ଖଣିରେ ଭୂସ୍ଖଳନ ଘଟି ୪ ଶ୍ରମିକଙ୍କ ମୃତ୍ୟୁ: ୧୫ରୁ ୨୦ ଫସିଥିବା ଆଶଙ୍କା

ଚଣ୍ଡିଗଡ଼: ଶନିବାର ହରିୟାଣାର ଭିୱାନି ଜିଲ୍ଲାର ଏକ ଖଣି ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ୨୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି। ତୋଶାମ ବ୍ଲକର ଦାଦାମ ଖଣି ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ନିତ କରାଯାଇଛି।  ଉଦ୍ଧାର କାର୍ଯ୍ୟ ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ସହ ସେ ନିରନ୍ତର ଯୋଗାଯୋଗରେ ଥିବା ମୁଖ୍ୟମନ୍ତ୍ରୀ ମନୋହର […]

hnm

Tapas Behera
  • Published: Saturday, 01 January 2022
  • , Updated: 01 January 2022, 06:46 PM IST

ଚଣ୍ଡିଗଡ଼: ଶନିବାର ହରିୟାଣାର ଭିୱାନି ଜିଲ୍ଲାର ଏକ ଖଣି ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ୨୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି। ତୋଶାମ ବ୍ଲକର ଦାଦାମ ଖଣି ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ନିତ କରାଯାଇଛି।  ଉଦ୍ଧାର କାର୍ଯ୍ୟ ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ସହ ସେ ନିରନ୍ତର ଯୋଗାଯୋଗରେ ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ କରି ଜଣାଇଛନ୍ତି।

ଶ୍ରମିକମାନେ ଏକ ଗାଡିରେ ଅନ୍ୟ ଏକ ସାଇଟକୁ ଯାଉଥିବା ବେଳେ ଭୂସ୍ଖଳନ ଘଟିଥିଲା ​​। ଫଳରେ ସେମାନେ ସେଇ ଗାଡିରେ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ମୁଁ ମର୍ମାହତ ବୋଲି ହରିୟାଣା ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ମଧୁବନନ୍ ରୁ ଏକ ଏସଡିଆରଫଏଫ ଟିମ୍ ଏବଂ ଗାଜିଆବାଦର ଏକ ଏନଡିଆରଏଫ୍ ଟିମ୍ ଡକାଯାଇଛି। ହିସାରରୁ ଏକ ସେନା ୟୁନିଟ୍ ଡକାଯାଇଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ବୋଲି ହରିୟାଣା ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି।  ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି। ସେ କହିଛନ୍ତି କିଛି ଲୋକ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣଙ୍କୁ ଡାକ୍ତରଖାନା ନିଆଯାଇଛି।

ଖଣି ଠିକାଦାରଙ୍କ  ଅନୁଯାୟୀ, ଆହୁରି କିଛି ଲୋକ ଫସି ଥିବା ଆଶଙ୍କା କରାଯାଉଛି। ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିବା ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ  ଏହି ଅଞ୍ଚଳରେ ଖଣି କାର୍ଯ୍ୟ ଉପରେ ନିଷେଧାଦେଶ ହଟାଇବା ପରେ ଖଣି ଖନନ ଆରମ୍ଭ ହୋଥିଲା। ପ୍ରଦୂଷଣ ଯୋଗୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଲା। ଦୁଇମାସ ପରେ ଗୁରୁବାର ଏହି ନିଷେଧାଦେଶକୁ ହଟାଇ ଦିଆଯାଇଥିଲା। ଶୁକ୍ରବାର ଖଣି କାର୍ଯ୍ୟ ସ୍ୱାଭାବିକ୍ ହୋଇଥିଲା।

Related story