ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଆଜି ସକାଳେ ଅନନ୍ତନାଗର ଶାଲଗୁଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସିଆରପିଏଫ ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଜଙ୍ଗଲ ମଧ୍ୟରେ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ […]

terrorist

Hemant Lenka
  • Published: Wednesday, 24 February 2021
  • , Updated: 24 February 2021, 01:56 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ଆଜି ସକାଳେ ଅନନ୍ତନାଗର ଶାଲଗୁଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସିଆରପିଏଫ ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଜଙ୍ଗଲ ମଧ୍ୟରେ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି ସମସ୍ତଙ୍କୁ ଆତ୍ମସମର୍ପଣ କରିକରିବାକୁ କହିଥିଲେ।

ହେଲେ ଏହାର ଜବାବ ସେମାନେ ଗୁଳିରେ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ-୪୭ ବନ୍ଧୁକ ଜବତ କରାଯାଇଛି।

ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଏନକାଉଣ୍ଟର ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରାଯାଇନାହିଁ। ଫେବୃଆରୀ ୧୯ରେ ଶ୍ରୀନଗରର ବାରଜୁଲ୍ଲା ଅନ୍ତର୍ଗତ ବାଗହଟ ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲେ। ଏଥିରେ ୨ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିଲେ। ସେହିଦିନ ହୋଇଥିବା ଆଉ ଏକ ଏନକାଉଣ୍ଟରରେ ୩ ଜଣ ଆତଙ୍କୀଙ୍କ ସହଯୋଗୀ ପ୍ରାଣ ହରାଇଥିଲେ।

Related story