ପାସପୋର୍ଟ ଓ ଭିସା ନଥାଇ ଟ୍ରେନ୍‌ରେ ଯାତ୍ରା: ଧରାପଡ଼ିଲେ ୨ ୟୁକ୍ରେନ୍ ନାଗରିକ

ଦିସପୁର: ପାସପୋର୍ଟ ଓ ଭିସା ନଥାଇ ଟ୍ରେନ୍‌ରେ ଯାତ୍ରା ବେଳେ ଆସାମରୁ ଧରାପଡ଼ିଲେ ୨ ୟୁକ୍ରେନ୍ ନାଗରିକ ।  ସେମାନଙ୍କୁ ଆସାମ କରମଗଞ୍ଜ ଜିଲ୍ଲା ବଦରପୁର ରେଳ ଷ୍ଟେସନରେ ଅଟକ ରଖାଯାଇଛି ।  ତ୍ରିପୁରା ଅଗରତାଲାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ତ୍ରିପୁରାସୁନ୍ଦରୀ ଏକ୍ସପ୍ରେସ୍‌ରେ ସେମାନେ ଯାତ୍ରା କରୁଥିଲେ।  ସେମାନଙ୍କ ଠାରୁ ବାଂଲାଦେଶୀ ଟଙ୍କା ଓ ଅନ୍ୟ କିଛି ସାମଗ୍ରୀ ଜହତ ହୋଇଛି । ଆରପିଏଫ ଓ ଜିଆରପି ଯବାନ ସେମାନଙ୍କୁ ଷ୍ଟେସନରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି […]

u-krain

Tapas Behera
  • Published: Friday, 22 April 2022
  • , Updated: 22 April 2022, 09:54 PM IST

ଦିସପୁର: ପାସପୋର୍ଟ ଓ ଭିସା ନଥାଇ ଟ୍ରେନ୍‌ରେ ଯାତ୍ରା ବେଳେ ଆସାମରୁ ଧରାପଡ଼ିଲେ ୨ ୟୁକ୍ରେନ୍ ନାଗରିକ ।  ସେମାନଙ୍କୁ ଆସାମ କରମଗଞ୍ଜ ଜିଲ୍ଲା ବଦରପୁର ରେଳ ଷ୍ଟେସନରେ ଅଟକ ରଖାଯାଇଛି ।  ତ୍ରିପୁରା ଅଗରତାଲାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ତ୍ରିପୁରାସୁନ୍ଦରୀ ଏକ୍ସପ୍ରେସ୍‌ରେ ସେମାନେ ଯାତ୍ରା କରୁଥିଲେ।  ସେମାନଙ୍କ ଠାରୁ ବାଂଲାଦେଶୀ ଟଙ୍କା ଓ ଅନ୍ୟ କିଛି ସାମଗ୍ରୀ ଜହତ ହୋଇଛି । ଆରପିଏଫ ଓ ଜିଆରପି ଯବାନ ସେମାନଙ୍କୁ ଷ୍ଟେସନରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ପଚରାଉଚରା କରିବାରୁ କଥା ସାମ୍ନାକୁ ଆସିଥିଲା ।

ସେମାନେ ଗତ ଫେବୃଆରୀରେ ଭାରତ ଆସିଥିଲେ ଏବଂ ନୂଆଦିଲ୍ଲୀ ଓ କୋଲକାତା ଆଦି ଯାଇଥିଲେ  । ତେବେ ତ୍ରିପୁରାରେ ସେମାନଙ୍କ ପାସପୋର୍ଟ ଓ ଭିସା ଚୋରି ହୋଇଯାଇଥିବା ସେମାନେ କହିଛନ୍ତି ।

ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବା ସହ ୟୁକ୍ରେନ୍ ଦୂତାବାସ ସହିତ ଯୋଗାଯୋଗ କରାଯାଉଥିବା ସୂଚନା ମିଳିଛି। ଉଭୟ ହେଲେ କ୍ରିସନସ୍କି ଭୋଲଦିମିର ଏବଂ ନାଜରି ଭୋଜନ୍ୟୁକ୍‌। ରୁଷ ଆକ୍ରମଣ ପୂବଆରୁ ଉଭୟେ ଭାରତ ଆସିଥିବେ କହିଛନ୍ତି। ଅନ୍ୟପଟେ ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ  ୟୁକ୍ରେନ୍‌ର ୨୩୪୫ ଜଣଙ୍କର ମୃତ୍ୟୁ ଘଟିଥିବା ଆମେରିକା କହିଛି।

Related story