ପୁଣି କଶ୍ମୀରରେ ୨ ପ୍ରବାସୀଙ୍କୁ ଗୁଳି କଲେ ଆତଙ୍କୀ

ଅନନ୍ତନାଗ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ପୁଣିଥରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ଦୁଇ ପ୍ରବାସୀ ଶ୍ରମିକ ଅନନ୍ତନାଗର ବୋଣ୍ଡିଆଲଗାମରେ ଥିବା ଗୋଟିଏ ଘରୋଇ ସ୍କୁଲରେ କାମ କରୁଥିଲେ। ଗୁଳିମାଡ଼ରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସର ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣେ ଶ୍ରମିକ ବିହାରର ଓ ଆଉ ଜଣେ ନେପାଳରୁ ଆସିଥିଲେ। ଗୁଳିମାଡ଼ ପରେ ଉଭୟଙ୍କୁ ଅନନ୍ତନାଗରେ […]

attack

  • Published: Thursday, 03 November 2022
  • , Updated: 03 November 2022, 09:25 PM IST

ଅନନ୍ତନାଗ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ପୁଣିଥରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ଦୁଇ ପ୍ରବାସୀ ଶ୍ରମିକ ଅନନ୍ତନାଗର ବୋଣ୍ଡିଆଲଗାମରେ ଥିବା ଗୋଟିଏ ଘରୋଇ ସ୍କୁଲରେ କାମ କରୁଥିଲେ। ଗୁଳିମାଡ଼ରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସର ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣେ ଶ୍ରମିକ ବିହାରର ଓ ଆଉ ଜଣେ ନେପାଳରୁ ଆସିଥିଲେ। ଗୁଳିମାଡ଼ ପରେ ଉଭୟଙ୍କୁ ଅନନ୍ତନାଗରେ ଥିବା ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଗୁଳିମାଡ଼ ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।

ଦୁଇ ଶ୍ରମିକଙ୍କୁ ଆତଙ୍କବାଦୀମାନେ କାମ ଦେବା ବାହାରେ ଡାକିଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି କାମ ପାଇଁ ସେମାନେ ଆସିଥିଲେ। ହେଲେ ସେମାନଙ୍କୁ ସାମ୍ନାରେ ପାଇ ଆତଙ୍କବାଦୀମାନେ ପିସ୍ତଲ ଦ୍ୱାରା ଗୁଳି ଚଳାଇଥିଲା। ଏହା ଅମାନବୀୟ ଓ ଭୀରୁତାର ପରିଚୟ। ଏହି ଘଟଣାରୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯାଉଛି। ଦୋଷୀମାନଙ୍କୁ ଖୁବଶୀଘ୍ର ଦଣ୍ଡ ଦିଆଯିବ ବୋଲି କଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି।


ଚଳିତ ବର୍ଷ ଅଗଷ୍ଟ ମାସରୁ ହିଁ ପ୍ରବାସୀ ଶ୍ରମିକ ଓ ଲୋକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଓ ଅନ୍ୟ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା ଲୋକମାନେ ପ୍ରବାସୀଙ୍କୁ ଟାର୍ଗେଟ କରୁଛନ୍ତି। ଜମ୍ମୁ-କଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଅଣ କଶ୍ମୀରମାନଙ୍କୁ ଏଠାରେ ଭୋଟିଂ ଅଧିକାର ଦେଇଥିବାରୁ ଏହାକୁ ବିରୋଧ କରି ଆତଙ୍କବାଦୀମାନେ ଆକ୍ରମଣ କରୁଥିବା କୁହାଯାଉଛି।

Related story