ଦୁର୍ଘଟଣା ପରେ ସେନା ଗାଡ଼ିରେ ଲାଗିଗଲା ନିଆଁ, ୩ ଯବାନ ମୃତ

ଜୟପୁର: ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ସେନାର ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବା ପରେ ଏଥିରେ ନିଆଁ ଲାଗି ଯାଇଛି। ଫଳରେ ୩ ଜଣ ଯବାନ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁବାର ଭୋର ସମୟରେ ଯବାନଙ୍କୁ ଧରି ସେନାର ଗୋଟିଏ ଗାଡ଼ି ଯାଉଥିଲା। ତେବେ ରାଜିୟାସର ନିକଟରେ ହଠାତ୍‌ […]

Accident

Hemant Lenka
  • Published: Thursday, 25 March 2021
  • , Updated: 25 March 2021, 01:06 PM IST

ଜୟପୁର: ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ସେନାର ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବା ପରେ ଏଥିରେ ନିଆଁ ଲାଗି ଯାଇଛି। ଫଳରେ ୩ ଜଣ ଯବାନ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗୁରୁବାର ଭୋର ସମୟରେ ଯବାନଙ୍କୁ ଧରି ସେନାର ଗୋଟିଏ ଗାଡ଼ି ଯାଉଥିଲା। ତେବେ ରାଜିୟାସର ନିକଟରେ ହଠାତ୍‌ ଏହା ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଏହା ମଧ୍ୟରେ ଥିବା ୫ ଜଣ ଯବାନ କୌଶଳକ୍ରମେ ବାହାରକୁ ଆସି ଯାଇଥିଲେ ହେଁ ୩ ଜଣ ଫସି ଯାଇଥିଲେ।

ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେହିପରି ଗାଡ଼ିରେ ଲାଗିଥିବା ନିଆଁକୁ ଲିଭାଇଥିଲେ ବୋଲି ଷ୍ଟେସନ ହାଉସ ଅଫିସର ବିକ୍ରମ ତିୱାରୀ ସୂଚନା ଦେଇଛନ୍ତି।

Related story