କୁଲଗାମର ଅହୱାଟୋ ଗାଁରେ ଘଟିଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ନିହତ ଦୁଇ ଆତଙ୍କବାଦୀ ହେଲେ ମହମ୍ମଦ ଶାଫି ଓ ମହମ୍ମଦ ଆସିଫ ୱାନି ଓରଫ ୟାୱାର। ଶାଫିର ଘର କୁଲଗାମ ଅନ୍ତର୍ଗତ ବାଟପୋରାରେ ହୋଇଥିବାବେଳେ ଆସିଫ ତାକିୟାରେ ରହୁଥିଲା। ଉଭୟ ଭାରତରେ ରହି ପାକିସ୍ତାନରେ […]

Terrorist

  • Published: Wednesday, 28 September 2022
  • , Updated: 28 September 2022, 11:39 AM IST

କୁଲଗାମ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ଚଳାଇଥିବା ଅପରେସନକୁ ଆଜି ପୁଣି ସଫଳତା ମିଳିଛି। କୁଲଗାମର ଅହୱାଟୋ ଗାଁରେ ଘଟିଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।

ନିହତ ଦୁଇ ଆତଙ୍କବାଦୀ ହେଲେ ମହମ୍ମଦ ଶାଫି ଓ ମହମ୍ମଦ ଆସିଫ ୱାନି ଓରଫ ୟାୱାର। ଶାଫିର ଘର କୁଲଗାମ ଅନ୍ତର୍ଗତ ବାଟପୋରାରେ ହୋଇଥିବାବେଳେ ଆସିଫ ତାକିୟାରେ ରହୁଥିଲା। ଉଭୟ ଭାରତରେ ରହି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନ ପାଇଁ କାମ କରୁଥିଲେ।

ଦୁଇ ଆତଙ୍କୀ ଗାଁରେ ଲୁଚି ରହିଥିବା ଖବର ମିଳିବା ପରେ ଭୋର ପ୍ରାୟ ୩.୨୦ରୁ ଅପରେସନ ଆରମ୍ଭ ହୋଇଥିଲା। ଆର୍ମି, ସ୍ଥାନୀୟ ପୁଲିସ ଓ ସିଆରପିଏଫ ଯବାନମାନେ ଅପରେସନରେ ସାମିଲ ହୋଇଥିଲେ। ସୁରକ୍ଷାକର୍ମୀମାନେ ପ୍ରଥମେ ଆତଙ୍କବାଦୀ ଦ୍ୱୟ ଲୁଚିଥିବା ଅଞ୍ଚଳକୁ କର୍ଡନ କରିଥିଲେ। ଏହା ଦେଖି ଆସିଫ ଓ ଶାଫି ଗୁଳିମାଡ଼ ଆରମ୍ଭ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଦୁଇ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଲଢ଼େଇ ବେଳେ ଜଣେ ସୁରକ୍ଷାକର୍ମୀଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର କରାଯାଇ ଅବନ୍ତିପୁରାରେ ଥିବା ୪୩୯ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସେହିପରି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିବାରୁ ନିକଟସ୍ଥ ଗୋଟିଏ ଗ୍ୟାସ ଗୋଦାମରେ ନିଆଁ ଲାଗିଯାଇଥିଲା। ଫଳରେ ଏକାଧିକ ବିସ୍ଫୋରଣ ହୋଇଥିଲା। ଗୋଦାମରେ ନିଆଁ ଲାଗିଯିବାରୁ କିଛି ସମୟ ପାଇଁ ଏନକାଉଣ୍ଟର ବନ୍ଦ ରହିଥିଲା। କିନ୍ତୁ ଏହାପରେ ପୁଣିଥରେ ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା ଓ ସେମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏନକାଉଣ୍ଟର ପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ୨ଟି ଏକେ ୪୭ ରାଇଫଲ ଓ ଏକାଧିକ ଗ୍ରେନେଡ ଜବତ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି।

Related story