ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂ-ବିଜ୍ଞାନୀ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଲକ୍ଷ୍ନୌଠାରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବ ଅଞ୍ଚଳରେ ଏହା ଅନୁଭୂତ ହୋଇଛି। ଗତକାଲି ରାତି  ଗୋଟାଏ ୧୨ରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଘର ଦ୍ୱାର, ସମ୍ପତ୍ତି ମଧ୍ୟ ନଷ୍ଠ ହୋଇ ନାହିଁ। ଭୂକମ୍ପର ତୀବ୍ରତା ୫.୨ ତୀବ୍ରତା ରେକର୍ଡ଼ କରାଯାଇଛି। ଲକ୍ଷ୍ନୌ ନଗରୀର ଉତ୍ତର-ଉତ୍ତରପୂର୍ବାଞ୍ଚଳ ଏହି […]

Earth Quake

  • Published: Saturday, 20 August 2022
  • , Updated: 20 August 2022, 08:40 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂ-ବିଜ୍ଞାନୀ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଲକ୍ଷ୍ନୌଠାରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବ ଅଞ୍ଚଳରେ ଏହା ଅନୁଭୂତ ହୋଇଛି। ଗତକାଲି ରାତି  ଗୋଟାଏ ୧୨ରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଘର ଦ୍ୱାର, ସମ୍ପତ୍ତି ମଧ୍ୟ ନଷ୍ଠ ହୋଇ ନାହିଁ। ଭୂକମ୍ପର ତୀବ୍ରତା ୫.୨ ତୀବ୍ରତା ରେକର୍ଡ଼ କରାଯାଇଛି। ଲକ୍ଷ୍ନୌ ନଗରୀର ଉତ୍ତର-ଉତ୍ତରପୂର୍ବାଞ୍ଚଳ ଏହି ଭୂମିକମ୍ପଦ୍ୱାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି।

ଦି ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିଛି ଯେ, ୨୦ ତାରିଖ ରାତି ୧.୧୨ରେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ୧୩୯ କିଲୋମିଟର୍‌ ଉତ୍ତର-ଉତ୍ତରପୂର୍ବରେ ଭୂଗର୍ଭର ୮୨ କିଲୋମିଟର୍‌ ଗଭୀରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଶୁକ୍ରବାର ୧୨.୫୫ରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଅଞ୍ଚଳରେ ସଂଘଠିତ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଯୋଗୁଁ ସେ ଅଞ୍ଚଳରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା।

Related story