ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ କୃଷି, ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪% ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି। କେନ୍ଦ୍ର ସରକରର କେଉଁ ବାବଦରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି, ଆସନ୍ତୁ ଜାଣିବା।
୧-ପେନସନ: ୨,୦୭,୧୩୨ କୋଟି
୨-ପ୍ରତିରକ୍ଷା: ୩,୮୫,୩୭୦ କୋଟି
୩-ପ୍ରମୁଖ ସବସିଡି: ୩,୧୭,୮୬୬ କୋଟି
୪- କୃଷି ଓ ତା’ ସହିତ ଜଡ଼ିତ କାର୍ଯ୍ୟକ୍ରମ: ୧,୫୧,୫୨୧ କୋଟି
୫- ବାଣିଜ୍ୟ ଓ ଶିଳ୍ପ: ୫୩,୧୧୬ କୋଟି
୬-ଉତ୍ତର ପୂର୍ବର ରାଜ୍ୟର ବିକାଶ: ୨,୮୦୦ କୋଟି
୭-ଶିକ୍ଷା: ୧,୦୪,୨୭୮ କୋଟି
୮-ଶକ୍ତି: ୪୯,୨୨୦ କୋଟି
୯-ବୈଦେଶିକ ବ୍ୟାପାର: ୧୭,୨୫୦ କୋଟି
୧୦- ଅର୍ଥ:୨୧,୩୫୪ କୋଟି
୧୧-ସ୍ୱାସ୍ଥ୍ୟ: ୮୬,୬୦୬ କୋଟି
୧୨-ସ୍ୱରାଷ୍ଟ୍ର ବ୍ୟାପାର: ୧,୨୭,୦୨୦
୧୩- ସୁଧ: ୯,୪୦,୬୫୧ କୋଟି
୧୪- ଆଇଟି ଓ ଟେଲିକମ: ୭୯,୮୮୭ କୋଟି
୧୫- ଯୋଜନା ଓ ପରିସଂଖ୍ୟନ: ୫,୭୨୦ କୋଟି
୧୬-ଗ୍ରାମୀଣ ବିକାଶ: ୨,୦୬,୨୯୩ କୋଟି
୧୭- ବିଜ୍ଞାନଭିତ୍ତିକ ବିଭାଗ: ୩୦,୫୭୧ କୋଟି
୧୮- ସାମାଜିକ କଲ୍ୟାଣ: ୫୧,୭୮୦ କୋଟି
୧୯- ଟିକସ ଆଡମିନଷ୍ଟ୍ରେସନ: ୧,୭୧,୬୭୭ କୋଟି
୨୦- ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି
୨୧- ପରିବହନ: ୩,୫୧,୮୫୧ କୋଟି
୨୨- କେନ୍ଦ୍ର ଶାସିତ ଅଞ୍ଚଳ: ୫୮,୭୫୭ କୋଟି
୨୩- ସହରାଞ୍ଚଳ ବିକାଶ: ୭୬,୫୪୯ କୋଟି
୨୪- ଅନ୍ୟାନ୍ୟ ଖର୍ଚ୍ଚ: ୧,୧୩,୩୦୧ କୋଟି ଟଙ୍କା
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।