୬ ବର୍ଷରେ ରୁଜୁ ହୋଇଛି ୩୨୪ଟି ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ଧାରା ୧୨୪-ଏ ପ୍ରଣୟନ କରିଥିଲେ ବ୍ରିଟିଶ ସରକାର। ଏହି ଆଇନ୍ ମୁଖ୍ୟତଃ ମହାତ୍ମାଗାନ୍ଧୀଙ୍କୁ ଚୁପ୍ କରିବାକୁ ତିଆରି ହୋଇଥିଲା। କିନ୍ତୁ ଏବେ ଏହି ଆଇନର ଅପବ୍ୟବହାର ହେଉଛି। ତେଣୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏହି ଆଇନ କାହିଁକି ରଦ୍ଦ ନହେବ ବୋଲି କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା। ଏହାରି ଭିତରେ ୨୦୧୪-୧୯ ଭିତରେ ଦେଶରେ କେତୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି ତାର […]

judge

judge

Subhransu Sekhar
  • Published: Sunday, 18 July 2021
  • Updated: 18 July 2021, 09:53 PM IST

Sports

Latest News

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ଧାରା ୧୨୪-ଏ ପ୍ରଣୟନ କରିଥିଲେ ବ୍ରିଟିଶ ସରକାର। ଏହି ଆଇନ୍ ମୁଖ୍ୟତଃ ମହାତ୍ମାଗାନ୍ଧୀଙ୍କୁ ଚୁପ୍ କରିବାକୁ ତିଆରି ହୋଇଥିଲା। କିନ୍ତୁ ଏବେ ଏହି ଆଇନର ଅପବ୍ୟବହାର ହେଉଛି। ତେଣୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏହି ଆଇନ କାହିଁକି ରଦ୍ଦ ନହେବ ବୋଲି କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା।

ଏହାରି ଭିତରେ ୨୦୧୪-୧୯ ଭିତରେ ଦେଶରେ କେତୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି ତାର ଏକ ରିପୋର୍ଟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପାଖରୁ ରିପୋର୍ଟ ମିଳିଛି। ମୋଟ୍ ୩୨୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ କେତୋଟି ମାମଲା ରୁଜୁ ହୋଇଛି ତାହା ଜଣାପଡ଼ିନି। ମୋଟ୍ ରୁଜୁ ହୋଇଥିବା ମାମଲା ମଧ୍ୟରୁ ଏକାକୀ ୫୪ଟି ମାମଲା ଆସାମରୁ ରହିଛି। ୧୪୧ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୬ ବର୍ଷରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଆସାମରେ ୫୪ଟି ମାମଲା ମଧ୍ୟରୁ ୨୬ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୨୫ଟି ମାମଲାରେ ଶୁଣାଣି ଶେଷ ହୋଇଛି। ହେଲେ ଏହି ଅବଧି ମଧ୍ୟରେ କେହି ଜଣେ ବି ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

ସେହିପରି ଝାଡ଼ଖଣ୍ଡରେ ୧୨୪ (ଏ) ଅନୁଯାୟୀ ୪୦ଟି ମାମଲା ଦାୟର ହୋଇଛି। ଯେଉଁଥିରୁ ୨୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି ଏବଂ ୧୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଯେଉଁଥିରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ହରିଆଣାରେ ମୋଟ୍ ୩୧ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଯେଉଁଥିରୁ ୧୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି ଏବଂ ୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଏଥିମଧ୍ୟରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

 ସେହିପରି ବିହାର, ଜମ୍ମୁ କଶ୍ମୀର ଏବଂ କେରଳରେ ୨୫ଟି ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ବିହାର ଏବଂ କେରଳରେ ଚାର୍ଜଶିଟ୍ ଦାଖଲ ହୋଇନଥିବା ବେଳେ ଜମ୍ମୁ କଶ୍ମୀରରେ ତିନୋଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି। ତେବେ ୨୦୧୪ ରୁ ୨୦୧୯ ମଧ୍ୟରେ ଏହି ତିନି ରାଜ୍ୟରୁ କୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।  କର୍ଣ୍ଣାଟକରେ ୨୨ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୧୭ଟି ମାମଲାରେ ଚାର୍ଜଶିଟ ଦାଖଲ କରାଯାଇଥିଲା କିନ୍ତୁ କେବଳ ଗୋଟିଏ ମାମଲାରେ ଶୁଣାଣି ଶେଷ ହୋଇଛି। ତେବେ ଏହି ଅବଧି ମଧ୍ୟରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।

୨୦୧୪ ରୁ ୨୦୧୯ ମଧ୍ୟରେ ୟୁପିରେ ୧୭ଟି ଏବଂ ପଶ୍ଚିମବଙ୍ଗରେ ଆଠଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୟୁପିରେ ଆଠଟି ଏବଂ ପଶ୍ଚିମବଙ୍ଗରେ ପାଞ୍ଚଟି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। କିନ୍ତୁ ଉଭୟ ରାଜ୍ୟରେ କେହି ଦୋଷୀ ସାବ୍ୟସ୍ତ ହୋଇନଥିଲେ। ୨୦୧୪ ରୁ ୨୦୧୯ ମଧ୍ୟରେ ଦିଲ୍ଲୀରେ ଚାରୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା କିନ୍ତୁ କୌଣସି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇ ନାହିଁ।

ମେଘାଳୟ, ମିଜୋରାମ, ତ୍ରିପୁରା, ସିକ୍କିମ୍, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ପୁଡୁଚେରୀ, ଚଣ୍ଡିଗଡ଼, ଡାମନ ଏବଂ ଡିୟୁ, ଦାଦ୍ରା ନଗର ହାଭେଳିରେ ୬ ବର୍ଷ ମଧ୍ୟରେ ଦେଶଦ୍ରୋହ ମାମଲା ରୁଜୁ ହୋଇ ନାହିଁ। ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରା ଖଣ୍ଡ  ତିନୋଟି ରାଜ୍ୟରେ ଗୋଟିଏ ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ହେଲେ ଓଡ଼ିଶାରୁ ଗୋଟିଏ ବି ଦେଶଦ୍ରୋହ ମାମଲା ଏହି ଅବଧି ମଧ୍ୟରେ ରୁଜୁ ହୋଇନଥିବା ସୂଚନା ରହିଛି। ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୧୯ରେ ଦେଶରେ ସର୍ବାଧିକ ୯୩ଟି ଦେଶଦ୍ରୋହ ମାମଲା ରେକର୍ଡ କରାଯାଇଛି। ଏହାପରେ ୨୦୧୮ରେ ୭୦, ୨୦୧୭ରେ ୫୧, ୨୦୧୪ରେ ୪୭, ୨୦୧୬ରେ ୩୫ ଏବଂ ୨୦୧୫ରେ ୩୦ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story