ରାଜଧାନୀରେ କାୟା ମେଲାଉଛି 'ଓମିକ୍ରନ୍‌', ପୁଣି ୨ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ କାୟା ମେଲାଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏଠାରେ ଲଗାତର ସଂକ୍ରମିତଙ୍କ ମାମଲା ବଢ଼ିବାରେ ଲାଗିଛି। ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ମାମଲା ୨୪ରେ ପହଞ୍ଚିଛି। ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ମୋଟ ୨୪ ଜଣଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ଅନ୍ୟ ୧୨ ଓମିକ୍ରନ୍‌ ସଂକ୍ରମିତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ […]

Corona

Corona

Madhupriya Mistry
  • Published: Monday, 20 December 2021
  • Updated: 20 December 2021, 01:00 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀରେ କାୟା ମେଲାଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏଠାରେ ଲଗାତର ସଂକ୍ରମିତଙ୍କ ମାମଲା ବଢ଼ିବାରେ ଲାଗିଛି। ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ମାମଲା ୨୪ରେ ପହଞ୍ଚିଛି।

ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ମୋଟ ୨୪ ଜଣଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ଅନ୍ୟ ୧୨ ଓମିକ୍ରନ୍‌ ସଂକ୍ରମିତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଦିଲ୍ଲୀରେ ବଢ଼ୁଥିବା ଓମିକ୍ରନ ମାମଲାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ସରକାର କ୍ୟାବିନେଟ୍‌ ବୈଠକ ଡକାଇଛନ୍ତି। ଏହି ବୈଠକରେ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ଅନେକ ବଡ ବଡ ଅଧିକାରୀମାନେ ସାମିଲ୍‌ ହୋଇଛନ୍ତି।

ସେପଟେ କର୍ଣ୍ଣାଟକରେ ଆଉ ୫ଟି ‘ଓମିକ୍ରନ୍‌’ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ନେଇ  ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର କେ. ସୁଧାକର ସୂଚନା ଦେଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ‘ଓମିକ୍ରନ୍‌’ ମାମଲାରୁ ୨ଟି ଉଡୁପିର ହୋଇଥିବା ବେଳେ ବାକି ୩ଟି ମାଙ୍ଗାଲୁରୁ, ଧରୱାଡ୍‌ ଏବଂ ଭଦ୍ରାବତୀର ଥିବା ଜଣାପଡ଼ିଛି।

ଉଡୁପିର ୨ଜଣଙ୍କ ମଧ୍ୟରୁ ଜେଣ ହେଉଛନ୍ତି ୮୨ ବର୍ଷିୟ ପୁରୁଷ ଏବଂ ଆଉ ଜେଣ ୭୩ ବର୍ଷୀୟ ମହିଳା। ସେହିପରି, ମାଙ୍ଗାଲୁରୁ ସଂକ୍ରମିତ ଜଣକ ହେଉଛନ୍ତି ୧୯ ବର୍ଷୀୟ ତରୁଣୀ, ଧରାୱଡ୍‌ବାସୀ ଜଣକ ୫୪ ବର୍ଷିୟ ପୁରୁଷ ଏବଂ ଭଦ୍ରାବତୀବାସୀ ହେଉଛନ୍ତି ୨୦ ବର୍ଷୀୟ ଯୁବତୀ।

ଏହାକୁ ମିଶାଇ କର୍ଣ୍ଣାଟକରେ ସମୁଦାୟ ୧୯ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି। କର୍ଣ୍ଣାଟକ ସରକାରଙ୍କ କହିବା ଅନୁସାରେ, ସଂକ୍ରମିତ ସମସ୍ତ ବ୍ୟକ୍ତି କରୋନା ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇସାରିଥିଲେ।

ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଭାରତରେ ଏଯାଏଁ ୧୬୦ଟି ଓମିକ୍ରନ୍‌ ମାମଲା ସାମ୍ନକୁ ଆସିଛି। ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରୁ ୫୪, ଦିଲ୍ଲୀରୁ ୨୪, ତେଲେଙ୍ଗାନାରୁ ୨୦, ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୧୯, କେରଳରୁ ୧୧, ଗୁଜରାଟରୁ ୧୧, ଉତ୍ତରପ୍ରଦେଶରୁ ୨, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ, ତାମିଲନାଡୁ, ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ମାମଲା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos