ଖସିଗଲେ ଫାଶି ଦଣ୍ଡ ପାଇଥିବା ୩ ଦୁଷ୍କର୍ମ ଅଭିଯୁକ୍ତ, ପ୍ରଶ୍ନ ଉଠାଇଲେ ପରିବାର ଲୋକେ

ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ଚାୱଲା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୩ ଦୋଷୀଙ୍କୁ  ନିର୍ଦ୍ଦୋଷ ଖଲାସ ରାୟ  ବିରୋଧରେ ସର୍ବୋଚ୍ଚ ନ୍ୟାଳୟ ଯିବେ ପରିବାର ଲୋକେ। ପୀଡ଼ିତାଙ୍କ ବାପା କହିଛନ୍ତି ଯେ, ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ ନେଇ ସୁପ୍ରିମକୋର୍ଟଙ୍କ ରାୟ  ଉପରେ ଅସନ୍ତୁଷ୍ଟ ଅଛନ୍ତି। ଆମେ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବା ଲାଗି ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟରେ ଅଛୁ। ଖୁବଶୀଘ୍ର ଆବେଦନ କରିବୁ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ତାଙ୍କର ଏହି ରାୟର ପୁନର୍ବିଚାର ପାଇଁ ଆମେ ଆବେଦନ କରିବୁ। ସବୁ ଅଭିଯୁକ୍ତଙ୍କୁ ଫାଶୀ ପାଇଁ ପରିବାର ଲୋକେ ଦାବି କରିଛନ୍ତି।  ସମସ୍ତ ୩  ଅପରାଧୀ ଫାଶି ଖୁଣ୍ଟରେ ଝୁଲିବା ଉଚିତ। ଏହା ପରେ ଯାଇ ମୋ ଝିଅ ନ୍ୟାୟ ପାଇବ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ଆମ ଝିଅକୁ ନ୍ୟାୟ ପାଇଁ ୧୧ ବର୍ଷର ଲଢ଼େଇ ପରେ ଏହି ରାୟ ମିଳିଲା। ଆମେ ହାରିଗଲୁ । ଆମେ ଯୁଦ୍ଧ ହାରି ଯାଇଛୁ।  ମୁଁ ନ୍ୟାୟପାଳିକା ଉପରେ ଭରସା ରଖି ବଞ୍ଚିଥିଲି। ଏବେ ବଞ୍ଚିବାର ଆଶା ମରିଯାଇଛି।  ମୁଁ ଭାବିଥିଲି ମୋ ଝିଅ ନ୍ୟୟ ପାଇବ। ସର୍ବୋଚ୍ଚ ନ୍ୟାୟଳ ବାହାରେ କାନ୍ଦି କାନ୍ଦି ଏକଥା କହିଛନ୍ତି ପିଡ଼ୀତାଙ୍କ ମା। ପୀଡ଼ିତାଙ୍କ ବାପା କହିଛନ୍ତି ଯେ, ଆମ ସହିତ ଅପରାଧ ଘଟିଲା। ହେଲେ ଆମେ ପାଇଲୁ କଣ। ଦୀର୍ଘ ୧୧ ବର୍ଷ ହେଲା  ତଳ ଠାରୁ ଉପର ପର୍ଯ୍ୟନ୍ତ ଧାଉଁଛୁ। ତଳକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ରାୟ ଦେଲେ।

ଆମେ ଆଶ୍ୱସ୍ତ ଥିଲୁ। ହାଇକୋର୍ଟ ମଧ୍ୟ ଆମକୁ ନିରାଶ କରି ନଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାଳୟ ଆମର ସବୁ ଆଶା ମାରିଦେଲେ । ଆମେ ନ୍ୟାୟ ପାଇଁ ଦଉଡ଼ି ଦଉଡ଼ି କଣ ପାଇଲୁ ବୋଲି ଅସାହାୟ ଭାବେ ସେ ପ୍ରଶ୍ନ କରିଛନ୍ତି । ଦେଶର ଆଇନ କାନୁନ ବ୍ୟବସ୍ଥା ସାଧାରଣ  ଲୋକଙ୍କ ପାଇଁ  ନାହିଁ। ଯଦି ଥାଏ କେବଳ ତାହା ପ୍ରଭାବଶାଳି ଓ ଧନୀ ଳୋକଙ୍କ ପାଇଁ ଅଛି। ଯଦି ତାଙ୍କ ସହ ଏମିତି ଘଟଣା ଘଟିଥାନ୍ତା ସେମାନେ ସହ କଣ ଏହିଭଳି ନ୍ୟାୟ ପାଇଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ୩ ଦୋଷୀଙ୍କୁ ସୁପ୍ରିମକୋର୍ଟ ଗତ ୮ ତାରିଖରେ ଦୋଷମୁକ୍ତ କରିଛନ୍ତି। ତତ୍କାଳୀନ ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ରବିନ୍ଦ୍ର ଭଟ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି। କୋର୍ଟ ସମସ୍ତ ୩ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି।

ଜଣେ ୧୯ ବର୍ଷୀୟା ଦିଲ୍ଲୀ ମହିଳା ଫେବ୍ରୁଆରି ୯, ୨୦୧୨ରେ କାମରୁ ଘରକୁ ଫେରୁଥିବାବେଳେ ରାହୁଲ, ରବି ଏବଂ ବିନୋଦ ନାମକ ୩ ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିବା ସହିତ ନିର୍ଯାତନା ଦେଇ ହତ୍ୟା କରିଥିଲେ। ସେମାନେ ପୀଡ଼ିତାଙ୍କ ଆଖିରେ ଏସିଡ୍‌ ପକାଇ ଦେଇଥିଲେ। ୧୪ ଫେବ୍ରୁଆରିରେ ପୀଡ଼ିତାଙ୍କ କ୍ଷତାକ୍ତ ମର ଶରୀର ମିଳିଥିଲା। ଏହି ମାମଲାରେ ଟ୍ରାଏଲ କୋର୍ଟ ପ୍ରଥମେ ୩ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ଏହି ରାୟକୁ କାଏମ ରଖିଥିଲେ। ଦିଲ୍ଲୀ ହାଇକୋର୍ଟ ଉକ୍ତ ୩ ଦୋଷୀଙ୍କୁ ହିଂସ୍ର ପଶୁଙ୍କ ସହ ତୁଳନା କରିଥିଲେ। ଏହାପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଉକ୍ତ ୩ ଦୋଷୀ ସୁପ୍ରିମକୋର୍ଟ ଯାଇଥିଲେ। ସେମାନଙ୍କ ଦଣ୍ଡାଦେଶ କମାଇବାପାଇଁ ସେମାନେ ଅନୁରୋଧ କରିଥିଲେ। ତେବେ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ନେତୃତ୍ତ୍ୱାଧୀନ ଖଣ୍ଡପୀଠ ଏହି ୩ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।