ଖାଇବାକୁ ଦେବାରେ ବିଳମ୍ୱ ହେବାରୁ ରେଷ୍ଟୁରାଣ୍ଟ ମାଲିକଙ୍କ କାନ କାଟିଦେଲେ

ଚେନ୍ନାଇ: ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଚେନ୍ନାଇରୁ ସାମ୍ନାକୁ ଆସିଛି। ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ଦୁଇ ଜଣ ଯୁବକ ଗୋଟିଏ ରେଷ୍ଟୁରାଣ୍ଟ ମାଲିକଙ୍କୁ ମାଡ଼ ମାରିବା ସହ ତାଙ୍କ କାନ କାଟିଦେଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ଅରୁଣ କୁମାର ଓ ଶିବ। ସେମାନେ ଭେଲିପାଲାୟମଠାରେ ଥିବା ଦେବୀ ଥିଏଟରକୁ ଫିଲ୍ମ ଦେଖିବାକୁ ଯାଇଥିଲେ। ତେବେ ଫିଲ୍ମ ଆରମ୍ଭ ହେବାକୁ ସମୟ ବାକିଥିବାରୁ ଅରୁଣ ଓ ଶିବ ନିକଟରେ ଗୋଟିଏ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଇଥିଲେ। […]

Attack

Hemant Lenka
  • Published: Friday, 16 April 2021
  • , Updated: 16 April 2021, 06:59 PM IST

ଚେନ୍ନାଇ: ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଚେନ୍ନାଇରୁ ସାମ୍ନାକୁ ଆସିଛି। ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ଦୁଇ ଜଣ ଯୁବକ ଗୋଟିଏ ରେଷ୍ଟୁରାଣ୍ଟ ମାଲିକଙ୍କୁ ମାଡ଼ ମାରିବା ସହ ତାଙ୍କ କାନ କାଟିଦେଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ଅରୁଣ କୁମାର ଓ ଶିବ। ସେମାନେ ଭେଲିପାଲାୟମଠାରେ ଥିବା ଦେବୀ ଥିଏଟରକୁ ଫିଲ୍ମ ଦେଖିବାକୁ ଯାଇଥିଲେ।

ତେବେ ଫିଲ୍ମ ଆରମ୍ଭ ହେବାକୁ ସମୟ ବାକିଥିବାରୁ ଅରୁଣ ଓ ଶିବ ନିକଟରେ ଗୋଟିଏ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଇଥିଲେ।

ଏହି ସମୟରେ ରେଷ୍ଟୁରାଣ୍ଟର ସପ୍ଲାଏର ଆଉ ଗୋଟିଏ ଟେବୁଲରେ ବସିଥିବା ଲୋକଙ୍କୁ ଖାଇବା ଦେଉଥିଲେ। ତେଣୁ ଅରୁଣ ଓ ଶିବଙ୍କୁ ଖାଇବା ଦେବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ମାଲିକଙ୍କ ସହ ଯୁକ୍ତିତର୍କ କରିଥିଲେ।

ସ୍ଥିତି ଏପରି ହୋଇଥିଲା ଯେ କଥା ମାଡ଼ ମରାମରି ପର୍ଯ୍ୟନ୍ତ ଯାଇଥିଲା। ଏସବୁ ଭିତରେ ଅରୁଣ ଓ ଶିବ ନିଜ ପାଖରେ ରଖିଥିବା ଧାରୁଆ ଅସ୍ତ୍ରରେ ରେଷ୍ଟୁରାଣ୍ଟ ମାଲିକଙ୍କ କାନ କାଟି ଦେଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଅରୁଣ ଓ ଶିବ ସମ୍ପର୍କରେ ଖବର ମିଳିନାହିଁ।

Related story