ବିଧାନସଭାରେ ଉଠିଲା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରସଙ୍ଗ, ୫ ବିଧାୟକ ନିଲମ୍ୱିତ

ଶିମଲା: ଶୁକ୍ରବାର ହିମାଚଳ ପ୍ରଦେଶ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ରାଜ୍ୟପାଳଙ୍କୁ ବିଧାନସଭାକୁ ଆସିବା ବେଳେ ରୋକିବା ପାଇଁ ପ୍ରୟାସ କରିବାରୁ ବିରୋଧୀ ଦଳର ୫ ବିଧାୟକଙ୍କୁ ନିଲମ୍ୱିତ କରିଛନ୍ତି ବାଚସ୍ପତି। ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ଉଦବୋଧନ ଦେବା ପାଇଁ ଆସିବା ବେଳେ ବିରୋଧୀ ଦଳ କଂଗ୍ରେସର ବିଧାୟକ ଅଶୋଭନୀୟ ଆଚରଣ ଦେଖାଇଥିଲେ। ତେଣୁ ବଜେଟ ଅଧିବେଶନ ଶେଷ ହେବା ଯାଏ ୫ ବିଧାୟକ ନିଲମ୍ୱିତ ହୋଇଛନ୍ତି। ଏହି ୫ ବିଧାୟକ ହେଲେ […]

himachal-assembly

Subhransu Sekhar
  • Published: Friday, 26 February 2021
  • , Updated: 26 February 2021, 03:34 PM IST

ଶିମଲା: ଶୁକ୍ରବାର ହିମାଚଳ ପ୍ରଦେଶ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ରାଜ୍ୟପାଳଙ୍କୁ ବିଧାନସଭାକୁ ଆସିବା ବେଳେ ରୋକିବା ପାଇଁ ପ୍ରୟାସ କରିବାରୁ ବିରୋଧୀ ଦଳର ୫ ବିଧାୟକଙ୍କୁ ନିଲମ୍ୱିତ କରିଛନ୍ତି ବାଚସ୍ପତି। ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ଉଦବୋଧନ ଦେବା ପାଇଁ ଆସିବା ବେଳେ ବିରୋଧୀ ଦଳ କଂଗ୍ରେସର ବିଧାୟକ ଅଶୋଭନୀୟ ଆଚରଣ ଦେଖାଇଥିଲେ। ତେଣୁ ବଜେଟ ଅଧିବେଶନ ଶେଷ ହେବା ଯାଏ ୫ ବିଧାୟକ ନିଲମ୍ୱିତ ହୋଇଛନ୍ତି। ଏହି ୫ ବିଧାୟକ ହେଲେ ମୁକେଶ ଅଗ୍ନିହୋତ୍ରୀ, ହର୍ଷବର୍ଦ୍ଧନ ଚୌହ୍ୱାନ, ସତପାଲ ରାୟଜାଦ, ସୁନ୍ଦର ସିଂହ ଠାକୁର ଏବଂ ବିନୟ କୁମାର।

ଆଜି ୧୧ଟା ପାଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ବିଧାନସଭାରେ ଅଭିଭାଷଣ ପଢିବା ଆରମ୍ଭ କରିଥିଲେ ଆଉ ବିରୋଧୀ ହଙ୍ଗାମା କରିବା ସହିତ ନାରାବାଜି କରିଥିଲେ। ଆଉ ରାଜ୍ୟପାଳ ବନ୍ଦାରୁ ଦାତାତ୍ରୋୟ କିଛି ସମୟ ଅଭିଭାଷଣ ପଢ଼ିବା ପରେ ଶେଷ କରି ଦେଇଥିଲେ। ବାକି ଅଭିଭାଷଣ ସେ ପଢ଼ିଥିବା ଧରିନେବାକୁ କହିଥିଲେ।

ବିରୋଧୀ କଂଗ୍ରେସ ବିଧାୟକ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଭିଭାଷଣ ‘ସମ୍ପୂର୍ଣ୍ଣ ମିଛ’। ରୋଷେଇ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ହେଲେ ଏବାବଦରେ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନାହିଁ। ଏହାପରେ ବିଧାନସଭାକୁ ଅପରାହ୍ନ ୨ଟା ଯାଏ ସ୍ଥଗିତ ରଖିଥିଲେ ବାଚସ୍ପତି।

ତେବେ ବିରୋଧୀଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର। ଏଭଳି କରିବାର ଆବଶ୍ୟକ ନଥିଲା ବୋଲି ସେ କହିଛନ୍ତି। ମାର୍ଚ୍ଚ 6ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏଥିସହ ଚଳିତ ବଜେଟ ଅଧିବେଶନ ମାର୍ଚ୍ଚ ୨୦ରେ ଶେଷ ହେବ।

Related story